ବାଲେଶ୍ଵର ୨୧।୬: ନଡ଼ିଆ ଗଛକୁ କେନ୍ଦ୍ରକରି କଟୁରୀରେ ଭୟଙ୍କର ଆକ୍ରମଣ । ଗୁରୁତର ଅବସ୍ଥାରେ ସ୍ବାମୀ-ସ୍ତ୍ରୀଙ୍କୁ ରେମୁଣା ମେଡିକାଲ କଲେଜରେ ଭର୍ତ୍ତି ।
ସୂଚନାଯୋଗ୍ୟ ଯେ, ବାଲେଶ୍ଵର ସଦର ଥାନା ଶଙ୍କରପୁର ଗାଁର ନଡ଼ିଆ ଗଛକୁ ନେଇ ଶନିବାର ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ରବିବାର ସକାଳୁ ନଡ଼ିଆ ଗଛରୁ ନଡ଼ିଆ ବିଛାଇବା ବେଳେ ୩ ଜଣ ଯୁବକ ସାନ ଭାଇ ହରିମୋହନ ମହାନ୍ତି ତାଙ୍କ ସ୍ତ୍ରୀ ଗୀତା ମହାନ୍ତି, ପୁଅ ବିକାଶ ମହାନ୍ତିଙ୍କୁ କଟୁରୀରେ ଆକ୍ରମଣ କରିଥିଲେ । ଆକ୍ରମଣରେ ସ୍ୱାମୀଙ୍କ ବାମଗୋଡ ଓ ସ୍ତ୍ରୀଙ୍କ ପାପୁଲି କଟି ଯାଇଥିଲା । ଗୁରୁତର ଅବସ୍ଥାରେ ରେମୁଣା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ।
