ଭୁବନେଶ୍ୱର ୩୧।୧୦ : ବନ୍ୟା ମୁକାବିଲା ପାଇଁ ଆକ୍ସନରେ ସରକାର । ବାତ୍ୟା ‘ଅର୍ଣ୍ଣବ’ ଜନିତ ବନ୍ୟା ପରିସ୍ଥିତିର ମୁକାବିଲା ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଗଞ୍ଜାମରେ ନିୟୋଜିତ ହେଲେ ୧୦ ଅଧିକାରୀ। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୦ ଜଣ ଅଧିକାରୀ ନିୟୋଜିତ ହୋଇଛନ୍ତି । ଏଥିରେ ସହକାରୀ କମିଶନର, ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀଙ୍କୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ନିୟୋଜିତ କରାଯାଇଛି।
ଏହାସହ ପାନୀୟ ଜଳ ଯୋଗାଣ ଓ ସ୍ୱଚ୍ଛତା ବ୍ୟବସ୍ଥାର ତଦାରଖ ପାଇଁ WATCO ଓ PHEO ଟିମ୍କୁ ମଧ୍ୟ ନିୟୋଜିତ କରାଯାଇଛି। ବନ୍ୟା ପରବର୍ତ୍ତୀ ସମୟରେ ଜଳାଶୟ ଓ ସର୍ବସାଧାରଣ ଜଳ ଉତ୍ସଗୁଡ଼ିକୁ ସଫା କରିବା ସହ ବିଶୋଧନ କରାଯିବ। ଏହାଦ୍ୱାରା ଜଳବାହିତ ରୋଗର ଆଶଙ୍କାକୁ ରୋକିବା ଉପରେ ଗୁରୁତ୍ୱ ଦିଆଯିବ।
Also Read:-Another cyclone: ମାଡ଼ି ଆସୁଛି ଆଉ ଏକ ବାତ୍ୟା ! ନଭେମ୍ବର ୪ରୁ ବଦଳିବ ପାଗ, ୫ ଜିଲ୍ଲାରେ ପ୍ରବଳ ବର୍ଷିବ !
ପ୍ରଭାବିତ ଅଞ୍ଚଳରେ ସଫେଇ, ସ୍ୱଚ୍ଛତା ଏବଂ ନିରାପଦ ପାନୀୟ ଜଳ ଯୋଗାଣକୁ ପ୍ରାଥମିକତା ଦିଆଯାଉଛି। ଜନସ୍ୱାସ୍ଥ୍ୟର ସୁରକ୍ଷା ସହ ଅତ୍ୟାବଶ୍ୟକ ନାଗରିକ ସେବାର ପୁନରୁଦ୍ଧାର ପାଇଁ ସମସ୍ତ ନିୟୋଜିତ ଅଧିକାରୀ ଓ ଟିମ୍ ସମନ୍ୱୟ ରଖି କାର୍ଯ୍ୟ କରୁଛନ୍ତି।
