Voice of Eastern India

ଭାରତକୁ ଆଶ୍ୱସ୍ତି, ଋଷିଆରୁ ନିରନ୍ତର ଜାରି ରହିବ ଅଶୋଧିତ ତୈଳ ଯୋଗାଣ, ପୁଷ୍ଟିକଲା ରୋସନେଫ୍ଟ

<!–

–>

ଋଷିଆ ସରକାରୀ ତୈଳ କମ୍ପାନୀ ରୋସନେଫ୍ଟ ଏକ ବୟାନରେ ଭାରତକୁ ଅଶୋଧିତ ତୈଳ ଯୋଗାଣ ଜାରି ରହିବ ବୋଲି ପୁଷ୍ଟି କରିଛି। ଋଷିଆର ଏହି ଆଶ୍ୱାସନ ଭାରତର ଉର୍ଜା ସୁରକ୍ଷା ଦିଗରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

Published By: Biswanath – Prameya-News7 Bureau |
June 06, 2026 10:43 PM

NEWS7

<!–

–>

<!–

ନୂଆଦିଲ୍ଲୀ : ପଶ୍ଚିମ ଏସିୟା ସଂକଟ ଓ ବୈଶ୍ୱିକ ତୈଳ ବଜାରରେ ଜାରି ଅନିଶ୍ଚିତତା ମଧ୍ୟରେ ଭାରତ ଲାଗି ଏକ ସକରାତ୍ମକ ଖବର ଆସୁଛି। ଋଷିଆ ସରକାରୀ ତୈଳ କମ୍ପାନୀ ରୋସନେଫ୍ଟ ଏକ ବୟାନରେ ଭାରତକୁ ଅଶୋଧିତ ତୈଳ ଯୋଗାଣ ଜାରି ରହିବ ବୋଲି ପୁଷ୍ଟି କରିଛି। ବର୍ତ୍ତମାନ ସମୟରେ ଯେତେବେଳେ ଯୋଗାଣ ଓ ସିପିଂ ମାର୍ଗକୁ ନେଇ ଚିନ୍ତା ଲାଗି ରହିଛି ସେଥିରେ ଋଷିଆର ଏହି ଆଶ୍ୱାସନ ଭାରତର ଉର୍ଜା ସୁରକ୍ଷା ଦିଗରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

ଏଥିରୁ ଦେଶକୁ ତୈଳର ଉପଲବ୍ଧତା ଓ ଦର ନିୟନ୍ତ୍ରଣରେ ସହାୟତା ମିଳିବ ବୋଲି କୁହାଯାଉଛି। ରୋସନେଫ୍ଟ ମୁଖ୍ୟ ଇଗୋର ସେଚିନ କହିଛନ୍ତି ଯେ ଭାରତ ଓ ଚୀନକୁ ଋଷିଆ ତୈଳ ଯୋଗାଣ ସ୍ଥିର ରହିବ। ସେ କହିଛନ୍ତି ଯେ ବୈଶ୍ୱିକ ଉର୍ଜା ବଜାରର ଋଷିଆ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଓ ଏହାକୁ ଯୋଗାଣ ଶୃଙ୍ଖଳାରୁ ପୃଥକ କରାଯାଇ ପାରିବନି। ତାଙ୍କ ଅନୁସାରେ ଭାରତ ଓ ଚୀନ ସହିତ ଋଷିଆର ଉର୍ଜା ଭାଗିଦାରୀ ଦୁଇ ଦେଶଙ୍କ ନିମନ୍ତେ ଲାଭକାରୀ ପ୍ରମାଣିତ ହୋଇଛି। ସେଚିନ ଏହା ବି ଦାବି କରିଛନ୍ତି ଯେ ଏପ୍ରିଲ ୨୦୨୨ରୁ ଏ ପର୍ଯ୍ୟନ୍ତ ଭାରତ ଓ ଚୀନ୍ ରିହାତି ଦରରେ ଋଷିୟ ତୈଳ ମିଳିବାରୁ ୪୦ ବିଲିୟନ ଡଲାରରୁ ଅଧିକ ଆର୍ଥିକ ଲାଭ ପାଇଛନ୍ତି। ଏଣୁ ଦୁଇ ଦେଶଙ୍କ ମହଙ୍ଗା ଅନ୍ତର୍ଜାତୀୟ ବଜାର ଉପରେ ନିର୍ଭରତା ହ୍ରାସ ହୋଇଛି।

ୟୁକ୍ରେନ ଯୁଦ୍ଧ ପରଠାରୁ ଋଷିଆ ଅନେକ ଦେଶଙ୍କୁ ରିହାତୀ ଦରରେ ତୈଳ ବିକ୍ରି କରିଆସୁଛି। ଏହାର ସବୁଠୁ ଅଧିକ ଲାଭ ଭାରତକୁ ମିଳିଛି। ଋଷିଆରୁ ଭାରତ ତୈଳ ଆମଦାନୀ ବଢାଇଛି, ଏଣୁ ଆମଦାନୀ ବାବଦ ବ୍ୟୟ ହ୍ରାସ ହୋଇଥିବା ବେଳେ ଘରୋଇ ବଜାରରେ ଇନ୍ଧନ ମୂଲ୍ୟ ଉପରେ ଚାପ ହ୍ରାସ ହୋଇଛି। ଏବେ ଭାରତକୁ ତୈଳ ଯୋଗାଇ ଦେବାରେ ଋଷିଆ ପ୍ରମୁଖ ଦେଶ ପାଲଟିଛି ଓ ଭାରତ ତାର ମୋଟ ତୈଳ ଆବଶ୍ୟକତାର ଏକ ବଡ଼ ଅଂଶ ଋଷିଆରୁ ଆମଦାନୀ କରୁଛି। ଏଣୁ ସ୍ଥିର ଓ ଶସ୍ତା ଯୋଗାଣ ଦେଶର ଅର୍ଥ ବ୍ୟବସ୍ଥା ନିମନ୍ତେ ଏକ ଜରୁରି ଆବଶ୍ୟକତା ପାଲଟିଛି।

Source link

Source link

Leave A Reply

Your email address will not be published.