Voice of Eastern India

ପାକିସ୍ତାନୀ କୋଷ୍ଟ ଗାର୍ଡ୍ ଜାହାଜ ଉପରେ ବଡ଼ ଆକ୍ରମଣ, ୧୩ କମାଣ୍ଡୋ ନିହତ !


ନୂଆଦିଲ୍ଲୀ, ୧୨/୧୦ : ପାକିସ୍ତାନୀ ପୋଷ୍ଟ୍ ଉପରେ ଭୟଙ୍କର ଆକ୍ରମଣ । ପାକ୍ ବେଲୁଚିସ୍ତାନ ପ୍ରାନ୍ତରେ ଥିବା ଗ୍ୱାଦର ଜିଲ୍ଲାରେ ବିଏଲଏ ବା ବେଲୁଚ୍ ଲିବରେସନ୍ ଆର୍ମୀ ବଡ ଆକ୍ରମଣ କରିଛି । ଏଥିରେ ପାକ୍ ସୈନ୍ୟ ପୋଷ୍ଟ ଏବଂ ଛୋଟ ଜାହାଜକୁ ଟାର୍ଗେଟ୍ କରାଯାଇଛି । ଏଥିରେ ୧୩ ଜଣ ପାକ୍ କୋଷ୍ଟ୍ ଗାର୍ଡ୍ ପ୍ରାଣ ହରାଇଥିବା ବିଏଲଏ ପକ୍ଷରୁ ଦାବି କରାଯାଇଛି । ସବୁଠାରୁ ବଡ କଥା ହେଉଛି ଯେ, ବିଏଲଏର ନୌସେନା ହମ୍ମାଲ ମ୍ୟାରିଟାଇମ୍ ଡିଫେନ୍ସ ଫୋର୍ସ ଏହି ଆକ୍ରମଣକୁ ଚୂଡାନ୍ତ ରୂପ ଦେଇଛି ।

ଅକ୍ଟୋବର ୧୧ ତାରିଖରେ ବିଏଲଏ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ପାକିସ୍ତାନର ଦୁଇଟି ଜାହାଜକୁ ଟାର୍ଗେଟ୍ କରାଯାଇଛି । ଏଥିରେ ଥିବା ୧୩ ପାକ୍ କୋଷ୍ଟ୍ ଗାର୍ଡ୍ ପ୍ରାଣ ହରାଇଛନ୍ତି । ଆକ୍ରମଣରେ ଜାହାଜର ଭୟଙ୍କର କ୍ଷତି ହୋଇଛି ।

Also Read :- ଓମାନ ଉପକୂଳରେ ତୈଳ ଟ୍ୟାଙ୍କରକୁ ଟାର୍ଗେଟ୍ : ଡ୍ରୋନ୍ ଆକ୍ରମଣ ପରେ ୨ ଭାରତୀୟ ନାବିକ ନିଖୋଜ

ବିଏଲଏ ମୁଖପାତ୍ର ଜିୟାନ୍ଦ ବଲୋଚ କହିଛନ୍ତି ଯେ, ସେମାନେ ୨୦୨୬ ଏପ୍ରିଲ ୧୩ ତାରିଖରେ ନିଜର ନୌସେନା ପ୍ରତିଷ୍ଠା କରିଥିଲେ । ପ୍ରଥମେ ସେମାନେ ପାକିସ୍ତାନ ନୌସେନାର ଏକ ପାଟ୍ରୋଲିଂ ଡଙ୍ଗାକୁ ଟାର୍ଗେଟ୍ କରିଥିଲେ । ଏଥିରେ ୩ ପାକ୍ ଯବାନ ନିହତ ହୋଇଥିଲେ ।

ସୂଚନାଯୋଗ୍ୟ, ଗ୍ୱାଦର ବନ୍ଦର ବେଲୁଚିସ୍ତାନର ଦକ୍ଷିଣରେ ରହିଛି । ଏହାକୁ ନେଇ ଅନେକ ଦିନ ଧରି ବିବାଦ ଲାଗି ରହିଛି । ଚୀନ୍ ଏହାକୁ ବିଆରଆଇ ପ୍ରକଳ୍ପର ଅଂଶ ଭାବେ ସ୍ଥାନ ଦେଇଛି । ଏଠାରୁ ସିଧା ଆରବ ସାଗରକୁ ଯାଇ ହେବ । କିନ୍ତୁ ବେଲୁଚିସ୍ତାନର ଲୋକେ ଏହାକୁ ବିରୋଧ କରୁଛନ୍ତି । ଏହା ସେମାନଙ୍କ ହିତ ପାଇଁ ନୁହେଁ ବୋଲି ବିଏଲଏ ଲଗାତାର ଭାବେ ଦାବି କରୁଛି । ଏହାଦ୍ୱାରା ଦେଶରେ ଚୀନର ଦବଦବା ବଢିବ ବୋଲି ସେମାନେ କହୁଛନ୍ତି ।

Source link



Source link

Leave A Reply

Your email address will not be published.