ମାଲକାନଗିରି ୨୫।୭: ମାଲକାନଗିରି ଜିଲ୍ଲାରେ ପୁଣି ଠାବ ହେଲା ମାଓ ଡମ୍ପ୍ । ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଯୋଡାଆମ୍ବ ଥାନା ଅର୍ନ୍ତଗତ ଓରାପଦର ଜଙ୍ଗଲରେ ବିଏସଏଫ ଓ ଡିଭିଏଫ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ମାଓବାଦୀଙ୍କ ଏକ ବଡ ଡମ୍ପ୍ ଠାବ ହୋଇଛି । ଯେଉଁଥିରୁ ୩୨ଟି ଜିଲୋଟିନ ଷ୍ଟିକ୍, ୧୧ଟି ଡିଟୋନେଟର, ୫ ଶହ ଗ୍ରାମ ଗନ୍ ପାଉଡର, ୩ ମିଟର କୋଡେକ୍ସ ତାର, ସୋଲାର ପ୍ୟାନେଲ, ବ୍ୟାଟେରି ରେଡିଓ ଓ ବିଦ୍ୟୁତ ତାର ମିଳିଛି ।
Also Read:- ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କ ବଢ଼ିଲା ଅଡ଼ୁଆ, ୨୧ ଓ୍ବାର୍ଡ ମେମ୍ବର ଆଣିଲେ ଅନାସ୍ଥା ପ୍ରସ୍ତାବ
ସଂପୃକ୍ତ ଅଞ୍ଚଳରେ ମାଓ ଡମ୍ପ୍ ଠାବ ହେବା ପରେ ସେଠାରେ କମ୍ବିଂ ଅପରେସନକୁ ଦୋରଦାର କରାଯାଇଛି । ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ରହିଛି କି ନାହିଁ ତାହାର ତନାଘନା କରୁଛି ପୋଲିସ ।
