Voice of Eastern India

ଜାତୀୟ ପତାକାକୁ ଅସମ୍ମାନ କଲେ ମୁଫତି : ହାତରେ ଧରିଲେ ଓଲଟା ତ୍ରିରଙ୍ଗା, ନିଆଯିବ ଆକ୍ସନ୍ !


ନୂଆଦିଲ୍ଲୀ,୦୫/୦୮: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ଅଡୁଆରେ ଫସିଛନ୍ତି । ତାଙ୍କ ବିରୋଧରେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଥିବା ଅଭିଯୋଗ ଲାଗିଛି । ମଙ୍ଗଳବାର ରାତିରେ ମୁଫତି ଏକ ବିରୋଧ ପ୍ରଦର୍ଶନରେ ସାମିଲ ହୋଇଥିଲେ । ଏଠାରେ ସେ ତ୍ରିରଙ୍ଗାକୁ ଓଲଟା ଧରିଥିବା ଦେଖିବାକୁ ମିଳିଥିଲା । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏହାକୁ ନେଇ ବିବାଦ ମଧ୍ୟ ଆରମ୍ଭ ହୋଇଛି ।

ରିପୋର୍ଟ ଅନୁସାରେ, ମେହବୁବା ମୁଫତି୨୦୧୯ଅଗଷ୍ଟରେ ଅନୁଚ୍ଛେଦ୩୭୦ଏବଂ୩୫ଏ ହଟାଯିବା ମାମଲାରେ ପିଡିପି କାର୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ କରୁଥିଲେ । ବିରୋଧ ପ୍ରଦର୍ଶନରେ ପିଡିପିର ଅନେକ ନେତା ଏବଂ କର୍ମୀ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ମୁଫତି ହାତରେ ଜମ୍ମୁ କାଶ୍ମୀରର ପୁରୁଣା ପତାକା ଏବଂ ତ୍ରିରଙ୍ଗା ଏକାସଙ୍ଗେ ଧରିଥିଲେ । କିନ୍ତୁ ତ୍ରିରଙ୍ଗାକୁ ସେ ଓଲଟା ଧରିଥିଲେ । ଅର୍ଥାତ ନାରଙ୍ଗୀ ରଙ୍ଗ ତଳେ ଥିବା ବେଳେ ସବୁଜ ଉପରେ ରହିଥିଲା ।

ହୋଇପାରେ କେସ୍

ପିଟିଆଇ ରିପୋର୍ଟ ଅନୁସାରେ, ମୁଫତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଚାର କରାଯାଉଛି । ଜାତୀୟ ପତାକାକୁ ଭୁଲ୍ ଭାବେ ଧରିବା ପତାକା ସଂହିତାର ଉଲ୍ଲଙ୍ଘନ ଅଟେ । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ କୌଣସି ଅସୁବିଧା ନାହିଁ ।

Also Read :- ଧାରା ୩୭୦ ହଟିଲା ପରେ ଜମ୍ମୁ-କାଶ୍ମୀରରେ ପହଁଚିଛି ବିକାଶ, କିନ୍ତୁ PoKରେ ସ୍ଥିତି ଓଲଟା, ଚରମ ସୀମାରେ ବେକାରି-ଦାରିଦ୍ର୍ୟ

ଜମ୍ମୁ କାଶ୍ମୀର ପୋଲିସର କହିବାନୁସାରେ, ସର୍ବସାଧାରଣ ସ୍ଥାନରେ ଅନୁଚ୍ଛେଦ ୩୭୦ହଟିବା ପ୍ରତିବାଦରେ କୌଣସି ବେଆଇନ ଧାଣା ଦିଆଯାଇପାରିବ ନାହିଁ । ପ୍ରଦର୍ଶନ ବା ଧାରଣା ଦେବା ପୂର୍ବରୁ ପୋଲିସଠୁ ଅନୁମତି ନେବାକୁ ପଡିବ । ଯଦି ନିୟମରେ କେହି ଖିଲାପ କରନ୍ତି କିମ୍ବା ହିଂସା କରନ୍ତି ତାହାଲେ କଡା ଆକ୍ସନ ନିଆଯିବ । ଏବେ ରାଜ୍ୟରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସମସ୍ତଙ୍କୁ ଶାନ୍ତି ରକ୍ଷା କରିବାକୁ ଅପିଲ କରାଯାଇଛି । ଯଦି କୌଣସି ଅଘଟଣ ଘଟେ କିମ୍ବା ସନ୍ଦେହଜନକ କାର୍ଯ୍ୟକଳାପରେ କେହି ଲିପ୍ତ ରୁପନ୍ତି ତାହାଲେ ପୋଲିସକୁ ତୁରନ୍ତ ଜଣାଇବାକୁ କୁହାଯାଇଛି ।

Source link



Source link

Leave A Reply

Your email address will not be published.