ଭୁବନେଶ୍ୱର ୨୦।୦୮ : ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ୍ ଛକରେ ଆନ୍ଦୋଳନ ଆଳରେ ଆତଙ୍କରାଜ । ଅନଲାଇନ୍ ଅଟୋ ଚାଳକଙ୍କ ହିଂସା କାଣ୍ଡ ପଡିଲା ମହଙ୍ଗା । ରାସ୍ତାରୋକ, ଭଙ୍ଗାରୁଜା ଏବଂ ପୋଲିସକୁ ଆକ୍ରମଣ ଘଟଣାରେ କମିଶନରେଟ୍ ପୋଲିସର ଆକ୍ସନ। ରାଜରାସ୍ତାରେ ହଙ୍ଗାମା କରିଥିବା ଅଭିଯୁକ୍ତଙ୍କୁ ଉଠାଇନାବା ସହ ଅଟୋ ଜବତ କରିଛି ପୋଲିସ । ଏବେ ସୁଦ୍ଧା ୧୧୩ ଜଣଙ୍କୁ ଗିରଫ କରାଯାଇଛି । ଆଗକୁ ଆହୁରି ଗିରଫଦାରୀ ସଂଖ୍ୟା ବଢିପାରେ ।
ତେବେ ଅଭିଯୁକ୍ତଙ୍କ ବିରୋଧରେ BNS ଧାରା 126 – ଆଇନ ବିରୋଧରେ ଅଟକାଇବା , BNS ଧାରା 115 – ମାଡ଼ମାରି ଆଘାତ କରିବା, , BNS ଧାରା 109 – ହତ୍ୟା ଉଦ୍ୟମ,PDPP Act – ସରକାରୀ ସମ୍ପତ୍ତି ନଷ୍ଟ ଆଇନ ଲାଗିବ। ସେପଟେ ସପୃକ୍ତ ଆନ୍ଦୋଳନକାରୀଙ୍କ ଅଟୋ ଜବତ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୩୫୪ ଅଟୋ ଜବତ କରାଯାଇଛି। ଜୟଦେବ ବିହାର ରିଜର୍ଭ ପୋଲିସ୍ ଗ୍ରାଉଣ୍ଡରେ ଏହାସବୁ ଅଟୋକୁ ରଖାଯାଇଛି। ଏଥିସହିତ ବେଆଇନ କାର୍ଯ୍ୟରେ ଲିପ୍ତ ୪ଶହ ଗାଡ଼ିର ପରମିଟ୍ ରଦ୍ଦ କରାଯାଇପାରେ। ସଂପୃକ୍ତ ଗାଡ଼ିଗୁଡ଼ିକର ମାଲିକଙ୍କୁ ନୋଟିସ୍ ପଠାଯିବ। ଗାଡ଼ିର ପରମିଟ୍ ରଦ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପରିବହନ ବିଭାଗ ସୂଚନା ଦେଇଛି।
Watch Video:-
