ଦିଗପହଣ୍ଡି ୭।୭: ଶିଶୁକନ୍ୟାକୁ ଝୁଣିଦେଲା ପାଗଳ କୁକୁର । ୫ ବର୍ଷର ଶିଶୁ କନ୍ୟାକୁ ଝୁଣିଦେଲା କୁକୁର । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ମହାନଳା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ଶିଶୁଟିକୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ମହାନଳା ଗ୍ରାମର ଏକ ସ୍କୁଲର ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ କୁକୁର ଆକ୍ରମଣ କରିଥିବା ଜଣା ପଡ଼ିଛି । ଛାତ୍ରୀ ଜଣଙ୍କ ବିଦ୍ୟାଳୟର ପଛ ପଟକୁ ପରିସ୍ରା କରିବା ପାଇଁ ଯାଇଥିଲେ । ସେହି ସମୟରେ ହଠାତ ଗୋଟିଏ କୁକୁର ଶିଶୁଟିକୁ କାମୁଡ଼ି ଦେଇଥିଲା । ଫଳରେ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଓ ସ୍ଥାନୀୟ ଲୋକେ ଶିଶୁଟିକୁ ଉଦ୍ଧାର କରି ନିକଟସ୍ଥ ଆଡପଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଆହତ ଛାତ୍ରୀ ଜଣଙ୍କ ହେଉଛନ୍ତି ପାଟପୁର ଗ୍ରାମର ରଞ୍ଜନ ସାହୁଙ୍କ ଝିଅ ଝାନ୍ସି ରାଣୀ ସାହୁ ବୋଲି ଜଣାପଡ଼ିଛି ।
