ନୂଆଦିଲ୍ଲୀ, ୨୮/୦୮ : କ’ଣ ଚାହୁଁଛନ୍ତି ଦେଶବାସୀ । କେମିତି ଅଛି ଦେଶର ପଲିଟିକାଲ ମାହୋଲ । ସରକାରଙ୍କ ଉପରେ କେତେ ଖୁସି ଅଛନ୍ତି ଜନତା । ଜେନ-ଜି, ରାମମନ୍ଦିର ଦାନ ଅର୍ଥ ଲୁଟ୍ ଆଦି ପ୍ରସଙ୍ଗ ପ୍ରଭାବ ପକାଇଛି ନା ନାହିଁ । ଏନେଇ ସର୍ଭେ କରିଛି ଇଣ୍ଡିଆ ଟୁଡେ-ସିଭୋଟର୍ । ଯେଉଁଥିରେ ଦେଶ ସହ ବିଭିନ୍ନ ରାଜ୍ୟରେ ଏନଡିଏରେ ପଲ୍ଲା କେତେ ଭାରି ରହିଛି ତାହା ପ୍ରକାଶ ।
Also Read :- ଏବେ ଇଲେକ୍ସନ ହେଲେ କେତେ ସିଟ୍ ଜିତିବ BJP ? ସର୍ଭେରେ ଆସିଲା ଆଶ୍ଚର୍ଯ୍ୟ କଲା ଭଳି ନମ୍ବର !
ଦେଶକୁ ଦେଖିଲେ ଏବେବି ଏନଡିଏ ଶକ୍ତିଶାଳୀ ରହିଛି । ଯଦି ଆଜି ନିର୍ବାଚନ ହୁଏ ତାହାଲେ ନରେନ୍ଦ୍ର ମୋଦୀ ପୁଣି ଥରେ ସରକାର ଗଠନ କରି ପ୍ରଧାନମନ୍ତ୍ରୀ ହେବେ । ଏନଡିଏ ୩୨୬ଟି ସିଟ୍ ପାଇବ । ଅନ୍ୟ ଦିଗରେ ଇଣ୍ଡି ମେଣ୍ଟ ୧୮୫ଟି ଆସନରେ ବାଜିମାଚ କରିବ । ଅନ୍ୟମାନଙ୍କ ଖାତାରେ ୩୨ଟି ଆସନ ଯୋଡି ହୋଇପାରେ । ବିଜେପି ଏକାକି ୨୬୦ରୁ ଅଧିକ ସିଟ୍ ଜିତି ସର୍ବାଧିକ ସିଟ୍ ହାସଲକାରୀ ଦଳ ହେବ । ଏହାସହ କେଉଁ ରାଜ୍ୟରେ ଭାଜପା କେତେ ଆସନ ପାଇବ ତାହାର ମଧ୍ୟ ରିପୋର୍ଟ ଆସିଛି ।
ଉତ୍ତରପ୍ରଦେଶକୁ ଦେଖିଲେ ଏଠାରେ ବିଜେପିର ଦୁର୍ଗ ଦୋହଲିବାର ସମ୍ଭାବନା ରହିଛି । ଏଠାରେ ଇଣ୍ଡି ମେଣ୍ଟ ୪୦ ପ୍ରତିଶତ ଭୋଟ୍ ଏବଂ ଏନଡିଏ ୪୨ ପ୍ରତିଶତ ଭୋଟ୍ ପାଇପାରେ । କିନ୍ତୁ ସିଟକୁ ଦେଖିଲେ ଇଣ୍ଡିର ପଲ୍ଲା ଭାର ରହିବ । ଇଣ୍ଡି ମେଣ୍ଟ ୪୧ଟି ଆଶନ ଜିତିବା ନେଇ ସମ୍ଭାବନା ରହିଛି । ଅନ୍ୟ ଦିଗରେ ଏନଡିଏ ୩୮କୁ ଖସି ଆସିବ ।
ମହାରାଷ୍ଟ୍ରରେ ଏନଡିଏକୁ ୪୯ ପ୍ରତିଶତ ଏବଂ ଇଣ୍ଡିଆକୁ ୪୩ ପ୍ରତିଶତ ଭୋଟ୍ ମିଳିପାରେ । କିନ୍ତୁ ଏଠାରେ ଏନଡିଏ ୩୧ ସିଟ୍ ଜିତିବ । ଇଣ୍ଡିକୁ ୧୭ଟି ଆସନରେ ସନ୍ତୁଷ୍ଟ ରହିବାକୁ ହେବ ।ପଶ୍ଚିମବଙ୍ଗରେ ବିଜେପିକୁ ୪୬ ପ୍ରତିଶତ ଭୋଟ୍ ମିଳିବା ନେଇ ଅନୁମାନ କରାଯାଉଛି । ଇଣ୍ଡିକୁ ଏଠାରେ ୧୧ ପ୍ରତିଶତ ଭୋଟ୍ ମିଳିପାରେ । ଏନଡିଏରେ ବଙ୍ଗରେ ୩୫ଟି ଏବଂ ଇଣ୍ଡି ୭ଟି ସିଟ୍ ଜିତିପାରେ ।
ପଞ୍ଜାବରେ ଇଣ୍ଡିକୁ ୨୫ ପ୍ରତିଶତ ଏବଂ ଏନଡିଏକୁ ୧୬ ପ୍ରତିଶତ ଭୋଟ୍ ମିଳିପାରେ । ସିଟକୁ ଦେଖିଲେ ଇଣ୍ଡିଆ ଏଠାରେ ୧୧ଟି ସିଟ୍ ପାଇବା ନେଇ ଅନୁମାନ କରାଯାଉଛି । ସେହିପରି ଏନଡିଏ ମାତ୍ର ଗୋଟିଏ ସିଟ୍ ହାତେଇବ ।
ମୋଦୀଙ୍କ ପ୍ରଦର୍ଶନ
ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦର୍ଶନ ବାବଦରେ ଜନତାଙ୍କୁ ପଚରା ଯାଇଥିଲା । କାରଣ ଗତ କିଛି ଦିନ ହେଲା ଅନେକ ପ୍ରସଙ୍ଗରେ ସରକାର ଅଡୁଆରେ ପଡିଛନ୍ତି । ତଥାପି ମୋଦୀଙ୍କ କ୍ରେଜ୍ ବଳବତ୍ତର ରହିଛି । ଅଗଷ୍ଟ ମାସରେ ମୋଦୀଙ୍କ କାର୍ଯ୍ୟ ଉପରେ ୫୧ ପ୍ରତିଶତ ଖୁସି ବ୍ୟକ୍ତ କରିଛନ୍ତି । ୧୭ ପ୍ରତିଶତ ସରକାରଙ୍କ କାମକୁ ସାଧାରଣ କହିଛନ୍ତି । ଏହାସହ ୨୭ ପ୍ରତିଶତ ଖରାପ ବୋଲି ମତ ଦେଇଛନ୍ତି ।
ସେହିପରି ଏନଡିଏର ପ୍ରଦର୍ଶନକୁ ନେଇ ଗତ ଜାନୁଆରୀରେ ସର୍ଭେ କରାଯାଇଥିଲା । ସେତେବେଳେ ୫୨ ପ୍ରତିଶତ ଏନଡିଏର ପ୍ରଦର୍ଶନରେ ସନ୍ତୁଷ୍ଟ ଥିଲେ । କିନ୍ତୁ ଅଗଷ୍ଟରେ ଏହା ୫୦ ପ୍ରତିଶତକୁ ଖସି ଆସିଛି । ଅନ୍ୟ ଦିଗରେ ଅସନ୍ତୁଷ୍ଟଙ୍କ ପ୍ରତିଶତ ୨୯ ପ୍ରତିଶତ ରହିଛି ।
ପ୍ରଧାନମନ୍ତ୍ରୀ ଭାବେ କିଏ ଫେଭରେଟ୍
ଏବେବି ମୋଦୀ ପିଏମ୍ ଭାବେ ସବୁଠୁ ଅଧିକ ଫେଭରେଟ୍ ଅଛନ୍ତି । ସର୍ଭେରେ ୪୯ ପ୍ରତିଶତ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପସନ୍ଦ କରୁଛନ୍ତି । ଅନ୍ୟ ଦିଗରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ୨୭ ପ୍ରତିଶତ ଚାହାଁନ୍ତି । ସେହିପରି ତାମିଲନାଡୁ ସିଏମ୍ ବିଜୟଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ 9 ପ୍ରତିଶତ ଚାହାଁନ୍ତି । ଅର୍ଥାତ ମୋଦୀଙ୍କ ଲୋକପ୍ରିୟତା ସମସ୍ତଙ୍କଠୁ ଢେର୍ ଅଧିକ ରହିଛି ।
