Voice of Eastern India

ନ ଖେଳି ବି ସୂର୍ଯ୍ୟଙ୍କ ଜଲଓ୍ଵା ଜାରି, ICC ରାଙ୍କିଂରେ ଶ୍ରେୟସଙ୍କଠୁ ଏବେ ବି ଆଗରେ


ନୂଆଦିଲ୍ଲୀ: ଆଇସିସି ଟି-୨୦ ବ୍ୟାଟିଂ ର‍୍ୟାଙ୍କିଂରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଟିମ୍ ଇଣ୍ଡିଆର ନୂଆ ଟି-୨୦ ଅଧିନାୟକ ଶ୍ରେୟସ ଆୟର କ୍ରମାଗତ ଭାବେ ମ୍ୟାଚ୍ ଖେଳି ନିଜ ର‍୍ୟାଙ୍କିଂରେ ସୁଧାର ଆଣୁଥିଲେ ହେଁ, ଦଳରୁ ବାହାରେ ଥିବା ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବେ ବି ତାଙ୍କଠାରୁ ଆଗରେ ରହିଛନ୍ତି। ଦଳରୁ ବାହାରେ ଥିଲେ ବି ସୂର୍ଯ୍ୟଙ୍କ ଜଲଓ୍ବା ଏବେ ରହି ଆଇସିସି ମାନ୍ୟତାରେ ରହିଛି।

ଦୀର୍ଘ ଦିନ ଧରି ଦଳରୁ ବାହାରେ ରହିବା ପରେ ଶ୍ରେୟସ ଆୟର ଯେତେବେଳେ ଜାତୀୟ ଦଳକୁ ଫେରିବା ସହ ଅଧିନାୟକ ଭାର ଗ୍ରହଣ କରିଥିଲେ, ସେତେବେଳେ ଆଇସିସି ର‍୍ୟାଙ୍କିଂ ତାଲିକାରେ ସେ ୫୦୦ ନମ୍ବର ସ୍ଥାନରୁ ବି ପଛରେ ଥିଲେ। ତେବେ ଆୟରଲ୍ୟାଣ୍ଡ, ଇଂଲଣ୍ଡ ଏବଂ ଜିମ୍ବାୱେ ବିପକ୍ଷ ସିରିଜ୍‌ରେ ୧୦ଟି ପାରି ଖେଳିବା ପରେ ତାଙ୍କ ର‍୍ୟାଙ୍କିଂରେ ବଡ଼ ଧରଣର ସୁଧାର ଆସିଛି। ଜିମ୍ବାୱେ ବିପକ୍ଷ ସିରିଜ୍ ପରେ ସେ ୭ଟି ସ୍ଥାନ ଉପରକୁ ଉଠି ଏବେ ୨୪ଶ ସ୍ଥାନରେ ପହଞ୍ଚିଛନ୍ତି।

Also Read: ​​​​​​​ପଦ ଛାଡିଲେ ସହକାରୀ କୋଚ୍ ! ଇଂଲଣ୍ଡଠୁ ହାରିଲା ପରେ BCCIକୁ ପଠାଇଥିଲେ ଇସ୍ତଫା ପତ୍ର, ଏବେ ଗମ୍ଭୀରଙ୍କ ପାଳି !

ପଛରେ ପଡ଼ିନାହାନ୍ତି ସୂର୍ଯ୍ୟକୁମାର

ଅନ୍ୟପଟେ, ଦଳରୁ ବାହାରେ ଥିବା ସୂର୍ଯ୍ୟକୁମାର ଯାଦବ ନିକଟରେ କୌଣସି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳି ନଥିଲେ ସୁଦ୍ଧା ନିଜର ପୂର୍ବ ପଏଣ୍ଟ ବଳରେ ୧୯ଶ ସ୍ଥାନରେ ରହିଛନ୍ତି। ଗତ ମାର୍ଚ୍ଚ ମାସରେ ସୂର୍ଯ୍ୟକୁମାରଙ୍କ ନେତୃତ୍ବରେ ଦଳ ଶୀର୍ଷ ସଫଳତା ପାଇଥିବା ବେଳେ ସେ ଟପ୍-୧୦ରେ ସ୍ଥାନ ବଜାୟ ରଖିଥିଲେ। ବର୍ତ୍ତମାନ ସେ ଦଳରେ ନଥାଇ ମଧ୍ୟ ସ୍ଥାନ ଦୃଷ୍ଟିରୁ ନୂଆ ଅଧିନାୟକ ଶ୍ରେୟସଙ୍କଠାରୁ ଆଗରେ ରହିଛନ୍ତି।

ଅନ୍ୟ ଭାରତୀୟ ଖେଳାଳିଙ୍କ ଦବ୍‌ଦବା

 ଟି-୨୦ ବ୍ୟାଟିଂ ର‍୍ୟାଙ୍କିଂରେ ୯୧୦ ରେଟିଂ ପଏଣ୍ଟ ସହ ଇଶାନ କିଷାନ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି। ତାଙ୍କ ପଛକୁ ପାକିସ୍ତାନର ସାହିବଜାଦା ଫରହାନ (୮୪୮ ପଏଣ୍ଟ) ଦ୍ବିତୀୟ ସ୍ଥାନରେ ଅଛନ୍ତି।ଜିମ୍ବାୱେ ବିପକ୍ଷରେ ଦମଦାର ପ୍ରଦର୍ଶନ (୩ଟି ମ୍ୟାଚ୍‌ରୁ ୧୫୧ ରନ୍) କରିଥିବା ୧୫ ବର୍ଷୀୟ ଯୁବ ବ୍ୟାଟର ୱୈଭବ ସୂର୍ଯ୍ୟବଂଶୀ ର‍୍ୟାଙ୍କିଂରେ ୨୩୦ଟି ସ୍ଥାନର ଲମ୍ଫ ମାରି ପ୍ରଥମ ଥର ପାଇଁ ଟପ୍-୫୦ (୫୩୬ ରେଟିଂ ପଏଣ୍ଟ) ମଧ୍ୟରେ ପ୍ରବେଶ କରିଛନ୍ତି।

Source link



Source link

Leave A Reply

Your email address will not be published.