Voice of Eastern India

ମହାଦେବ ବେଟିଂ ନେଟୱର୍କର କିଙ୍ଗପିନ ସୌରଭ ଚନ୍ଦ୍ରାକରଙ୍କୁ ଓମାନରୁ ଭାରତ ଆଣିଲା ସିବିଆଇ


ନୂଆଦିଲ୍ଲୀ: ଓମାନରୁ ଭାରତ ଆସିଲା ମହାଦେବ ବେଟିଂ ଆପର ମୁଖ୍ୟ ଅଭିଯୁକ୍ତ ସୌରଭ ଚନ୍ଦ୍ରାକର। ସିବିଆଇର ଏକ ସ୍ୱତନ୍ତ୍ର ଦଳ ଅନ୍ଯ କେନ୍ଦ୍ରୀୟ ଏଜେନ୍ସିମାନଙ୍କ ସହଯୋଗରେ ସୌରଭକୁ ଓମାନରୁ ଭାରତ ଫେରାଇ ଆଣିବାରେ ସଫଳ ହୋଇଛି। ଏବେ ତାକୁ ରାୟପୁର ସିବିଆଇର ଏକ ବିଶେଷ ଅଦାଲତରେ ହାଜର କରାଯିବ ବୋଲି ସୂଚନା ମିଳିଛି।

ମହାଦେବ ବେଟିଂ ଆପ୍ ସହ ଜଡ଼ିତ ୬ ହଜାର କୋଟି ଟଙ୍କାର ଆର୍ଥିକ ହେଫେରର ମାମଲାରେ ସୌରଭ ମୁଖ୍ୟ ଅଭିଯୁକ୍ତ ରହିଛି। ଅନେକ ଦିନ ହେଲା ସିବିଆଇ ତାକୁ ଓମାନରୁ ଭାରତ ଫେରାଇ ଆଣିବାକୁ ଚେଷ୍ଟା କରୁଥିଲା। ଶେଷରେ ଏଥିରେ ସଫଳତା ମିଳିଛି।

୬ ହଜାର କୋଟି ଠକେଇର ମୁଖ୍ୟ ଅଭିଯୁକ୍ତ ସୌରଭ

ସୌରଭ ଚନ୍ଦ୍ରକାର ସହଯୋଗୀ ରବି ଉପ୍ପଲଙ୍କ ସହ ମିଶି ମହାଦେବ ବେଟିଂ ନେଟୱାର୍କ ପ୍ରତିଷ୍ଠା କରିଥିଲା। ଦୁହେଁ ୨୦୧୯ ମସିହାରେ ଦୁବାଇ ପଳାଇଯିବା ପରେ ସେଠାରୁ ଏକ ବେଟିଂ ଆପ୍ଲିକେସନ୍ ଏବଂ ୱେବସାଇଟ୍ ମାଧ୍ୟମରେ ସେମାନଙ୍କର ବେଆଇନ ବ୍ୟବସାୟ ଜାରି ରଖିଥିଲେ।ମହାଦେବ ଆପ୍ ଏବଂ ଏହାର ସମ୍ପୃକ୍ତ ପ୍ଲାଟଫର୍ମଗୁଡ଼ିକ ଅବୈଧ ବେଟିଂରେ ଲିପ୍ତ ରହିଥିଲା। ଏହି ସିଣ୍ଡିକେଟରେ ପ୍ରାୟ ୬୦୦୦ କୋଟି ଟଙ୍କାର କରାବାର ହୋଇଛି ବୋଲି ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଦାବି କରୁଛନ୍ତି। ଏହି ପୂରା ବେଟିଂ ନେଟୱାର୍କର ମାଷ୍ଟରମାଇଣ୍ଡ ସୌରଭ ଚନ୍ଦ୍ରାକର ବୋଲି କୁହାଯାଉଛି। ତା’ ବିରୁଦ୍ଧରେ ଅବୈଧ ବେଟିଂ, ମନି ଲଣ୍ଡରିଂ ଏବଂ ସଂଗଠିତ ଅପରାଧ ସହିତ ଜଡିତ ଗମ୍ଭୀର ଅଭିଯୋଗ ଲଗାଯାଇଛି।

ଭାରତ ଫେରାଇ ଆଣିବାକୁ ଚାଲିଥିଲା ଉଦ୍ୟମ

ଦୁବାଇରେ ରହି ବେଆଇନ କାରବାର ଚଳାଇବା ପରେ ସୌରଭ ଓମାନ ଚାଲିଯାଇଥିଲା। ଭାରତୀୟ ଏଜେନ୍ସିଗୁଡ଼ିକ ତାକୁ ଭାରତ ଫେରାଇ ଆଣିବାକୁ ଅନେକ ଦିନ ହେଲା ଚେଷ୍ଟା କରି ଆସୁଥିଲେ। ଅନ୍ତର୍ଜାତୀୟ ପୁଲିସ ସଂଗଠନ ଇଣ୍ଟରପୋଲର ରେଡ୍ ନୋଟିସକୁ ଆଧାର କରି, ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷ ଅକ୍ଟୋବର ୨୦୨୪ରେ ଚନ୍ଦ୍ରାକରଙ୍କୁ କିଛି ସମୟ ପାଇଁ ଅଟକ ରଖିବା ପରେ ତାଙ୍କୁ ଗୃହବନ୍ଦୀ କରି ରଖିଥିଲେ।

Also Read- ଜ୍ଞାନେଶ କୁମାର ସିଇସି ପଦରୁ ହଟିବ, ମୋଦୀ-ଶାହଙ୍କ ବିରୋଧରେ ଆକ୍ସନ ହେବ; ରାମଲୀଲା ମଇଦାନରୁ ଗର୍ଜିଲେ ରାହୁଲ

ଏହାପରେ ଅନ୍ତର୍ଜାତୀୟ ଆଇନ ଅନୁସାରେ ସୌରଭକୁ ଭାରତ ପ୍ରତ୍ୟର୍ପଣ କରିବାକୁ ଆବେଦନ କରାଯାଇଥିଲା। ହେଲେ ଏନୁରୋଧ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଚନ୍ଦ୍ରାକର ସହଯୋଗୀ ଓ ବେଟିଂ ନେଟୱର୍କର ସହସଂସ୍ଥାପକ ରବି ଉପ୍ପଲ ୟୁଏଇରୁ ଫେରାର ହୋଇଯାଇଥିଲା। 

ୟୁଏଇ ଅଧିକାରୀମାନେ ରବି ବିରୋଧରେ ହୋଇଥିବା ପ୍ରତ୍ୟର୍ପଣ ଆବେଦନକୁ ଅଟକାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ୨୦୨୫ ନଭେମ୍ବର ୪ ତାରିଖରେ ୟୁଏଇର ଏହି ନିଷ୍ପତ୍ତି ବିଷୟରେ ଜଣାପଡ଼ିଥିଲା। ହେଲେ ବର୍ତ୍ତମାନ ରବି ଉପ୍ପଲ କେଉଁଠି ଅଛନ୍ତି ସେ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ଜଣାପଡ଼ି ନାହିଁ।

Source link



Source link

Leave A Reply

Your email address will not be published.