Voice of Eastern India

ଉମରକୋଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଘଟଣାସ୍ଥଳରେ ବାପା ସହ ଚାଲିଗଲା ୨ ପୁଅଙ୍କ ଜୀବନ


ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ଆସିଛି ବଡ଼ ଦୁଃଖଦ ଖବର। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ବାପା ଓ ଦୁଇ ପୁଅଙ୍କ ମୃତ୍ୟୁ ଘଟିଛି। କେବଳ ଏତିକି ନୁହେଁ ଆଉ ଜଣେ ପୁଅ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣା ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଦେଓଭରଣ୍ଡୀ ଠାରେ ଘଟିଛି।

ସୂଚନା ଅନୁଯାୟୀ, ୪୦ ନମ୍ବର ରାଜ୍ୟ ରାଜପଥରେ ରାଇଘରରୁ ଗୋଟିଏ ପରିବାରର ବାପା, ମାଆ ଓ ତିନି ପୁଅ ଗୋଟିଏ ବାଇକରେ କୁନ୍ଦେଇ ଯାଉଥିଲେ। ଏହି ସମୟରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଦେଓଭରଣ୍ଡୀ ଠାରେ ଏକ ଟ୍ରକ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ବାପା ବାବୁଲାଲ ଗଣ୍ଡ, ପୁଅ ପ୍ରଦୀପ ଗଣ୍ଡ ଓ ତୁଷାର ଗଣ୍ଡଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଏତେ ଭୟାଭୟ ଥିଲାଯେ ବାଇକଟି ଟ୍ରକ ତଳେ ଚାପି ହୋଇ ବହୁ ଦୂର ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଯାଇଥିଲା।

Also Read: ଶାରୀରିକ ସମ୍ପର୍କ ରଖୁଥିଲେ ବାପା, ଅନ୍ୟ ସହ ରଖିବାକୁ କରୁଥିଲେ ବାଧ୍ୟ.. ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଆଖିବୁଜିଲେ

ଏଥିରେ ପରିବାରର ଆଉ ଜଣେ ପୁଅକୁ ଗୁରୁତର ଅବସ୍ଥାରେ ପ୍ରଥମେ ହାଟଭରଣ୍ଡୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଉମରକୋଟ ଉପ ଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଡ୍ରାଇଭର ଥାନାରେ ଆତ୍ମ ସମର୍ପଣ କରିଛନ୍ତି। ଘଟଣା ସ୍ଥଳରେ କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ ।

Source link



Source link

Leave A Reply

Your email address will not be published.