ନୂଆପଡା ୨୮।୦୯ : ନୂଆପଡା ଖୁଟବନ ଭେରା ଅଞ୍ଚଳରେ ବୁଲୁଛି ବାଘ । ଜଣେ ଯୁବକ ତାଙ୍କ ମୋବାଇଲରେ କଏଦ କରିଛନ୍ତି କାଳରାପତରିଆ ବାଘର ଭିଡିଓ। ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, ରବିବାର ରାତିରେ ସାରାବଙ୍ଗ ପତୋରା ଯିବା ବେଳେ ଖୁଟବନ ଭେରା ପାଖରେ ବାଘକୁ ଦେଖିଥିଲେ। ଗୋଟିଏ ବାଘ ରାସ୍ତା ପାରି ହେବା ପାଇଁ ଚେଷ୍ଟା କରୁଥିବା ବେଳେ ତାଙ୍କ ନଜରକୁ ଆସିଥିଲା। କାର ଲାଇଟପଡିବାରୁ ବାଘଟି ରାସ୍ତା ପାର ନହୋଇ ଅଟକି ଯାଇଥିଲା । ଯୁବକ ଜଣକ କାରକୁ ରଖିଥିଲେ ମଧ୍ୟ ବାଘଟି ସେଠି ଠିଆ ହୋଇ ରହିଥିଲା । ଯୁବକ ଜଣକ ସାହସ କରି ନିଜ ମୋବାଇଲରେ ବାଘର ଭିଡିଓ ଉଠାଇଥିଲେ।
Also Read:-ଆତଙ୍କବାଦୀଙ୍କୁ ଛାଡିବୁ ନାହିଁ, ଭାରତ ଆଡ଼କୁ ଆଖି ଉଠାଇଲେ ବରଦାସ୍ତ କରାଯିବନି
ଅନ୍ୟପଟେ ନୂଆପଡା ବନ ବିଭାଗକୁ ଖବର ଦେବାପରେ ବନ କର୍ମଚାରୀମାନେ ଯୁବକଙ୍କ ପାଖକୁ ପହଂଚିବା ସହ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ । ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଷ ଦେଇଛି ବନବିଭାଗ।
Watch Video:-
