Voice of Eastern India

ଭାରତରେ ମିଶିବାକୁ ଚାହୁଁଥିବା ପିଓକେବାସୀଙ୍କୁ ଗୁଳି କଲା ପାକିସ୍ତାନୀ ସେନା: ୧ ମୃତ, ୧୪ ଆହତ


ମୁଜଫରାବାଦ: ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ରବିବାର (୫ ଜୁଲାଇ ୨୦୨୬) ପୁଣିଥରେ ପାକିସ୍ତାନୀ ସେନା ଓ ପିଓକେ ପୁଲିସ ପକ୍ଷରୁ ପ୍ରଦର୍ଶନକାରୀଙ୍କ ଉପରେ ଗୁଳିମାଡ଼ କରାଯାଇଛି। ଘଟଣାରେ ଜଣେ ଆନ୍ଦୋଳନକାରୀଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ ଜଣ ଆହତ ହୋଇଛନ୍ତି। ମୁଜଫରାବାଦ ଓ ଦଦିୟାଲରେ ଏହି ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁସାରେ, ପିଓକେରେ ପାକିସ୍ତାନୀ ସେନାର କାର୍ଯ୍ୟକଳାପ ବିରୋଧରେ ଚାଲିଥିବା ଆନ୍ଦୋଳନର ଏକ ମାସ ପୂରଣ ଅବସରରେ ଦଦିୟାଲରେ ସନ୍ଧ୍ୟା ପ୍ରାୟ ୪ଟା ବେଳେ ପ୍ରଦର୍ଶନକାରୀମାନେ ଦଦିୟାଲ-ମୀରପୁର ସେତୁରେ ପହଞ୍ଚିଥିଲେ। ଏହି ସମୟରେ ପାକିସ୍ତାନୀ ରେଞ୍ଜର୍ସ ଏକେ-୪୭ ରାଇଫଲରୁ ତାଙ୍କ ଉପରେ ଗୁଳିମାଡ଼ କରିଥିଲେ।ରୁ ଲୁହବୁହା ଗ୍ୟାସ ମାଡ଼ କରିଥିଲା ପିଓକେ ପୁଲିସ। ପ୍ରାୟ ୨୦ ମିନିଟ୍ ଧରି ଚାଲିଥିବା ଗୁଳିଚାଳନାରେ ମହମ୍ମଦ ୟାକୁବ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହାଛଡ଼ା ୧୪ ଜଣ ଆହତ ହୋଇଥିବା ସୂଚନା ମିଳିଛି ଏବଂ ସେମାନଙ୍କର ଚିକିତ୍ସା ଚାଲିଛି।

ସେହିପରି ମୁଜଫରାବାଦର ନୀଲମ ପୁଲ ନିକଟରେ ମଧ୍ୟ ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ପ୍ରଦର୍ଶନ ସମୟରେ ପାକିସ୍ତାନୀ ରେଞ୍ଜର୍ସ ଗୁଳିଚାଳନା କରିଥିବା ଅଭିଯୋଗ ହୋଇଛି। ଏହି ସମୟରେ ନିକଟସ୍ଥ ମସଜିଦରେ ଆଜାନ ଚାଲିଥିଲା। ମୁଜଫରାବାଦରେ କାହାର ମୃତ୍ୟୁ ହୋଇଥିବାର ଏପର୍ଯ୍ୟନ୍ତ ସରକାରୀ ପୁଷ୍ଟି ମିଳି ନାହିଁ। ତେବେ ରବିବାରର ଘଟଣା ପରେ ପାକିସ୍ତାନୀ ରେଞ୍ଜର୍ସଙ୍କ ଗୁଳିରେ ପ୍ରାଣ ହରାଇଥିବା ପ୍ରଦର୍ଶନକାରୀଙ୍କ ସଂଖ୍ୟା ୫୯ରେ ପହଞ୍ଚିଥିବା ଦାବି କରାଯାଉଛି।

ଭାରତ ସହ ମିଶିବାକୁ ଦାବି ଜୋରଦାର

ରବିବାର ନିୟନ୍ତ୍ରଣ ରେଖା (LoC) ନିକଟସ୍ଥ ତିତ୍ରିନୋଟ ଅଞ୍ଚଳରେ ମଧ୍ୟ ପିଓକେର ସାଧାରଣ ଲୋକେ ପାକିସ୍ତାନ ସରକାର ଓ ସେନା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରଦର୍ଶନକାରୀମାନେ ଭାରତ ସହ ପୁଣିଥରେ ମିଶିବା ସପକ୍ଷରେ ସ୍ଲୋଗାନ ଦେଇଥିବା ଜଣାପଡ଼ିଛି। ଏହାପୂର୍ବରୁ ଶନିବାର (୪ ଜୁଲାଇ) ଆୱାମୀ ଆକ୍ସନ କମିଟି ପକ୍ଷରୁ ଆନ୍ଦୋଳନକୁ ଆହୁରି ଜୋରଦାର କରିବା ସହ ଜମ୍ମୁର ଲୋକଙ୍କୁ ସମର୍ଥନ ଓ ସହଯୋଗ ପାଇଁ ଆହ୍ୱାନ କରାଯାଇଥିଲା। ସେହି ସଂଗଠନ ଭାରତ ସହ ପୁନର୍ମିଳନର ଦାବି ମଧ୍ୟ ଉଠାଇଥିବା କୁହାଯାଉଛି।

Source link



Source link

Leave A Reply

Your email address will not be published.