Voice of Eastern India

ଭାରତ-ଇଂଲଣ୍ଡ ତୃତୀୟ ଟି୨୦ : ପ୍ରତିଶୋଧ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ଖେଳିବେ ବୈଭବ !


ନୂଆଦିଲ୍ଲୀ,|୦୭ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ମଙ୍ଗଳବାର ତୃତୀୟ ଟି-ଟ୍ରେଣ୍ଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ଦ୍ଵିତୀୟ ମ୍ୟାଚ ଜିତି ଇଂଲଣ୍ଡ ୧-୦ରେ ସିରିଜ ଆଗୁଆ ରହିଛି। ଫଳରେ ଭାରତ ଆଉ ଡେରି ନକରି ଯଥା ସମ୍ଭବ ବିଜୟ ସହ ସିରିଜକୁ ଫେରିବାକୁ ଚେଷ୍ଟା କରିବ। ଫଳରେ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି।

ପୂର୍ବ ପରାଜୟକୁ ଭୁଲି ଭାରତ ନୂଆ ଉତ୍ସାହ ସହ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ପ୍ରସ୍ତୁତ । ଘରୋଇ ଦଳକୁ ହରାଇବାକୁ ହେଲେ ବ୍ୟାଟିଂ ବିଭାଗରେ ଉନ୍ନତି ଜରୁରି। ବିଶେଷ କରି ଓପନିଂ ବିଭାଗ ବଡ଼ ଭାଗିଦାରୀ ଗଠନ କଲେ ଭାରତ ବିଶାଳ ସ୍କୋର ସଂଗ୍ରହ କରିପାରିବ। ବୋଲିଂ ବିଭାଗରେ ପରିବର୍ତ୍ତନ ହେବା ଏକ ପ୍ରକାର ନିଶ୍ଚିତ। ପୂର୍ବ ମ୍ୟାଚରେ ସ୍ପିନରମାନେ ନିରାଶ କରିଥିଲେ। ତେଣୁ ଭାରତ ଆଉ ଜଣେ ପେସ୍ ବୋଲର ନେଇ ଖେଳିବା ଆଶା କରାଯାଇପାରେ।

ଭାରତ ମଙ୍ଗଳବାର ଏକାଦଶରେ ପରିବର୍ତ୍ତନ କରିବା ଏକ ପ୍ରକାର ନିଶ୍ଚିତ। ପୂର୍ବ ମ୍ୟାଚରେ କରିଥିବା ରବି ବିଷ୍ଣୋଇଙ୍କ ସ୍ଥାନରେ ପ୍ରିନ୍ସ ଯାଦବ କିମ୍ବା ୱାସିଂଟନ ସୁନ୍ଦରଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ। ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶ ଘୋଷଣା କରି ସାରିଛି। ଷ୍ଟାଡିୟମର ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ। ଏଠାରେ ବିଶାଳ ସ୍କୋର ହେବାର ରେକର୍ଡ ରହିଛି। ମାତ୍ର ଏହି ମ୍ୟାଚ ପାଇଁ ପ୍ରସ୍ତୁତ ପିଚରେ ଘାସ ରଖାଯାଇଥିବାରୁ ପେସ୍ ବୋଲରମାନେ ନୂଆ ବଲରେ ଘାତକ ସାବ୍ୟସ୍ତ ହେବେ।

Also Read :- ୪୫ ବର୍ଷରେ କ୍ୟାପ୍ଟେନ୍ କୁଲ୍ : ଭାରତୀୟ କ୍ରିକେଟର ସବୁଠୁ ସଫଳ ଅଧିନାୟକ, ଆଜି ବି ସେ BOSS

ତୃତୀୟ ଟି୨୦ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ଥରେ ସୁଯୋଗ ମିଳିପାରେ । ଦ୍ୱିତୀୟ ଟି୨୦ରେ ସେ ଆତ୍ମବିଶ୍ୱାସର ସହ ଛକା ଲଗାଉଥିଲେ । ୧୦ଟି ବଲରୁ ୧୪ ରନ୍ କରି ଷ୍ଟମ୍ପିଂର ଶିକାର ହୋଇଥିଲେ । ଏଥର ସେ ପୁରୁଣା ଭୁଲ ସୁଧାରିବାକୁ ପ୍ରୟାସ କରିବେ । ନିଜ ଅନ୍ଦାଜରେ ବ୍ୟାଟିଂ କରି ଦଳକୁ ମଜବୁତ ଷ୍ଟାର୍ଟ୍ ଦେବେ ବୋଲି ଆଶା କରାଯାଉଛି । 

Source link



Source link

Leave A Reply

Your email address will not be published.