ଉଦଳା: ‘ମୋ ସ୍ୱାମୀକୁ ତୁ ନେଇ ଯାଇଛୁ, ମୋ ଘର ଭାଙ୍ଗିଛୁ’… ଏଭଳି କହି ବିଚ୍ ରାସ୍ତାରେ ଦୁଇ ମହିଳାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ହାତାହାତି ପରିସ୍ଥିତି। ଏଘଟଣା ହେଉଛି ମୟୂରଭଞ୍ଜ ଉଦଳା ନାଗପାଳରେ। ଉଦଳା ଥାନା ନାଗପାଳର ଭାରତୀ ପାତ୍ର ନାମକ ଅଭିଯୋଗ କରିଛନ୍ତି ଯେ, ଝିଲି ନାମକ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ପ୍ରେମ କରୁଥିଲେ । ଆଉ ଏହି ପ୍ରେମ ଆଳରେ ଝିଲି ତାଙ୍କ ସ୍ବାମୀଙ୍କୁ ପରିବାରଠାରୁ ଦୂରେଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଥିଲେ ଭାରତୀ।
ଯାହାକୁ ନେଇ ପୂର୍ବରୁ ମଧ୍ୟ ଥାନାରେ ଦ୍ୱାରସ୍ତ ହୋଇ ଉଭୟ ପକ୍ଷ ଆଲୋଚନା କରିଥିଲେ ଏବଂ ଝିଲି ଓଝା ଆଉ ଏଭଳି କରିବେ ନାହିଁ ବୋଲି କହିଥିଲେ। ହେଲେ ପୁଣି ପୂର୍ବଭଳି ସମ୍ପର୍କ ରଖିଥିଲେ ଝିଲି । ଫଳରେ ଏହାକୁ ନେଇ ଭାରତୀଙ୍କ ପରିବାରରେ ଲାଗି ରହିଥିଲା। ଏମିତିରେ ଶନିବାର ଝିଲି ଓଝାଙ୍କୁ ନାଗପାଳ ରାସ୍ତାରେ ଯାଉଥିବା ଦେଖି ଭାରତୀ ତାଙ୍କୁ ଅଟକାଇ ପଚାରିଥିଲେ। ଏହାରି ମଧ୍ୟରେ ଉଭୟଙ୍କ ମଧ୍ୟରେ ହାତାହାତି ମଧ୍ୟ ହୋଇଥିଲା। ଏସବୁ ଭିତରେ ଝିଲିଙ୍କୁ ଏକ ଗାମୁଛାରେ ବାନ୍ଧି ଥାନାକୁ ନେବାକୁ ଉଦ୍ୟମ କରିଥିଲେ ଭାରତୀ। ହେଲେ ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଂଚିଥିବା ବେଳେ ଉଭୟ ପକ୍ଷ ଥାନାରେ ପହଞ୍ଚିଛନ୍ତି।
Source link
