Voice of Eastern India

ବୈଭବଙ୍କ କ୍ୟାରିଅରରେ ବ୍ରେକ୍ : ଇଣ୍ଡିଜ୍ ବିପକ୍ଷରେ ମିଳିବନି ଚାନ୍ସ, ଧିରେ ଧିରେ ଦଳରୁ ହେବେ ସାଇଡ୍ !


ନୂଆଦିଲ୍ଲୀ, ୦୬/୧୦:ଦଳରେ ସିଲେକ୍ସନ ହେଉଛନ୍ତି । କିନ୍ତୁ ଗୋଟିଏ ହେଲେ ମ୍ୟାଚ୍ ଖେଳିବା ପାଇଁ ସୁଯୋଗ ମିଳୁନି । ବେଞ୍ଚରେ ବସି ବସି ଦିନ ଯାଉଛି । ଏମିତି କିଛି ଅବସ୍ଥାରେ ଏବେ ବୈଭବ ସୂର୍ଯ୍ୟବଂଶୀଙ୍କ କ୍ୟାରିଅର । ଆଜିଠୁ ଆରମ୍ଭ ହେଉଛି ଓ୍ୱେଷ୍ଟ୍ ଇଣ୍ଡିଜ୍ ବିପକ୍ଷ ଟ୨୦ସିରିଜ୍ । ଦଳରେ ସ୍ଥାନ ପାଇଛନ୍ତି ସେ । କିନ୍ତୁ ଖେଳିବା ସମ୍ଭାବନା କମ୍ । ତାଙ୍କ ଜାଗାରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିବା ସମ୍ଭାବନା ବେଶି ।

ଏହାକୁ ନେଇ ଭାରତୀୟ ଦଳର ବୋଲିଂ କୋଚ୍ ମୋରନେ ମୋର୍କେଲ୍ କହିଛନ୍ତି ଯେ, ବୈଭବଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ହେବ । ଇଣ୍ଡିଜ୍ ବିପକ୍ଷ ପ୍ରଥମ ମୁକାବିଲାରେ ଅଭିଷେକ ଶର୍ମାଙ୍କ ସହ ସଞ୍ଜୁ ସାମସନ୍ ନଜର ଆସିବେ । ତେବେ ଡ୍ରେସିଂ ରୁମରେ ରହି ସୂର୍ଯ୍ୟବଂଶୀ ବହୁତ କିଛି ଶିଖିବାକୁ ପାଉଛନ୍ତି । ମ୍ୟାଚ୍ ଦେଖି ସେ ତାଙ୍କ ସିନିଅରଙ୍କଠୁ ବହୁତ କିଛି ଶିଖିବେ ।

Also Read :- ଆଜି ଦିଲ୍ଲୀରେ ଗର୍ଜିବେ ୧୯ ବିରୋଧୀ ଦଳ : ମାଗିବେ ଜ୍ଞାନେଶ କୁମାରଙ୍କ ଇସ୍ତଫା

ମୋର୍କେଲ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତେ ବୈଭବଙ୍କ ଟ୍ୟାଲେଣ୍ଟ୍ ବାବଦରେ ଜାଣିଛନ୍ତି । ସେ ଅଧିକକୁ ଅଧିକ ସମୟ କ୍ଲାଲିଟି ଖେଳାଳିଙ୍କ ସହ ଅତିବାହିତ କରିବା ଦରକାର । ଏହା ତାଙ୍କ କ୍ରିକେଟ୍ ପାଇଁ ଭଲ ହେବ । ନଖେଳିଲେ ବି ତାଙ୍କ ଚାରି ପାଖରେ ଅନେକ ଅଭିଜ୍ଞତା ଥିବା ଖେଳାଳି ରହିଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉଚିତ ପରିବେଶରେ ରହିଲେ ବୈଭବଙ୍କ ବିକାଶ ହୋଇପାରିବ । ତାଙ୍କୁ ଅନେକ ସମୟରେ ଟ୍ରେନିଂରେ ଅନ୍ୟମାନେ କଣ କରୁଛନ୍ତି ଦେଖିବାକୁ କୁହାଯାଏ । କିପରି ଗେମ୍ ପ୍ଲାନ୍ ବୁଝିବାକୁ ହେବ ତାହା ମଧ୍ୟ ବୈଭବ ଜାଣିବା ଜରୁରୀ ବୋଲି ସେ କହିଛନ୍ତି ।

ଆହୁରି ମଧ୍ୟମୋର୍କେଲ କହିଛନ୍ତି ଯେ, ସମସ୍ତ ଖେଳାଳି ବୈଭବଙ୍କ ଉପରେ ନଜର ରଖିଛନ୍ତି । ତାଙ୍କର ଅଭ୍ୟାସ ସେସନରେ ସମସ୍ତେ ଧ୍ୟାନ ଦେଉଛନ୍ତି । ପ୍ରଥମ୧୫ବଲ ସେ କିପରି ଖେଳୁଛନ୍ତି ତାହା ଉପରେ ବେଶି ଧ୍ୟାନ ଦିଆଯାଉଛି । ଏହା କୋଚଙ୍କ କାମ କିପରି ତାଙ୍କୁ ଅଧିକରୁ ଅଧିକ ଭଲ ଭାବେ ଗଢାଯିବ । ସେ ସବୁକୁ ଫୋକସ ଦେଇ କାମ କରାଯାଉଥିବା ମୋର୍କେଲ ପ୍ରକାଶ କରିଛନ୍ତି ।

Source link



Source link

Leave A Reply

Your email address will not be published.