Voice of Eastern India

୨୦ଟି ଛକା, ୪୪୩ ରନ୍… ଆଣ୍ଡ୍ର୍ୟୁ ଫ୍ଲିଣ୍ଟଅଫ୍‌ଙ୍କ ପୁଅ ରକି ମାରିଲେ ବିସ୍ଫୋରକ ଶତକ


ଲଣ୍ଡନ:  ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା କିମ୍ୱଦନ୍ତୀ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ଫ୍ଲିଣ୍ଟଅଫଙ୍କ ପୁଅ ରକି ଫ୍ଲିଣ୍ଟଅଫ୍ ଚମତ୍କାର ବ୍ୟାଟିଂ ସମସ୍ତଙ୍କ ନଜର ନିଜ ଆଡ଼କୁ କରିଛନ୍ତି । ରକି ଫ୍ଲିଣ୍ଟଅଫ୍ ନିଜ ପ୍ରୋଫେସନାଲ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି । ସେ ୱାନଡେ କପରେ ଲ୍ୟାଙ୍କାଶାୟାର୍ ପାଇଁ ଖେଳି ୭୬ ବଲରୁ ୧୨୩ ରନ୍ ସଂଗ୍ରହ କରିଛନ୍ତି । ସମରସେଟ୍ ବିପକ୍ଷରେ ଟାଣ୍ଟନରେ ଖେଳାଯାଉଥିବା ମ୍ୟାଚରେ ରକି ନିଜ ପାଳିରେ ୭ଟି ଛକା ଓ ୧୦ଟି ଚୌକା ମାରିଛନ୍ତି । ରକି ଫ୍ଲିଣ୍ଟଅଫ୍ ପଞ୍ଚମ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ୬୫ ବଲ୍‌ରେ ନିଜର ଶତକ ପୂରଣ କରିଥିଲେ । ସୂଚନାଯୋଗ୍ୟ ଯେ, ରକିଙ୍କୁ ମାତ୍ର ୧୮ ବର୍ଷ ହୋଇଛି ଏବଂ ତାଙ୍କୁ ଇଂଲଣ୍ଡର ପରବର୍ତ୍ତୀ ସୁପରଷ୍ଟାର ଭାବେ ବିବେଚନା କରାଯାଉଛି ।

ରକି ଫ୍ଲିଣ୍ଟଅଫଙ୍କ ବ୍ୟତୀତ କିଟନ୍ ଜେନିଙ୍ଗ୍ସ ମଧ୍ୟ ଚମତ୍କାର ଶତକ ହାସଲ କରିଛନ୍ତି । ଏହି ବାମହାତୀ ଓପନର ୧୨୭ ବଲରୁ ୧୫୬ ରନ ପାଳି ଖେଳିଛନ୍ତି । ଏହି ପାଳିରେ ଜେନିଙ୍ଗ୍ସ ୧୫ଟି ଚୌକା ଓ ୭ଟି ଛକା ମାରିଥିଲେ । ରକି ଓ ଜେନିଙ୍ଗ୍ସଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଲ୍ୟାଙ୍କାଶାୟାର୍ ୫୦ ଓଭରରେ ୪୪୩ ରନର ବିଶାଳ ସ୍କୋର

ରକି ଫ୍ଲିଣ୍ଟଅଫଙ୍କ ଏପର୍ଯ୍ୟନ୍ତ ୫ଟି ଫାଷ୍ଟ କ୍ଲାସ୍ ମ୍ୟାଚ୍ ଖେଳି ୧୫.୨୨ ହାରରେ ମାତ୍ର ୧୩୭ ରନ୍ କରିପାରିଥିଲେ । ସେ ଗୋଟିଏ ବି ଅର୍ଦ୍ଧଶତକ ହାସଲ କରିପାରି ନଥିଲେ । ତେବେ ଲିଷ୍ଟ ଏ’ରେ ନିଜର ମ୍ୟାଚରେ ସେ ଶେଷରେ ଶତକ ମାରିଦେଇଛନ୍ତି । ଫ୍ଲିଣ୍ଟଅଫଙ୍କ ଷ୍ଟ୍ରାଇକ୍ ରେଟ୍ ସାଧାରଣତଃ ୭୨ ରହିଥିଲା, କିନ୍ତୁ ନିଜ ଶତକୀୟ ପାଳିରେ ସେ ୧୬୦ରୁ ଅଧିକ ଷ୍ଟ୍ରାଇକ୍ ରେଟରେ ରନ୍ ସଂଗ୍ରହ କରିଛନ୍ତି ।

ରକି ଫ୍ଲିଣ୍ଟଅଫଙ୍କ ବାପା ଆଣ୍ଡ୍ର୍ୟୁ ଫ୍ଲିଣ୍ଟଅଫଙ୍କ ଇଂଲଣ୍ଡର କିମ୍ୱଦନ୍ତୀ ଅଲରାଉଣ୍ଡର । ସେ ୭୯ଟି ଟେଷ୍ଟ ମ୍ୟାଚରେ ୩୮୪୫ ରନ୍ ସହ ୨୨୬ଟି ୱିକେଟ୍ ହାସଲ କରିଛନ୍ତି । ସେ ଏକଦିବସୀୟରେ ୩୩୯୪ ରନ୍ କରିବା ସହ ୧୬୯ଟି ୱିକେଟ୍ ହାସ କରିଛନ୍ତି ।

Source link



Source link

Leave A Reply

Your email address will not be published.