Voice of Eastern India

ବନ ଅଧିକାରୀ ଆକ୍ରମଣ ମାମଲା: ଗୁଜରାଟ AAP ବିଧାୟକ ଓ ତାଙ୍କ ପତ୍ନୀଙ୍କୁ ୭ ବର୍ଷ ଜେଲ,ବିପଦରେ ବିଧାନସଭା ସଦସ୍ୟତା


ଗାନ୍ଧି ନଗର: ଆମ ଆଦମୀ ପାର୍ଟି (ଆପ) ନେତା ତଥା ଦେଦିୟାପାଡ଼ା ବିଧାୟକ ଚୈତର ଭାସଭା ଙ୍କୁ ଝଟକା। ଗୁଜରାଟ ନର୍ମଦା ଜିଲ୍ଲାର ଏକ ନ୍ୟାୟାଳୟ ଭସଭା, ତାଙ୍କ ପତ୍ନୀ ଓ ଅନ୍ୟ ୭ ଜଣଙ୍କୁ ବନ ବିଭାଗ ଅଧିକାରୀଙ୍କ ଉପରେ ଆକ୍ରମଣ କରିବା ଓ ସରକାରୀ କାମରେ ବାଧା ଦେବା ଅଭିଯୋଗରେ ୭ ବର୍ଷ ଜେଲଦଣ୍ଡାଦେଶ କରିଛନ୍ତି। ରାଜପିପ୍ଲା ଦୌରାଜଜ କୋର୍ଟ ଭାସଭା ଓ ତାଙ୍କ ପତ୍ନୀଙ୍କୁ ୯୬ ହଜାର ଟଙ୍କା ଜରିମନା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ଗୁଜରାଟ ରାଜନୀତିରେ ଏବେ ହଟଚମଟ ସୃଷ୍ଟି କରିଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଏହି ବିବାଦ ସେତେବେଳେ ଉପୁଜିଥିଲା ଯେତେବେଳେ ବନ ବିଭାଗ କର୍ମଚାରୀ ସେମାନଙ୍କ ସରକାରୀ ଦାୟିତ୍ୱ ନିର୍ବାହ କରୁଥିଲେ। ବିଧାୟକଙ୍କ ବାସଭବନ ନିକଟରେ ବନ କର୍ମଚାରୀଙ୍କ ସହ ଭାସଭା, ତାଙ୍କ ପତ୍ନୀ ଓ ୭ ସମର୍ଥକଙ୍କ ମଧ୍ୟରେ ବାକବିତଣ୍ଡା ଅଚାନକ ହିଂସାତ୍ମକ ମୋଡ ନେଇଥିଲା ଏଥିରେ ବିଧାୟକ ଓ ତାଙ୍କ ସମର୍ଥକ ବନବିଭାଗ କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ଏହି ସମୟରେ ଭାସଭା ବନ କର୍ମଚାରୀଙ୍କୁ ଭୟଭୀତ କରିବା ପାଇଁ ଫାଙ୍କା ଗୁଳି ଚାଳନା ମଧ୍ୟ କରିଥିଲେ। ଘଟଣା ପରେ ପୋଲିସରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଚୈତର ଭାସଭାଙ୍କୁ ଗିରଫ କରିଥିଲା। ପରେ ଭାସଭା ଜାମିନରେ ଆସିଥିବା ବେଳେ କୋର୍ଟରେ ମୋକଦ୍ଦମା ଶୁଣାଣି ହେଉଥିଲା।

ଏବେ କୋର୍ଟ ସକ୍ଷଙ୍କ ବୟାନ ଓ ମାମଲାରେ ଉପସ୍ଥାପନା କରାଯାଇଥିବା ପ୍ରମାଣ ଆଧାରରେ ଏହି ଦଣ୍ଡାଦେଶ କରିଛନ୍ତି। ଏଣୁ ସର୍ବୋଚ୍ଚ ନ୍ୟାୟପାଳିକାଙ୍କ ଗାଇଡଲାଇନ ଅନୁସାରେ ଯଦି କୌଣସି ବିଧାୟକ ଅଥବା ସାଂସଦଙ୍କୁ ୨ ବର୍ଷରୁ ଅଧିକ ଜେଲ ଦଣ୍ଡାଦେଶ ହୁଏ ତେବେ ତାଙ୍କ ବିଧାନସଭା ସଦସ୍ୟତା ତତ୍କାଳ ରଦ୍ଦ ହୋଇଯାଏ। ଏଥିରେ ଭାସଭାଙ୍କୁ ୭ ବର୍ଷ ଜେଲଦଣ୍ଡାଦେଶ ହୋଇଥିବାରୁ ସେ ବିଧାନସଭା ସଦସ୍ୟତା ହରାଇବାର ଆଶଙ୍କା ସୃଷ୍ଟି ହୋଇଛି।

କୋର୍ଟଙ୍କ ରାୟ ଆସିବା ପରେ ବିଧାୟକ ଚୈତର ଭାସଭାଙ୍କ ଲିଗାଲ ଟିମ୍ ବିଧାୟକଙ୍କ ଜେଲଦଣ୍ଡାଦେଶ ରୋକିବାକୁ ତଥା ତାଙ୍କ ବିଧାୟନସଭା ସଦସ୍ୟତା ବଞ୍ଚାଇବାକୁ ତୁରନ୍ତ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ତାଙ୍କ ଓକିଲ ନିମ୍ନ କୋର୍ଟଙ୍କ ରାୟକୁ ଗୁଜରାଟ ଉଚ୍ଚନ୍ୟାୟାଳୟରେ ଚ୍ୟାଲେଞ୍ଜ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଚୈତରଙ୍କ ଜାମିନ ଜାରି ରଖିବାକୁ ଓ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ସେ ହାଇକୋର୍ଟରେ ଦାବି କରିପାରନ୍ତି। ଏଥିରେ ଆଇନ ବିଶେଷଜ୍ଞ କହିଛନ୍ତି ଯେ ଯଦି ହାଇକୋର୍ଟ ଦଣ୍ଡ ଉପରେ ରୋକ ଲଗାନ୍ତି ତେବେ ଚୈତର ଭାସଭାଙ୍କ ବିଧାନସଭା ସଦସ୍ୟତା କାୟମ ରହିପାରେ।

Source link



Source link

Leave A Reply

Your email address will not be published.