ଭୁବନେଶ୍ୱର ୦୯।୧୦ : ଦିଲ୍ଲୀରେ ବିରୋଧୀଙ୍କ ବିକ୍ଷୋଭ ପ୍ରସଙ୍ଗ । ବିରୋଧୀଙ୍କୁ କଡ଼ା ଜବାବ ଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ବିରୋଧୀ ଅପଚେଷ୍ଟା କରୁଛନ୍ତି, କେବେ ହେଲେ ବି ସଫଳ ହେବେନି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଦନାମ କରିବାକୁ ବିରୋଧୀ ଅପଚେଷ୍ଟା କରୁଛନ୍ତି । ଭୋଟ୍ ଚୋରିର ରେକର୍ଡ କି ପ୍ରମାଣ ଆଣି ଦିଅନ୍ତୁ । ଖାଲି କହିଦେଲେ ହେବ କି ? ପୁରା ପ୍ରମାଣ ସହ ତଥ୍ୟ ରଖିବାକୁ ପଡିବ । ନନ୍ ଇସ୍ୟୁକୁ ଇସ୍ୟୁ କରୁଛନ୍ତି ବିରୋଧୀ । ଉଦ୍ଧାର ଦେଇ ତଥ୍ୟ ଆଧାରିତ ଅଭିଯୋଗ କରିବା ଠିକ୍ । ପଇସା ଦେଇ ଲୋକଙ୍କୁ ଆଣି ଭିଡ଼ କରୁଛନ୍ତି । କଂଗ୍ରେସ ଯଦି ଭୋଟ ଚୋରି କଥା କହୁଛି, ତାହେଲେ ହିମାଚଳ ପ୍ରଦେଶ ଏବଂ କର୍ଣ୍ଣାଟକରେ କଂଗ୍ରେସ କେମିତି ସରକାର କଲା । ଆମେ କଣ ଅଭିଯୋଗ କଲୁ କି ? କେଉଁଠି ଭୋଟ ଚୋରି ହୋଇଛି ବୋଲି ? ବିରୋଧୀ ଯଦି କହୁଛନ୍ତି, ତେବେ ପ୍ରମାଣ ଦିଅନ୍ତୁ । ତିନି ତୁଣ୍ଡରେ ଛେଳି କୁକୁର ସଦୃଶ୍ୟ ବୋଲି ବିରୋଧୀଙ୍କୁ ଜବାବ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ।
Also Read:-ଭଦ୍ରକର ୨ଟି କଲେଜରେ ନିର୍ବାଚନ ବାତିଲ, ସମ୍ବେଦନଶୀଳ ଘଟଣା ପାଇଁ ବଡ଼ ନିଷ୍ପତ୍ତି
ସୂଚନାଯୋଗ୍ୟ ଯେ, ଭୋଟ ଚୋରି ଏବଂ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଇଣ୍ଡି ମେଣ୍ଟ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ କରାଯାଉଛି । ଏପିରିକି ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ନେତୃତ୍ୱରେ କଂଗ୍ରେସ ବିକ୍ଷୋଭ କରିଥିଲା। ଏହି ସମୟରେ ବହୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । କଂଗ୍ରେସ ଦଳ ପକ୍ଷରୁ ପୋଲିସ ଅପବ୍ୟବହାର କରିଥିବାର ଅଭିଯୋଗ ଆସିଥିବା ବେଳେ କାଶ୍ମୀରର ଜଣେ ଯୁବକ ଆଣିଥିଲେ ସଙ୍ଗୀନ ଅଭିଯୋଗ । କାଶ୍ମୀର ଯୁବକଙ୍କ ମତରେ ସଭାରେ ତାଙ୍କୁ ମାରପିଟ୍ କରାଯାଇଥିଲା ।
Watch Video:-
