Voice of Eastern India

ବିନା ଦୋଷରେ ଜେଲ୍ କଟିଲା ୨୨ ବର୍ଷ, ହାଇକୋର୍ଟଙ୍କ ଆଭିମୁଖ୍ୟକୁ ନେଇ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ


କଟକ: ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ନଥିଲେ, କେବଳ ସନ୍ଦେହ ଆଧାରରେ ଏକ ହତ୍ୟା ମାମଲାରେ ଆଜୀବନ ଜେଲ୍ ଦଣ୍ଡାଦେଶ ପାଇଲେ ଅଜୁର୍ନ ଜାନି। ଏଥିପାଇଁ ସେ ଜେଲ୍ରେ ୨୨ବର୍ଷ କଟାଇ ସାରିଲେଣି। ଜେଲ ୧୨ ବର୍ଷ ରହିବା ପରେ ସେ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କିନ୍ତୁ ହାଇକୋର୍ଟ ଆବେଦନକାରୀ ୩ ହଜାର ୧୫୭ ଦିନ ବିଳମ୍ବରେ ଜେଲ୍ ଅପିଲରେ ଆସିଥିବାରୁ ତାଙ୍କ ପିଟିସନକୁ ଖାରଜ କରି ଦେଇଥିଲେ।

ଆବେଦନକାରୀ ସୁପ୍ରିମକୋର୍ଟରେ ପହଞ୍ଚିବା ବେଳକୁ ଜେଲରେ ୨୨ବର୍ଷ କଟାଇ ସାରିଛନ୍ତି। ଜଣେ ଆସାମୀ ଏତେଦିନ ଜେଲରେ ରହି ବା ଏବଂ ତାଙ୍କ ଅପିଲ୍ ଉପରେ କୌଣସି ପଦକ୍ଷେପ ନିଆଯାଇନଥିବାରୁ ସୁପ୍ରିମକୋର୍ଟ ଗଭୀର ନିରାଶା ବ୍ୟକ୍ତ କରିଛନ୍ତି। ଓଡ଼ିଶା ହାଇକୋର୍ଟଙ୍କ ଏଭଳି ଆଭିମୁଖ୍ୟକୁ ନେଇ ମଧ୍ୟ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।

also read- Husband Kills Wife: ବିବାହର ମାସେ ନପୁରୁଣୁ ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ଜୀବନ

ଆଇନସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ଅର୍ଜୁନଙ୍କ ପୁନର୍ବାସ ଓ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ନିର୍ଦ୍ଦେଷରେ ଖଲାସ କରିବା ପୂର୍ବରୁ ଗତ ୩ ମାସ ତଳେ ଅର୍ଜୁନଙ୍କୁ ଜାମିନ ପ୍ରଦାନ କରିଥିଲେ। ଜାମିନ ପାଇବା ପରେ ଘରକୁ ଫେରିଛନ୍ତି।

Source link



Source link

Leave A Reply

Your email address will not be published.