ବଲାଙ୍ଗିର ୧୭।୮: ବଲାଙ୍ଗିରର ବହୁଚର୍ଚ୍ଚିତ ନରେନ୍ଦ୍ର ସାହୁ ଅପହରଣ ଘଟଣାରେ ଆଉ ଦୁଇ ଅଟକ । ଅଟକଙ୍କ ଭିତରେ ଅଛନ୍ତି ଜଣେ ପୋଲିସ ଓ ଅନ୍ୟ ଜଣେ ନିଜକୁ ସାମ୍ବାଦିକ କହୁଥିବା ବ୍ୟକ୍ତି । ହନୁମାନ ଟଙ୍କା ପାଇଁ ବଲାଙ୍ଗିରର ବ୍ୟବସାୟୀ ନରେନ୍ଦ୍ର ସାହୁଙ୍କ ଘଟଣାରେ ନୂଆ ଟ୍ବିଷ୍ଟ ଆସିଛି । ଗିରଫ ମାଷ୍ଟର ମାଇଣ୍ଡ କ୍ଷୀତିଶ ସାହୁର ଭଉଣୀ ପୋଲିସ ସବ୍ ଇନ୍ସସ୍ପେକ୍ଚର ସ୍ନେହା ମଞ୍ଜରୀ ସାହୁଙ୍କ ସମ୍ପୃକ୍ତି ନେଇ ଛାନଭିନ୍ ଚାଲିଛି ।
ଭାଇ ଭଉଣୀ କିଡନାପ୍ରେ ସାମିଲ ଥିବା ନେଇ ଖୋଳତାଡ ହେଉଛି । ସ୍ନେହା ମଞ୍ଜରୀ ସାହୁଙ୍କୁ ବଲାଙ୍ଗିର ରିଜର୍ଭ ପୋଲିସ ବାରାକରେ ଜେରା କରାଯାଉଛି । ସେହିପରି ନିଜକୁ ସାମ୍ବାଦିକ କହୁଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଅଟକ ରଖାଯାଇଥିବା ସୂଚନା ମିଳିଛି, ତାଙ୍କ ନାଁ ସଞ୍ଜୟ ଜେନା । ଉଭୟଙ୍କୁ ପଚରା ଉଚୁରା କରୁଛି ପୋଲିସ । ଅପହରଣ ପରେ ସ୍ନେହା ନିଜେ ସବୁ କିଛି ନିୟନ୍ତ୍ରଣ କରୁଥିବା ସୂଚନା ମିଳିଛି ।
Also Read:- ବୈତରଣୀ ବନ୍ୟା ପାଣି ନିଷ୍କାସନକୁ ଲାଗିବ ୪ ଦିନ, ସୁବର୍ଣ୍ଣରେଖା ଓ ଜଳକାରେ ନାହିଁ ବନ୍ୟା ସ୍ଥିତି
ତେବେ ଅପହରଣ ଘଟଣାରେ ଯାହାର ବି ସମ୍ପୃକ୍ତି ଥିବ ସମସ୍ତଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଉତ୍ତରାଞ୍ଚଳ IG ହିମାଂଶୁ ଲାଲ ।
Watch Video:
