Voice of Eastern India

ସ୍ୱର୍ଗତ କଳ୍ପତରୁ ଦାସଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା, ଏକାଠି ହେଲେ ବହୁ ବିଜେଡି ନେତା


ଚଣ୍ଡିଖୋଲ ୨୬।୦୭ : ସ୍ୱର୍ଗତ କଳ୍ପତରୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି । ଯାଜପୁର ଜିଲ୍ଲା ଧର୍ମଶାଳା ଭବନ ଠାରେ ଅନୁଷ୍ଠିତ ୧୧ ତମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଏକାଠି ହୋଇଛନ୍ତି ବିଜେଡିର ବରିଷ୍ଠ ନେତା ସାମିଲ ହୋଇଥିଲେ । ଏଥିରେ ପୂର୍ବତନ ମନ୍ତ୍ରୀ ତଥା ବିଞ୍ଝାରପୁର ବିଧାୟିକ ପ୍ରମିଳା ମଲ୍ଲିକ, ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ପ୍ରୀତିରଞ୍ଜନ ଘଡେଇ, ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ, ଯାଜପୁର ବିଧାୟିକା ସୁଜାତା ସାହୁ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ବଡ଼ଚଣା ବିଜେଡି ନେତା କ୍ୟାପଟେନ ରାଜନାରାୟଣ ମହାପାତ୍ର ପ୍ରମୁଖ ଯୋଗ ଦେଇ କଳ୍ପତରୁ ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାସହ ଧର୍ମଶାଳା ଏବଂ ରାଜ୍ୟ ପ୍ରତି ତାଙ୍କ ଅବଦାନକୁ ସ୍ମରଣ କରିଛନ୍ତି । ସେହିପରି ବ୍ଲକ ବିଜେଡି ସଭାପତି ପ୍ରସନ୍ନ ରାଉତଙ୍କ ସଂଯୋଗଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦଳରେ ବହୁ ବରିଷ୍ଠ ନେତା, କର୍ମକର୍ତ୍ତା, ଦଳୀୟ କର୍ମୀ ଯୋଗ ଦେଇଛନ୍ତି । ସମସ୍ତ ଅତିଥି ବୃନ୍ଦ ଧର୍ମଶାଳା ପ୍ରତି କଳ୍ପତରୁ ଦାସଙ୍କ ଅବଦାନ ସଂପର୍କରେ ସ୍ମୃତି ଚାରଣ କରିଥିଲେ ।

Source link



Source link

Leave A Reply

Your email address will not be published.