Voice of Eastern India

ଉତ୍ତେଜିତ ସେଲିବ୍ରେସନ କରିବା ପଡ଼ିଲା ମହଙ୍ଗା, ପାକିସ୍ତାନର ଖୁରମ୍ ସହଜାଦ୍ ଏବଂ ମହମ୍ମଦ ଅବ୍ବାସଙ୍କ ଉପରେ ଆଇସିସିର ବଡ଼ ଜରିମାନା


ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଆଇସିସି ଆଚରଣ ବିଧି ଉଲ୍ଲଂଘନ କରିବା ପାକିସ୍ତାନ ଖେଳାଳିଙ୍କୁ ମହଙ୍ଗା ପଡ଼ିଛି । ପାକିସ୍ତାନୀ ପେସର ଖୁରମ୍ ସହଜାଦ୍ ଏବଂ ମହମ୍ମଦ ଅବ୍ବାସଙ୍କ ବିରୋଧରେ ଆଇସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଜଣେ ଆଉଟ୍ ହୋଇଥିବା ବ୍ୟାଟରଙ୍କୁ ଉତ୍ତେଜିତ କରିବା ଉଦ୍ଦେଶ୍ୟରେ ଭାଷା, ଇଙ୍ଗିତ କିମ୍ବା ଆଚରଣ ପ୍ରଦର୍ଶନ କରିବା ଅପରାଧରେ (ଧାରା ୨.୫ ଅଧୀନରେ) ଦୁଇ ଜଣ ଦ୍ରୁତ ବୋଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଖୁରମ୍ ଓ ଅବ୍ବାସଙ୍କୁ ଆଇସିସିର ଜରିମାନା ଏବଂ ଡିମେରିଟ୍ ପଏଣ୍ଟ

ଖୁରମଙ୍କ ମ୍ୟାଚ୍ ଫି’ର ୧୫ ପ୍ରତିଶତ ଜରିମାନା କରାଯାଇଥିବା ବେଳେ ଅବ୍ବାସଙ୍କୁ ଚେତାବନୀ ଦିଆଯାଇଛି । ଏହା ବ୍ୟତୀତ ଆଇସିସି ପ୍ରତ୍ୟେକ ଖେଳାଳିଙ୍କ ଶୃଙ୍ଖଳାଗତ ରେକର୍ଡରେ ଗୋଟିଏ ଲେଖାଏଁ ଡିମେରିଟ୍ ପଏଣ୍ଟ ଯୋଡ଼ିଛି । ଗତ ୨୪ ମାସ ମଧ୍ୟରେ କୌଣସି ବୋଲର ଏପରି ଅପରାଧ କରି ନଥିବାରୁ, ଏହା ସେମାନଙ୍କ ରେକର୍ଡରେ ପ୍ରଥମ ଡିମେରିଟ୍ ପଏଣ୍ଟ ।

ୱେଷ୍ଟଇଣ୍ଡିଜ୍ର ଦ୍ୱିତୀୟ ଇନିଂସର ଏହି ଘଟଣାଗୁଡ଼ିକ ଘଟିଥିଲା । ୧୭ତମ ଓଭରରେ ସାଇ ହୋପ୍ଙ୍କ ଆଉଟ୍ ହେବା ପରେ ଖୁରମ୍ ସହଜାଦ୍ ଆକ୍ରମଣାତ୍ମକ ଢଙ୍ଗରେ ସେଲିବ୍ରେସନ କରିଥିଲେ । ସେହିପରି ମ୍ୟାଚର ପରବର୍ତ୍ତୀ ସମୟରେ, ମହମ୍ମଦ ଅବ୍ବାସ ଇନିଂସର ଶେଷ ୱିକେଟ୍ ଭାବେ ଜୋମେଲ ୱାରିକାନ୍ଙ୍କୁ ଆଉଟ୍ କରିବା ପରେ ତାଙ୍କ ପାଖକୁ ଯାଇ ଆକ୍ରମଣାତ୍ମକ ଢଙ୍ଗରେ ସେଲିବ୍ରେସନ କରିଥିଲେ ।

ଅନ୍-ଫିଲ୍ଡ ଅମ୍ପାୟାର ଆଲେକ୍ସ ୱାର୍ଫ ଏବଂ ରିଚାର୍ଡ କେଟେଲବରୋଙ୍କ ସହ ତୃତୀୟ ଅମ୍ପାୟାର ଜୟରାମନ୍ ମଦନଗୋପାଳ ଏହି ଅଭିଯୋଗ ଆଣିଥିଲେ । ଦୁଇ ପାକିସ୍ତାନୀ ବୋଲର ନିଜର ଭୁଲ୍ ସ୍ୱୀକାର କରିଥିଲେ । ଆଇସିସି ମ୍ୟାଚ୍ ରେଫରୀ ଜେଫ୍ କ୍ରୋ’ଙ୍କ ଦ୍ୱାରା ନିର୍ଦ୍ଧାରିତ ଦଣ୍ଡକୁ ଗ୍ରହଣ କରିଥିବାରୁ କୌଣସି ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକତା ପଡ଼ିନଥିଲା । ଆଇସିସି ନିୟମ ଅନୁଯାୟୀ, ଲେଭଲ-୧ ଉଲ୍ଲଂଘନ ପାଇଁ କଡ଼ା ଚେତାବନୀଠାରୁ ଆରମ୍ଭ କରି ମ୍ୟାଚ୍ ଫି’ର ୫୦ ପ୍ରତିଶତ ପର୍ଯ୍ୟନ୍ତ ଜରିମାନା ଏବଂ ଗୋଟିଏ କିମ୍ବା ଦୁଇଟି ଡିମେରିଟ୍ ପଏଣ୍ଟ ପ୍ରଦାନ କରାଯାଏ ।

Source link



Source link

Leave A Reply

Your email address will not be published.