ନୁଆଦିଲ୍ଲୀ,୦୧|୦୭:ମର୍ମନ୍ତୁଦ ସଡକ ଦୁର୍ଘଟଣା । ଧକ୍କା ହେଲେ ବସ୍ ଏବଂ ଟ୍ରକ୍ । ଚାଲିଗଲା ୭ ଜୀବନ । ଏପରି ଭୟଙ୍କର ଦୁର୍ଘଟଣା ଘଟିଛି ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ଓ୍ୱେରେ ।
ରିପୋର୍ଟ ଅନୁସାରେ, ମଙ୍ଗଳବାର ରାତିରେ ରାଜସ୍ଥାନର ଦୋସା ଜିଲ୍ଲାର ମେଏଙ୍କ୍ ଠାରେ ଦୁର୍ଘଟଣା ଘଟିଛି । ବସଟି ଇନ୍ଦୋରରୁ ଋଷିକେଶ ଅଭିମୁଖେ ଯାତ୍ରା କରୁଥିଲା। ତେବେ ଏହି ଅଞ୍ଚଳ ଦେଇ ଯାଇଥିବା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ଓ୍ୱେରେ ବସଟି ଟ୍ରକକୁ ପଛରୁ ଧକ୍କା ଦେଇଥିଲା । ଏଥିରେ ୭ ଜଣ ପ୍ରାଣ ହରାଇଛନ୍ତି । ଏହାସହ ୨୨ ଜଣ ଆହତ ମଧ୍ୟ ହୋଇଛନ୍ତି । ସମସ୍ତଙ୍କୁ ଦୋସା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Also Read :- ବଦଲା ନେଲା ଆଫଗାନିସ୍ତାନ : ପାକିସ୍ତାନ ସୀମାରେ ପଶି ଉଡାଇଦେଲା ISIS ଆତଙ୍କୀ କ୍ୟାମ୍ପ୍
ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଛି ତାହା ଜଣା ପଡିନାହିଁ । ତେବେ ଭାରସାମ୍ୟ ହରାଇ ଗାଡି ଦୁଇଟି ଦୁର୍ଘଟଣାର ଶିକାର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ଏବଂ ପ୍ରଶାସନ ପହଁଚି ମୃତାହତଙ୍କୁ ଉଦ୍ଧାର କରିଥିଲେ । ତେବେ ଦୁର୍ଘଟଣା ପରେ ବସରେ ନିଆଁ ଲାଗିଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା ।
