Voice of Eastern India

ଜମ୍ମୁରେ ଭୟଙ୍କର ବର୍ଷା, ଧସିଲା ପାହାଡ-ମାଟି, ଏବେସୁଦ୍ଧା ୧୯ ମୃତ


ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ପ୍ରକୃତିର ତାଣ୍ଡବ। ଜଳର ପ୍ରଳୟ…ପାହାଡ଼ରୁ ଖସୁଛି ମାଟି…ଆଉ ବଢ଼ୁଛି ଲୋକଙ୍କ ଚିନ୍ତା । ଭୟଙ୍କର ବର୍ଷା ଜମ୍ମୁ-କଶ୍ମୀରର ଅନେକ ଅଞ୍ଚଳରେ ଆଣିଛି ବଡ଼ ବିପର୍ଯ୍ୟୟ । ଲଗାଣ ବର୍ଷା ପରେ ଅନେକ ଅଞ୍ଚଳରେ ଫ୍ଲାସ୍ ଫ୍ଲଡ୍ ଓ ଭୂସ୍ଖଳନ ଯୋଗୁଁ ସ୍ଥିତି ଗମ୍ଭୀର ହୋଇଛି । ବନ୍ୟା ଓ ମାଟି ଅତଡ଼ା ଧସିବା ଘଟଣାରେ ଏପର୍ଯ୍ୟନ୍ତ ୧୯ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଅନେକ ରାସ୍ତା ବନ୍ଦ ଥିବାବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏବେ ବି ବିପର୍ଯ୍ୟୟରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ବର୍ଷା ଯୋଗୁଁ ନଦୀ ଓ ନାଳର ଜଳସ୍ତର ବଢ଼ିବା ସହ ଅନେକ ଅଞ୍ଚଳ ଜଳମଗ୍ନ ହୋଇରହିଛି । ଏହା ସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ଅନେକ ରାସ୍ତା ଅବରୋଧ ହୋଇଛି । ଏହି ପ୍ରାକୃତିକ ବିପର୍ଯ୍ୟୟରେ ଅତି କମରେ ୧୯ ଜଣଙ୍କ ଜୀବନ ଯାଇଥିବା ଖବର ମିଳିଛି। ଅନେକ ଲୋକ ପ୍ରଭାବିତ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଆରମ୍ଭ କରାଯାଇଛି ।ଭାରତୀୟ ସେନା, ଏନ୍ଡିଆରଏଫ୍ ଟିମ ଓ ସ୍ଥାନୀୟ ପ୍ରଶାସନ ମିଶି ଫସିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରିବାରେ ଲାଗିଛନ୍ତି। ପ୍ରଭାବିତ ଅଞ୍ଚଳରେ ରାସ୍ତା ଯୋଗାଯୋଗ ପୁନଃସ୍ଥାପନ ଏବଂ ଜରୁରୀ ସେବା ପହଞ୍ଚାଇବାକୁ ପ୍ରୟାସ ଜାରି ରହିଛି।

ପାଣିପାଗ ବିଭାଗ ପକ୍ଷରୁ ଆଗକୁ ଆହୁରି ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି । ପାହାଡ଼ିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ଏବଂ ଆବଶ୍ୟକ ନଥିଲେ ଯାତାୟାତ ନକରିବାକୁ ପରାମର୍ଶ ଦିଆଯାଇଛି। ବର୍ଷା ଥମିବା ପରେ ମଧ୍ୟ ଜମ୍ମୁ-କଶ୍ମୀରରେ ବିପଦ ଟଳିନାହିଁ। ଉଦ୍ଧାର କାର୍ଯ୍ୟ ମଧ୍ୟରେ ପ୍ରଶାସନର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ପ୍ରଭାବିତ ଲୋକଙ୍କ ପାଖରେ ଶୀଘ୍ର ସହାୟତା ପହଞ୍ଚାଇବା।

Source link



Source link

Leave A Reply

Your email address will not be published.