Voice of Eastern India

ପୁଣି ହ୍ରାସ ହେଲା ସୁନା ଦର, ରାତି ୯ଟାରେ ୧୦ ହଜାର ଟଙ୍କା ଶସ୍ତା ହୋଇଗଲା ରୁପା


ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ପରେ ସୁନା ଓ ରୁପା ମୂଲ୍ୟରେ ଭୀଷଣ ହ୍ରାସ ଦେଖା ଦେଇଛି। ବୁଧବାର ରାତି ୯ଟାରେ ମଲ୍ଟି କମଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ସୁନା ପ୍ରତି ୧୦ ଗ୍ରାମ୨,୮୦୦ ଟଙ୍କା ହ୍ରାସ ହୋଇଥିବା ବେଳେ ରୁପା କେଜି ପିଛା ୧୦ ହଜାର ଟଙ୍କାରୁ ଅଧିକ ହ୍ରାସ ହୋଇଛି। ଏକ୍ସପର୍ଟଙ୍କ ଅନୁସାରେ ଟ୍ରମ୍ପଙ୍କ ବୟାନ ପରେ ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା ବଢିପାରେ। ଏଣୁ ସୁନା ଓ ରୁପା ଦରରେ ଭୀଷଣ ହ୍ରାସ ଦେଖା ଯାଇପାରେ। ଏଥିରେ ଏବେ ପ୍ରଶ୍ନ ଉଠୁଛି ଏବେ ସୁନା ଓ ରୂପା କିଣିବା ଉଚିତ ନା ଅପେକ୍ଷା କରାଯିବା  ଦରକାର? ଦ୍ୱିତୀ ବଡ଼ ପ୍ରଶ୍ନଟି ହେଉଛି କେତେ ପର୍ଯ୍ୟନ୍ତ ହ୍ରାସ ହୋଇପାରେ ଦର?

ଏମସିଏକ୍ସ ରେ ଅଗଷ୍ଟରେ ଡେଲିଭରୀ ହେବାକୁ ଥିବା ଗୋଲ୍ଡ ଦରରେ ୧.୮୫% ହ୍ରାସ ହୋଇଛି। ପ୍ରତି ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୨୮୦୦ ଟଙ୍କା ହ୍ରାସ ହୋଇ ୧,୪୨,୭୬୭ ଟଙ୍କାକୁ ପହଞ୍ଚି ଯାଇଛି। ଆଜି ଦିନର କାରବାର ସମୟରେ ସୁନାର ହାଇ ଲେବୁଲ ପ୍ରତି ୧୦ ଗ୍ରାମ ୧,୪୫,୩୫୬ ଓ ଲୋ ୧,୪୨,୪୫୭ ଟଙ୍କାରେ କାରବାର ହେଉଥିଲା। ସେପଟେ ସେପ୍ଟେମ୍ବରରେ ଡେଲିଭରି ହେବାକୁ ଥିବା ରୁପା ଦରରେ ୪.୫୦% ହ୍ରାସ ହୋଇଛି ଓ ମୂଲ୍ୟ ପାଖାପାଖି ୧୦,୩୬୭ ଟଙ୍କା ହ୍ରାସ ହୋଇ କେଜି ପିଛା ଦର ୨,୨୦,୪୯୦ ଟଙ୍କା ହୋଇଯାଇଛି। ଦିନବେଳା କାରବାର କାଳରେ ରୁପାର ହାଇଲେବୁଲ ୨,୩୦୯୧୬ ଟଙ୍କା ଓ ଲୋ ୨,୨୦,୨୨୧ ଟଙ୍କା ଥିଲା। 

 

Source link



Source link

Leave A Reply

Your email address will not be published.