Voice of Eastern India

ଜନସଂଖ୍ୟା ଅନୁସାରେ ପୋଲିସ ବିଭାଗରେ ମାନବ ସମ୍ବଳ କମ୍, ୩୩ ହଜାର କର୍ମଚାରୀଙ୍କ ଆବଶ୍ୟକତା ଅଛି


କଟକ ୮।୭: ପୋଲିସ ବିଭାଗରେ ମାନବ ସମ୍ବଳ କମ୍ ରହିଛି । ୩୩ ହାଜର ପଦ ଖାଲି ପଡିଛି । ଏହା କହିଛନ୍ତି ପୋଲିସ ଡିଜି ଓ୍ବାଇ. ବି. ଖୁରାନିଆ । ସେ କହିଛନ୍ତି, ଜନସଂଖ୍ୟା ଅନୁସାରେ ପୋଲିସ ବିଭାଗରେ ମାନବ ସମ୍ବଳ କମ୍ ରହିଛି । ଅନ୍ୟ ରାଜ୍ୟ ତୁଳନାରେ ଆମର ମାନବ ସମ୍ବଳ କମ୍ । ୩୩ ହଜାର କର୍ମଚାରୀଙ୍କ ଆବଶ୍ୟକତା ଅଛି । ରାଜ୍ୟ ସରକାର ୧୭ ହଜାର ନୂଆ ପଦବୀ ସୃଷ୍ଟି କରିଛନ୍ତି । ସମସ୍ତ ଖାଲି ଥିବା ପଦବୀ ଖୁବଶୀଘ୍ର ପୂରଣ ହେବ ବୋଲି ସେ ଆଶା ପୋଷଣ କରିଛନ୍ତି ।

ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ଓଡ଼ିଶା ପୋଲିସ ଲାଗୁ କରିଛି ‘ଇ-ଜିରୋ ଏଫ୍ଆଇଆର୍ ବ୍ୟବସ୍ଥା। ବିଶେଷ କରି ଆର୍ଥିକ ଠକେଇ ମାମଲାର ଶୀଘ୍ର ପଞ୍ଜୀକରଣ, ଦ୍ରୁତ ତଦନ୍ତ ଏବଂ ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ଏହି ବ୍ୟବସ୍ଥା ଲାଗୁ କରାଗଲା ବୋଲି DG କହିଛନ୍ତି । ନୂଆ ବ୍ୟବସ୍ଥା ଅନୁସାରେ ଆର୍ଥିକ ଠକେଇର ଶିକାର ହେବା ମାତ୍ରେ ଜାତୀୟ ସାଇବର ହେଲ୍ପଲାଇନ୍ ୧୯୩୦କୁ ଯୋଗାଯୋଗ କରିବାକୁ ହେବ । ୧୦ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ସାଇବର ଆର୍ଥିକ ଠକେଇ ସମ୍ବନ୍ଧୀୟ ଅଭିଯୋଗ ଗୁଡିକ କ୍ଷେତ୍ରରେ ଏହା ଲାଗୁ ହେବ । ଭବିଷ୍ୟତରେ ଏହାକୁ ଆହୁରି ସରଳିକରଣ କରାଯିବ ବୋଲି DGP କହିଛନ୍ତି ।

Also Read:- ସାଇବର ଠକେଇର ଶୀଘ୍ର ପଞ୍ଜୀକରଣ-ତଦନ୍ତ ପାଇଁ ‘ଇ-ଜିରୋ FIR’ ବ୍ୟବସ୍ଥା, ଶୁଭାରମ୍ଭ କଲେ ଡିଜିପି

ଇନ୍ସପେକ୍ଟର ବ୍ୟୁଟି ମହାନ୍ତି ମୃତ୍ୟୁ ମାମଲା ନେଇ ଡିଜିପି କହିଛନ୍ତି, ଏହାର ତଦନ୍ତ ଚାଲିଛି । ରିପୋର୍ଟ ଆସିଲେ, ତଦନୁସାରେ ପଦକ୍ଷେପ ନିଆଯିବ । ସେହିପରି IPS ଜଗମୋହନ ମୀନାଙ୍କ ଇସ୍ତଫା ଦେବା ସଂପର୍କରେ DGP କହିଛନ୍ତି ଇସ୍ତଫା ଦେବା ତାଙ୍କ ନିଜସ୍ୱ ନିଷ୍ପତ୍ତି । ଇସ୍ତଫା ଗ୍ରହଣ କରିନେବା ପାଇଁ ସେ ପୂର୍ବରୁ ସେ ଅନେକ ବାର କହିଥିଲେ ।

Source link



Source link

Leave A Reply

Your email address will not be published.