Voice of Eastern India

ବିଶ୍ୱ ଦରବାରରେ ବଢ଼ିଲା ଭାରତର ଗୌରବ, ଇଣ୍ଡୋନେସିଆରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ସର୍ବୋଚ୍ଚ ସମ୍ମାନ


ନୂଆଦିଲ୍ଲୀ: ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଛି। ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସବିଆଣ୍ଟୋ ଘୋଷଣା କରିଛନ୍ତି, ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ‘Bintang Adipurna of the Republic of Indonesia’ରେ ସମ୍ମାନିତ କରିଛି। ଏହାକୁ ମିଶାଇ ୩୪ ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ ହେଲେଣି ମୋଦି।

ଜାକର୍ତ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହି ବନ୍ଧୁତ୍ୱପୂର୍ଣ୍ଣ ସ୍ବାଗତ ପାଇଁ ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ପ୍ରବୋଙ୍କୁ କୃତଜ୍ଞତା ଜଣାଉଛି। ଗତ ବର୍ଷ ତାଙ୍କୁ ଭାରତ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବରେ ସ୍ବାଗତ କରିବାର ସୁଯୋଗ ପାଇଥିଲି। ଆଜି ତାଙ୍କ ଆନ୍ତରିକ ନିମନ୍ତ୍ରଣରେ ଇଣ୍ଡୋନେସିଆ ଗସ୍ତରେ ମୋତେ ବହୁତ ଖୁସି ଲାଗେ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,ଆଜି ସକାଳେ ମୋତେ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି। ଏହି ସମ୍ମାନ ଲକ୍ଷ ଲକ୍ଷ ଭାରତୀୟଙ୍କର ଅଟେ। ଏହା ଇଣ୍ଡୋନେସିଆର ଲୋକଙ୍କ ଭାବନା, ଭାରତ ଏବଂ ଇଣ୍ଡୋନେସିଆର ଐତିହାସିକ ତଥା ଘନିଷ୍ଠ ସମ୍ପର୍କ। ମୁଁ ରାଷ୍ଟ୍ରପତି ପ୍ରବୋ, ଇଣ୍ଡୋନେସିଆ ସରକାର ଏବଂ ଏଠାରେ ଥିବା ଲୋକଙ୍କୁ ମୁଁ କୃତଜ୍ଞତା ଜଣାଉଛି।

Source link



Source link

Leave A Reply

Your email address will not be published.