Voice of Eastern India

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାରଙ୍କ ବଡ଼ ପ୍ଲାନ, ପ୍ରତି ପଞ୍ଚାୟତ ପାଇଁ ଦେଢ କୋଟିରୁ ତିନି କୋଟି ଟଙ୍କା


ଭୁବନେଶ୍ୱର ୨୦।୦୮ : ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ ପ୍ଲାନ । ପଞ୍ଚାୟତରେ ଖର୍ଚ୍ଚ ହେବ ଦେଢ କୋଟିରୁ ତିନି କୋଟି ଟଙ୍କା । ଗାଁରେ ମିଳିବ ସହରୀ ସୁବିଧା । ଏଥିପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତି କରିଛି ପଞ୍ଚାୟତରାଜ ବିଭାଗ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ରବି ନାୟକ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗ୍ରାମ ସଂପଦ କାର୍ଯ୍ୟକ୍ରମ ଜରିଆରେ ଗାଁର ବିକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ପଞ୍ଚାୟତରେ ମିଳିବ ସହରୀ ସୁବିଧା । ଏନେଇ ଏକ SOP ପ୍ରସ୍ତୁତ ହୋଇଛି । ପଞ୍ଚାୟତରେ ଆଦର୍ଶ ଖେଳ ପଡିଆ, ଆଦର୍ଶ କଲ୍ୟାଣ ମଣ୍ଡପ, ଆଦର୍ଶ ଗ୍ରାମୀଣ ହାଟ, ଆଦର୍ଶ ପୋଖରୀ, ଆଦର୍ଶ ମଣ୍ଡପ, ସ୍ମଶାନ, ଆଦର୍ଶ ହାଟ, ଗ୍ରାମୀଣ ପାର୍କ ଭଳି କାମ ହାତକୁ ନେବ ବିଭାଗ । ଗ୍ରାମସଭା ଆଧାରରେ ହେବ କାମ ।

ତେବେ ଆଦର୍ଶ ଖେଳ ପଡିଆ ପାଇଁ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ସରକାର । ଗାଁରେ ରହୁଥିବା ଲୋକଙ୍କ ଆସ୍ଥା, ଯୁବକର ଏସେଟ ପାଇଁ ଜିମ ବି ଅନ୍ତର୍ଭୁକ୍ତ ହେବ । ଆଦର୍ଶ କଲ୍ୟାଣ ମଣ୍ଡପ ପାଇଁ ୪୯ ଲକ୍ଷ ଟଙ୍କା ଦେବେ ସରକାର । ୭୦*୩୨ ଫୁଟରେ ଦୁଇ ଗ୍ରୀନ ରୁମ ସହ ଏକ ପେଣ୍ଡାଲ ତିଆରି ହେବ । ଯେଉଁଥିରେ ନାଚ, ଗୀତ, ଡ୍ରାମାର ସୁବିଧା ରହିବ । ଭୋଜିଭାତ ସହ ପଞ୍ଚାୟତ ତରଫରୁ ପାଣି ଯୋଗାଇ ଦିଆଯିବ। ଆଦର୍ଶ ପୋଖରୀ ପାଇଁ ୩୪ ଲକ୍ଷ ପଥର ବନ୍ଧେଇ ସହ ଚାରିପଟେ ଫେବର ବ୍ଲକ ପଡ଼ିବ । ଜିମର ସାମଗ୍ରୀ ରହିବ, ସ୍ମଶାନ ପାଇଁ ୨୨ ଲକ୍ଷ ଦେବେ ସରକାର ରହିବ ପାଚେରୀ ।

Also Read:-ଅଟୋ ଚାଳକଙ୍କ ହିଂସାକାଣ୍ଡକୁ ନେଇ କଡ଼ା ଆକ୍ସନ : କ୍ଷତିପୂରଣ ଆଦାୟ ସହ ଭଙ୍ଗାଯିବ ବେଆଇନ ଅଟୋ ଷ୍ଟାଣ୍ଡ

ସେହିପରି ଆଦର୍ଶ ଗ୍ରାମୀଣ ପାର୍କ ପାଇଁ ୨୦ ଲକ୍ଷ, ରହିବ ଜିମ, ବସିବା ପାଇଁ ସ୍ଥାନ ମଧ୍ୟ ରହିବ। ଆଦର୍ଶ ହାଟ ପାନୀୟ ଜଳ ସହ ପ୍ରବେଶ ପାଇଁ ଗେଟ ଓ ଲାଗିବ ସେଟ । ବୃକ୍ଷରୋପଣ କାର୍ଯ୍ୟକ୍ରମ ପ୍ରତି ଜିପି ରେ ଲାଗିବ ୭୦୦ ଗଛ । ଆଦର୍ଶ ପାଠାଗାର ପାଇଁ ୧୦ ଲକ୍ଷ ଟଙ୍କାର ବ୍ୟବବରାଦ ରଖାଯାଇଛି । ପ୍ରତି ବର୍ଷ ଗୋଟିଏ ଗାଁରେ ଗୋଟେ କଲ୍ୟାଣ ମଣ୍ଡପ କରିବେ ସରକାର ।

Source link



Source link

Leave A Reply

Your email address will not be published.