Voice of Eastern India

ବାଘକୁ ମାରି ଟାଙ୍ଗିଦେଲେ ! ନିମ୍ବ ଗଛରେ ଝୁଲୁଛି କଲରା ପତରିଆର ମୃତଦେହ


ଆସ୍କା ୭।୭: ନିମ୍ବ ଗଛରେ ଝୁଲୁଛି କଲରା ପତରିଆ ବାଘର ମୃତଦେହ । ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟ ଏକ ଗଛରୁ କଲରା ପତରିଆ ମୃତଦେହ ଉଦ୍ଧାର । ଫାସରେ ଲାଗି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଶିକାରୀ ଫାସ ବସାଇଥିବା ବେଳେ ବାଘର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟ ଏକ ଗଛରୁ କଲରା ପତରିଆ ମୃତଦେହ ଝୁଲିଥିବା ଦେଖିବାକୁ ମିଳିଥିଲା । ବାଘର ଝୁଲନ୍ତା ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ଖବର ପାଇ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବାଘର ମୃତଦେହ ଉଦ୍ଧାର କରିଛନ୍ତି । ତେବେ ବାଘକୁ କିଏ ମାରିଲା ? କିଏ ବାଘର ମୃତଦେହ ଗଛରେ ଟଙ୍ଗାଇଲା ? ଏ ନେଇ ଖୋଳତାଡ଼ ଆରମ୍ଭ କରିଛି ବନ ବିଭାଗ । ଶିକାରୀ ଫାସ ବସାଇଥିବା ବେଳେ ବାଘର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । 

Source link



Source link

Leave A Reply

Your email address will not be published.