Voice of Eastern India

ଟ୍ରମ୍ପ ଲଗାଇଲେ ୫୦% ଶୁଳ୍କ, କଡ଼ା ଜବାବ ଦେବାକୁ ପ୍ରସ୍ତୁତ ହେଉଛି କାନାଡା


ନୂଆଦିଲ୍ଲୀ: ଆମେରିକା ଏବଂ କାନାଡା ମଧ୍ୟରେ ଚାଲିଥିବା ୩ ଦିନିଆ ବାଣିଜ୍ୟ ଆଲୋଚନା ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏହାପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ମଧ୍ୟରାତ୍ରିରୁ କାନାଡାର ୨୦ ବିଲିୟନ ଡଲାର (ପ୍ରାୟ ୧.୯ ଲକ୍ଷ କୋଟି ଟଙ୍କା) ମୂଲ୍ୟର ସାମଗ୍ରୀ ଉପରେ ୫୦% ଶୁଳ୍କ ବା ଟାରିଫ୍ ଲାଗୁ କରିଛନ୍ତି। ଆମେରିକାର ଏହି ବଡ଼ ପଦକ୍ଷେପ ପରେ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନୀ ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆମେରିକାକୁ ଏହାର ‘ଡଲାର ବଦଳରେ ଡଲାର’ (Dollar-for-Dollar) ଶୈଳୀରେ ଜବାବ ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସୂଚନାଥାଉକି, ଉଭୟ ଦେଶର ବରିଷ୍ଠ ଅଧିକାରୀମାନେ ୱାଶିଂଟନ ଡିସିରେ ତିନି ଦିନ ଧରି ଘନ ଘନ ଆଲୋଚନା କରିଥିଲେ। ଆମେରିକା ପୂର୍ବରୁ ଅଗଷ୍ଟ ୨୦ରୁ ଏହି ଟାରିଫ୍ ଲାଗୁ କରିବାକୁ ସୂଚନା ଦେଇଥିଲା, ମାତ୍ର ଚୁକ୍ତି ପାଇଁ ଟ୍ରମ୍ପ ସମୟସୀମାକୁ ୩ ଦିନ ବଢ଼ାଇଥିଲେ। କିନ୍ତୁ ଶେଷ ସମୟରେ ଆମେରିକା ନିଜର ସର୍ତ୍ତ ବଦଳାଇଥିବା କାନାଡା ଅଭିଯୋଗ କରିଛି। ପ୍ରଧାନମନ୍ତ୍ରୀ ମାର୍କ କାର୍ନୀ କହିଛନ୍ତି ଯେ, ଆମେରିକାର ଶେଷ ମୁହୂର୍ତ୍ତର ଦାବିଗୁଡ଼ିକ ସମ୍ପୂର୍ଣ୍ଣ ଅନ୍ୟାୟ ଥିଲା, ଯେଉଁଥିପାଇଁ କାନାଡା ଆଲୋଚନାକୁ ସ୍ଥଗିତ ରଖି ନିଜ ପ୍ରତିନିଧି ଦଳକୁ ଫେରାଇ ଆଣିଛି।

କାହିଁକି କାନାଡା ଉପରେ ଟ୍ରମ୍ପ ନେଲେ ଏତେ ବଡ଼ ଆକ୍ସନ?

ଦୁଇ ଦେଶ ମଧ୍ୟରେ ଅନେକ ବ୍ୟବସାୟିକ ନୀତିକୁ ନେଇ ଦୀର୍ଘ ଦିନରୁ ବିବାଦ ଲାଗି ରହିଥିଲା । ଆମେରିକା ମୁଖ୍ୟତଃ ୩ଟି ବଡ଼ କାରଣ ପାଇଁ କାନାଡା ଉପରେ କ୍ଷୁବ୍ଧ ହୋଇଛି:

ଅଟୋମୋବାଇଲ୍ ବଜାରରେ ଭେଦଭାବ: କାନାଡାର ବାଣିଜ୍ୟ ନୀତି ଯୋଗୁଁ ଆମେରିକାର କାର୍ କମ୍ପାନୀଗୁଡ଼ିକୁ ସେଠାରେ ସମାନ ସୁଯୋଗ ମିଳୁନାହିଁ ବୋଲି ଆମେରିକା ଅଭିଯୋଗ କରିଛି।

ଡାଏରୀ ମାର୍କେଟ୍ ସୁରକ୍ଷା: କାନାଡା ନିଜ ଦେଶର କ୍ଷୀର ଓ ପନିର ବ୍ୟବସାୟୀଙ୍କୁ ସୁରକ୍ଷା ଦେବା ପାଇଁ ଆମେରିକାର ଶସ୍ତା ଡାଏରୀ ପ୍ରଡକ୍ଟ୍ସ ଉପରେ କଟକଣା ଲଗାଇଛି। ଆମେରିକା ଏଥିରେ ସହଜରେ ପ୍ରବେଶ ଚାହୁଁଥିଲେ ମଧ୍ୟ କାନାଡା ଏଥିପାଇଁ ରାଜି ହୋଇନାହିଁ।

ଆମେରିକୀୟ ମଦ ଉପରେ ପ୍ରତିବନ୍ଧକ: କାନାଡାର କେତେକ ପ୍ରଦେଶରେ ଆମେରିକାରେ ପ୍ରସ୍ତୁତ ମଦ ବିକ୍ରି ଉପରେ କଟକଣା ରହିଛି, ଯାହାକୁ ନେଇ ଟ୍ରମ୍ପ ପ୍ରଶାସନ ଅସନ୍ତୋଷ ପ୍ରକାଶ କରିଛି।

Also Read: ଗିରଫ ହେବେ ନେତନ୍ୟାହୁ ! ତୁର୍କୀ ଦେଇଛି ଶକ୍ତ ଚେତାବନୀ

କ’ଣ ହେବ ଏହାର ପ୍ରଭାବ?

ଆମେରିକା ଦ୍ୱାରା ଲାଗୁ ହୋଇଥିବା ଏହି ୫୦% ନୂଆ ଟାରିଫ୍ କାନାଡାର ସମୁଦାୟ ରପ୍ତାନିର ପ୍ରାୟ ୫ ପ୍ରତିଶତ ଅଟେ।ଏଥିରେ ମୁଖ୍ୟତଃ ଅଟୋମୋବାଇଲ୍ ପାର୍ଟସ, ମଦ, କାଠ, ଡାଏରୀ ସାମଗ୍ରୀ ଏବଂ ହକି ଖେଳ ଉପକରଣ ପ୍ରଭାବିତ ହେବ। ଯେହେତୁ ଆମେରିକା ଏବଂ କାନାଡା ପରସ୍ପରର ସବୁଠାରୁ ବଡ଼ ବାଣିଜ୍ୟିକ ସହଯୋଗୀ ତେଣୁ ଏହି ବାଣିଜ୍ୟ ଯୁଦ୍ଧ (Trade War) ଯୋଗୁଁ ଆଗାମୀ ଦିନରେ ଦୁଇ ଦେଶରେ ସାମଗ୍ରୀର ଦରଦାମ ବୃଦ୍ଧି ପାଇବା ସହ ସାଧାରଣ ଗ୍ରାହକ ଗଭୀର ଭାବେ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି।

Source link



Source link

Leave A Reply

Your email address will not be published.