Voice of Eastern India

ନିଟ୍ ପ୍ରଶ୍ନପତ୍ର ପାଇଁ ୫ ଲକ୍ଷ ଟଙ୍କାର ଡିଲ୍, NTA ପ୍ୟାନେଲ୍ ସଦସ୍ୟଙ୍କୁ ଦେଇଥିଲେ କୋଚିଂ ସେଣ୍ଟର ମାଲିକ !


ନୂଆଦିଲ୍ଲୀ, ୧୬|୦୭: ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ଘଟଣାରେ ତଦନ୍ତ ଜାରି ରହିଛି । ସିବିଆଇ ସବୁ ଦିଗରୁ ଯାଞ୍ଚ୍ କରୁଛି । ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୂ ଆସୂଛି । ଏହାମଧ୍ୟରେ ସିବିଆଇ ଏକ ବଡ଼ ଖୁଲାସା କରିଛି । ଲାତୁରରେ ଥିବା ଏକ କୋଚିଂ ସେଣ୍ଟର ମାଲିକ ଶିବରାଜ ରଘୁନାଥ ମାଟେଗାଓଁକର ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା ପ୍ୟାନେଲଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରିଥିବା ସିବିଆଇ ସ୍ୱତନ୍ତ୍ର କୋର୍ଟଙ୍କୁ କହିଛି ।

ସିବିଆଇ ଶିବରାଜଙ୍କ ଜାମିନ ଆବେଦନକୁ ବିରୋଧ କରିଛି । ଏହି ସମୟରେ ଏଜେନ୍ସି କହିଛି ଯେ, ଶିବରାଜ ଏତେ ପରିମାଣର ଟଙ୍କା ଏନଟିଏର କେମେଷ୍ଟ୍ରି ପେପର୍ ପ୍ୟାନେଲ ସଦସ୍ୟ ପିଭି କୂଲକର୍ଣ୍ଣୀଙ୍କୁ ପ୍ରଦାନ କରିଥିଲେ । କୂଲକର୍ଣ୍ଣୀଙ୍କଠୁ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ହାସଲ କରିବା ପାଇଁ ଟଙ୍କା ଦିଆଯାଇଥିଲା । ଅନ୍ୟ ଅଭିଯୁକ୍ତଙ୍କ ସହ ଶିବରାଜ ଷଡଯନ୍ତ୍ର କରି ପ୍ରଶ୍ନପତ୍ର ହାସଲ କରିନେଇଥିଲେ ।

ସବୁଠୁ ବଡ଼ କଥା ହେଉଛି ଯେ, ଶିବରାଜଙ୍କ ପୁଅ କୂଲକର୍ଣ୍ଣୀଙ୍କ କେମେଷ୍ଟ୍ରି କୋଚିଂରେ ପାଠ ପଢୁଥିଲେ । ଏଠାରେ ସେ ପ୍ରଶ୍ୱପତ୍ର ହାସଲ କରିନେଇଥିଲେ । ଏହି ପ୍ରଶ୍ନପତ୍ରକୁ ସେ ହାତରେ ଲେଖି ନୋଟ୍ ତିଆରି କରିଥିଲେ । ସିବିଆଇ ଶିବରାଜଙ୍କ ମୋବାଇଲ ଫୋନ୍ ଜବତ କରିଛି । ଫୋନର ଯାଞ୍ଚ୍ ବେଳେ ୩୬ଟି ଫଟୋ ମିଳିଥିଲା । ଏହି ଫଟୋରେ ୧୩୨ଟି ପ୍ରଶ୍ନ ଥିଲା । ଏହି ୧୩୨ ପ୍ରଶ୍ନରୁ ୧୧୧ଟି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିବା ପ୍ରଶ୍ନପତ୍ର ସହ ମେଳ ଖାଇଥିଲା ।

୧୦ ଦିନ ପୂର୍ବରୁ ଫଚୋ

ଏହି ସମସ୍ତ ଫଟୋ ପରୀକ୍ଷାର ୧୦ ଦିନ ପୂର୍ବରୁ ଉଠା ଯାଇଥିଲା । ମେ ୩ରେ ପରୀକ୍ଷା ହୋଇଥିଲା । ଏହାର ଠିକ୍ ୧୦ ଦିନ ପୂର୍ବରୁ ଶିବରାଜ ଏହାକୁ ମୋବାଇଲରେ ରଖିଥିଲେ । ସୂଚନାଯୋଗ୍ୟ, ମେ ୩ରେ ନିଟ୍ ପରୀକ୍ଷା ହୋଇଥିଲା । କିନ୍ତୁ ପ୍ରଶ୍ନପତ୍ର ଲିକ୍ ଘଟଣା ପାଇଁ ଜୋରଦାର ବିରୋଧ ହୋଇଥିଲା । ଶେଷରେ ମେ ୧୨ ତାରିଖରେ ପରୀକ୍ଷା ରବ୍ଦ ହୋଇଥିଲା । ଏହାପରେ ଜୁନ ୨୧ରେ ଆଉ ଥର ପରୀକ୍ଷା ହୋଇଥିଲା । ତେବେ ପ୍ରଶ୍ନପତ୍ର ଲିକ୍ ମାମଲାରେ ଏବେସୁଦ୍ଧା ୧୩ ଜଣଙ୍କୁ ଗିରଫ କରାଯାଇଛି ।

Source link



Source link

Leave A Reply

Your email address will not be published.