Voice of Eastern India

ସ୍କୁଲରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ପାଚେରୀ ଡେଇଁ ଭିତରକୁ ପଶିଥିଲା ଅଭିଯୁକ୍ତ


ନବରଙ୍ଗପୁର: ସ୍କୁଲରେ ପଶି ନବମ ଶ୍ରେଣୀ ଛାତ୍ରୀଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ ଅଭିଯୋଗ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳରେ। ଘଟଣାକୁ ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ପୋଲିସରେ ଅଭିଯୋଗ ପରେ ଦୁଷ୍କର୍ମ ଓ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଚଳାଇଥିବା ବେଳେ, ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

ଅଭିଯୋଗ ଅନୁସାରେ, ଗତ ଶୁକ୍ରବାର ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳର ଏକ ହାଇସ୍କୁଲରେ ଘଟିଥିଲା ଏହି ଘଟଣା। ମଧ୍ୟାହ୍ନ ଭୋଜନ ପରେ ଷଷ୍ଠ ପିରିୟଡରେ ପାଠପଢ଼ା ଚାଲିଥିବା ବେଳେ ସ୍କୁଲର ଜଣେ ନବମ ଶ୍ରେଣୀର ଛାତ୍ରୀ ପରିସ୍ରା କରିବାକୁ ବାଳିକା ଶୌଚାଳୟକୁ ନଯାଇ ସ୍କୁଲ ପାଚେରୀ ନିକଟକୁ ଯାଇଥିଲେ। ହେଲେ ଏହି ସମୟରେ ସେହି ଗାଁର ଜଣେ ଯୁବକ ପାଚେରୀ ଡେଇଁ ସ୍କୁଲ ଭିତରକୁ ପଶିବା ସହ ଉକ୍ତ ଛାତ୍ରୀଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲା। ଏମିତିକି ଜୀବନରେ ମାରିଦେବାକୁ ଧମକ ଦେଇ ଫେରାର ହୋଇଥିଲା। ଏହାପରେ ନାବାଳିକା ଜଣକ ଭୟଭୀତ ହୋଇ କ୍ଲାସରୁମକୁ ଦୌଡ଼ିଆସି ଶିକ୍ଷକଙ୍କ ଜଣାଇଥିଲେ।

Also Read: ରାଜଧାନୀରେ କରିତ୍‌କର୍ମା ନଣନ୍ଦ- ଭାଉଜ, କାରାନାମା ଜାଣିଲେ ହୋଇଯିବେ ତାଜୁବ

ଏହାପରେ ସ୍କୁଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଡାକି ଘଟଣା ବିଷୟରେ ଜଣାଇଥିଲେ ଏବଂ ପରିବାର ପକ୍ଷରୁ ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ କରାଯାଇଛି । ଏହି ଅଭିଯୋଗକୁ ଆଧାରକରି ତେନ୍ତୁଳିଖୁଣ୍ଟି ଥାନାରେ ଦୁଷ୍କର୍ମ ଓ ପୋକ୍ସ ଆକ୍ଟରେ ଏକ ମାମଲା ରୁଜୁ କରାଯିବା ସହ ପୀଡ଼ିତା ନାବାଳିକାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଥିଲା। ଏହା ସହ ସିସିଟିଭି ଫୁଟେଜ, ସିଡିଆର ଓ ଅଭିଯୁକ୍ତର ମୋବାଇଲ ଲୋକେସନ ଯାଞ୍ଚ କରୁଛି ପୋଲିସ । ତଦନ୍ତ ଜାରି ରହିଛି, ଦୋଷୀ ବିରୁଦ୍ଧରେ ଆଇନ ଅନୁସାରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ନବରଙ୍ଗପୁର ଏସଡିପିଓ କୃଷ୍ଣଚନ୍ଦ୍ର ଭତରା ।

Source link



Source link

Leave A Reply

Your email address will not be published.