ହାଇଦ୍ରାବାଦ : ସାଉଥ୍ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ସୁପରଷ୍ଟାର ରଶ୍ମିକା ମନ୍ଦାନା ଓ ବିଜୟ ଦେବରକୋଣ୍ଡାଙ୍କ ଯୋଡ଼ିକୁ ନେଇ ସବୁବେଳେ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ଲାଗି ରହିଥାଏ । ଦୁହେଁ ପରସ୍ପରଙ୍କ ଉପରେ ଭଲପାଇବା ଜାହିର କରିବାର କୌଣସି ସୁଯୋଗ ଛାଡ଼ନ୍ତି ନାହିଁ। ଦୁହେଁ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ଥାନ୍ତି । ଏବେ ପୁଣି ରଶ୍ମିକାଙ୍କ ଏକ ଫଟୋ ଓ ମଜାଦାର କମେଣ୍ଟ ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଛି । ଦୁହେଁ ସୋସିଆଲ ମିଡ଼ିଆରେ କିଛି ଫୋଟୋ ସେୟାର କରିଛନ୍ତି ଯାହା ବେଶ ଟ୍ରେଣ୍ଡ କରୁଛି ।
ନିକଟରେ ରଶ୍ମିକା ବିଜୟ ଦେବରକୋଣ୍ଡାଙ୍କ ଏକ ସୁନ୍ଦର ଫଟୋ କ୍ଲିକ୍ କରି ଇନ୍ସଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏହି ଫଟୋରେ ବିଜୟଙ୍କୁ ଖୁବ୍ ଖୁସି ଓ ଶାନ୍ତିରେ ନିଜ ପିତା ଓ ମାତାଙ୍କ ସହ ସମୟ ଅତିବାହିତ କରୁଥିବାର ଦେଖିବାକୁ ମିଳିଛି । ରଶ୍ମିକା ଏହି ଫଟୋଟି ସେୟାର କରିବା ସହ ତା’ଉପରେ ଏକ ମଜାଦାର କମେଣ୍ଟ ମଧ୍ୟ କରିଛନ୍ତି। ଫୋଟୋରେ ବିଜୟ ନିଜ ପିତା ମାତାଙ୍କ ପାଖରେ ଶାନ୍ତିରେ ଶୋଇଛନ୍ତି । ଆଉ ସେହି ମୁହୂର୍ତ୍ତର ସୁନ୍ଦର ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିଥିଲେ ପତ୍ନୀ ରଶ୍ମିକା । ଯାହାକୁ ପରେ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି ଯେ, “ବର୍ଷା ପାଇଁ ସୁଟିଂ ବାତିଲ । ଏବେ ଆପଣ ଆପଣଙ୍କ ପ୍ରିୟ ସ୍ଥାନରେ ପିଲାଭଳି ଶୋଇପାରିବେ । ରିକଭରି ୧୦୦୦% । ଫୋଟୋ କ୍ଲିକଡ଼ ବାଏ ରଶ୍ମିକା” ।
ତେବେ ରଶ୍ମିକା ଓ ବିଜୟଙ୍କ ବଣ୍ଡିଂ ନୂଆ ନୁହେଁ। ଦୁହେଁ ପରସ୍ପରଙ୍କ ସଫଳତାକୁ ସମର୍ଥନ କରିବା ସହ ନିଜ ପରିବାରଲୋକଙ୍କ ସହ ମଧ୍ୟ ସମୟ ଅତିବାହିତ କରିବାକୁ ପସନ୍ଦ କରିଥାନ୍ତି | ବିଭିନ୍ନ ସମୟରେ ଦୁହେଁ ପରସ୍ପରଙ୍କୁ ନେଇ ମଜା କରୁଥିବାର ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳିଥାଏ । ରଶ୍ମିକାଙ୍କ ଏହି ଅନ୍ଦାଜ ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ ଆସିଛି। ଫଟୋଟି ସାମ୍ନାକୁ ଆସିବା ପରେ ଦୁହିଁଙ୍କ କେମିଷ୍ଟ୍ରିକୁ ନେଇ ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି। ଅନେକ ଫ୍ୟାନ୍ସ କହିଛନ୍ତି ଯେ, ରଶ୍ମିକାଙ୍କ ମନରେ ବିଜୟଙ୍କ ପାଇଁ ଥିବା ଭଲ ପାଇବା ଏହି ଫଟୋ ଓ କମେଣ୍ଟରୁ ହିଁ ଜଣାପଡ଼ୁଛି। ପୁଣି ଥରେ ଦୁହିଁଙ୍କ ମଧ୍ୟରେ ଥିବା ସମ୍ମାନ ଓ ପ୍ରେମ ଫ୍ୟାନ୍ସଙ୍କ ମୁହଁରେ ହସ ଆଣିଦେଇଛି ।
