Voice of Eastern India

ଅମରନାଥ ଯାତ୍ରୀଙ୍କୁ ସୁରକ୍ଷା ଦେଉଥିଲେ ପୋଲିସ, ଆକ୍ରମଣ କଲେ ଆତଙ୍କବାଦୀ : କନଷ୍ଟେବଳ ସହିଦ


ଶ୍ରୀନଗର, ୨୨|୦୭: ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କୁ କିଛି ଆତଙ୍କବାଦୀ ଗୁଳିମାଡ କରିଛନ୍ତି । ଏହାପରେ ପୋଲିସ ଏବଂ ସେନା ମିଳିତ ଭାବେ କମ୍ବିଂ ଅପରେସନ ଆରମ୍ଭ କରିଛନ୍ତି । ଏଥିରେ ଜଣେ ପୋଲିସ କର୍ମୀ ସହିଦ ହୋଇଥିବା ସୂଚନା ମିଳିଛି ।

ପୋଲିସ ଅଧିକାରୀଙ୍କ କହିବାନୁସାରେ, ଯବାନ ଏବଂ ପୋଲିସମାନେ ଅମରନାଥ ଯାତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ଥିଲେ । ବୁଧବାର ଦିନ ୧୨ଟା ୩୦ ମିନିଟରେ ପୋଲିସ ବାହିନୀ ଉପରେ ଆକ୍ରମଣ ହୋଇଛି । ଆକ୍ରମଣରେ ଆସିକ୍ ହୁସେନ୍ କ୍ୟୁରେସି ନାମରେ ଜଣେ କନଷ୍ଟେବଳ ସହିଦ ହୋଇଛନ୍ତି । ତାଙ୍କ ଉପରେ ଆକ୍ରମଣ ପରେ ତୁରନ୍ତ ଅନନ୍ତନାଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Also Read :- ରେଳ ସୁରକ୍ଷାରେ ନୂଆ ଅଧ୍ୟାୟ : ପୂର୍ବତଟ ରେଲଓ୍ବେରେ ସାମିଲ ହେଲା AI ରୋବଟ୍ ‘D.S.C ARJUN’

ଆକ୍ରମଣ ପଛରେ ଲଶ୍କର-ଏ-ତୋଏବାର ଛାମୁଆ ସଙ୍ଗଠନ ଦି ରେଜିଷ୍ଟାନ୍ସ ଫୋର୍ସ ନିଜକୁ ଦାୟୀ କରିଛି । ଏନେଇ ସଙ୍ଗଠନ ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି । 

ଘଟଣାପରେ ସୁରକ୍ଷାକର୍ମୀମାନେ ସ୍ଥାନୀୟ ଅଞ୍ଚଳକୁ ଘେରି ରହି କମ୍ବିଂ ଅପରେସନକୁ ଜୋରଦାର କରିଛନ୍ତି । ଆକ୍ରମଣ ଭିଆଇଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । ଅପରପକ୍ଷେ ଅନନ୍ତନାଗ ସହରରେ ବିପୁଳ ମାତ୍ରାରେ ଫୋର୍ସ ମୁତୟନ ହୋଇଛନ୍ତି । ଏହାସହ ଅମରନାଥ ଯାତ୍ରାକୁ ମଧ୍ୟ ଖରାପ ପାଗ କାରଣରୁ ୪ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି ।

Source link



Source link

Leave A Reply

Your email address will not be published.