Voice of Eastern India

ରାୟପୁରରୁ ଭୁବନେଶ୍ବର ଆସିପାରୁନାହିଁ ଇଣ୍ଡିଗୋ ବିମାନ, ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ


କଟକ: ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ବିମାନର ଗତିପଥ ପରିବର୍ତ୍ତନ ଓ ରାୟପୁର ବିମାନ ବନ୍ଦରରେ ଦୀର୍ଘ ସାଢ଼େ ଚାରି ଘଣ୍ଟାର ଅପେକ୍ଷା ପରେ ବି ଉଡାଣ ପାଇଁ ଅନୁମତି ନମିଳିବାରୁ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁସାରେ, ସୋମବାର ଅପରାହ୍ଣରେ ଖରାପ ପାଗ ଯୋଗୁ ଇଣ୍ଡିଗୋ ବିମାନଟି ଭୁବନେଶ୍ବରରେ ଲ୍ୟାଣ୍ଡ କରିପାରିନଥିଲା। ଫଳରେ ଭୁବନେଶ୍ୱରରେ ସାଢେ ଚାରିଟାରେ ଲ୍ୟାଣ୍ଡ୍ କରିବାକୁ ଥିବା ଇଣ୍ଡିଗୋ ଏୟାରଲାଇନ୍ସର ବିମାନକୁ ରାୟପୁରକୁ ଡାଇଭର୍ଟ କରାଯାଇଥିଲା।

Also Read: କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ପୁରୀ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ୍ ପାଇଁ ଚିଠି

ରାୟପୁରରେ ବମାନଟି ସଂଧ୍ୟା ୬ଟାରେ ପହଞ୍ଚିଥିଲା। ମାତ୍ର ବିମାନ ବନ୍ଦର କର୍ତ୍ତୃପକ୍ଷ ଭୁବନେଶ୍ୱର ପାଇଁ ଉଡାଣ ଭରିବା ପାଇଁ ଏହି ବିମାନକୁ ଅନୁମତି ଦେଉନଥିବା ଅଭିଯୋଗ ଆଣି ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସହ ବିମାନ ବନ୍ଦରରେ ଫସିରହିଥିବା ଯାତ୍ରୀମାନଙ୍କର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଯୁକ୍ତି ତର୍କ ମଧ୍ୟ ହୋଇଥିବା ଜଣାପଡ଼ିଛି। ତେବେ ଏପର୍ଯ୍ୟନ୍ତ ବିମାନଟି ଭୁବନେଶ୍ୱର ପାଇଁ ଉଡାଣ ଭରିପାରିନଥିବା ଜଣାପଡ଼ିଛି।

Updating…

Source link



Source link

Leave A Reply

Your email address will not be published.