Voice of Eastern India

ଭାରତରେ ଲଞ୍ଚ ହେଲା OnePlus N6: ୮,୦୦୦mAh ବ୍ୟାଟେରୀ ଏବଂ ଦମଦାର୍ ଫିଚର୍ସ: କମ୍ପାନୀର ସବୁଠୁ ଶସ୍ତା ସ୍ମାର୍ଟଫୋନ


ନୂଆଦିଲ୍ଲୀ: OnePlus ନିଜର ନୂଆ ‘N’ ସିରିଜ୍ ପ୍ରଥମ ସ୍ମାର୍ଟଫୋନ୍ OnePlus N6 କୁ ଭାରତରେ ଲଞ୍ଚ କରିଛି। କମ୍ପାନୀର ଏହା ସବୁଠାରୁ ଶସ୍ତା ଫୋନ। ଏମିତିକି Nord ସିରିଜ୍ଠାରୁ କମ୍ ଦାମରେ ଲଞ୍ଚ ହୋଇଥିବା ଏହି ସ୍ମାର୍ଟଫୋନ ଏକ ଗ୍ରାହକଙ୍କ ପାଇଁ ଭଲ ଅପସନ ହୋଇପାରେ। ଆସନ୍ତୁ ଏହାର ଫିଚର୍ସ, ସ୍ଫେଶିଫିକେସନ ଓ ଦାମ ବିଷୟରେ ଜାଣିନେବା।

ଦାମ୍ ଓ ଭ୍ୟାରିଏଣ୍ଟ

ଦାମ୍: ୪GB RAM + ୧୨୮GB ଷ୍ଟୋରେଜ୍ ଭାରିଆଣ୍ଟର ଦାମ୍ ୨୨,୯୯୯ ଟଙ୍କା ଏବଂ ୬GB RAM + ୧୨୮GB ଷ୍ଟୋରେଜ୍ ଭାରିଆଣ୍ଟର ଦାମ୍ ୨୪,୯୯୯ ଟଙ୍କା ରଖାଯାଇଛି।

ଅଫର୍: କମ୍ପାନୀ ପ୍ରାଇମ୍ ଡେ’ ଏକ୍ସକ୍ଲୁସିଭ୍ ସେଲ୍ରେ ୧,୦୦୦ ଟଙ୍କାର ସ୍ୱତନ୍ତ୍ର ରିହାତି ଦେଉଛି। ଏହାଛଡ଼ା, Axis ବ୍ୟାଙ୍କ ଏବଂ SBI କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କୁ ୨,୦୦୦ ଟଙ୍କାର ଇନଷ୍ଟାଣ୍ଟ ଡିସକାଉଣ୍ଟ ଏବଂ ୬ ମାସ ପର୍ଯ୍ୟନ୍ତ ନୋ-କଷ୍ଟ EMI ସୁବିଧା ମଧ୍ୟ ମିଳିବ।

ବିକ୍ରି: ଏହି ଫୋନ୍ ‘ଫ୍ରେସ୍ ମିଣ୍ଟ’ (Fresh Mint) ଏବଂ ‘ମିଡନାଇଟ୍ ଗ୍ରୀନ୍’ (Midnight Green) ରଙ୍ଗରେ ମିଳିବ। ଏହା ଜୁଲାଇ ୪ ତାରିଖରୁ ଆମାଜନ (Amazon)ରେ ବିକ୍ରି ପାଇଁ ଉପଲବ୍ଧ ହେବ।

ମୁଖ୍ୟ ସ୍ପେସିଫିକେସନ୍ ଓ ଫିଚର୍ସ

ଡିସପ୍ଲେ: ଏଥିରେ ୬.୭୫-ଇଞ୍ଚର HD LCD ଡିସପ୍ଲେ ରହିଛି, ଯାହା ୧୨୦Hz ରିଫ୍ରେସ୍ ରେଟ୍ ଏବଂ ୧,୨୦୦ ନିଟ୍ସ ପିକ୍ ବ୍ରାଇଟନେସ୍ ପ୍ରଦାନ କରେ।

ପ୍ରଦର୍ଶନ (Performance): ଏଥିରେ MediaTek Dimensity 6360 Apex ଅକ୍ଟା-କୋର୍ ଚିପସେଟ୍ ବ୍ୟବହାର କରାଯାଇଛି। AnTuTu ବେଞ୍ଚମାର୍କରେ ଏହା ୬,୧୫,୮୦୦ ରୁ ଅଧିକ ପଏଣ୍ଟ ସ୍କୋର କରିଛି। ଗରମ ହେବାରୁ ସୁରକ୍ଷା ଦେବାକୁ ଏଥିରେ ୫,୩୦୦ sq mm ଭେପର୍ ଚାମ୍ବର କୁଲିଂ ସିଷ୍ଟମ ରହିଛି।

କ୍ୟାମେରା: ଫୋନର ରିୟର ସାଇଟରେ ୫୦-ମେଗାପିକ୍ସେଲର ସିଙ୍ଗଲ୍ କ୍ୟାମେରା (f/1.8 ଆପର୍ଚର୍, 10x ଡିଜିଟାଲ ଜୁମ୍) ଏବଂ ସେଲଫି ପାଇଁ ୮-ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି। ଏହା 1080p/60 fps ଭିଡିଓ ରେକର୍ଡିଂ ଏବଂ ‘ଡୁଆଲ୍-ଭ୍ୟୁ’ (Dual-View) ମୋଡ୍ ସପୋର୍ଟ କରେ।

ବ୍ୟାଟେରୀ: ଏହି ଫୋନର ସବୁଠୁ ବଡ଼ ଆକର୍ଷଣ ହେଉଛି ଏହାର ୮,୦୦୦mAh ବ୍ୟାଟେରୀ, ଯାହା ତିନି ଦିନ ପର୍ଯ୍ୟନ୍ତ ଚାଲିବ ବୋଲି କମ୍ପାନୀ ଦାବି କରିଛି। ଏଥିରେ ୪୫W ଫାଷ୍ଟ ଚାର୍ଜିଂ ଏବଂ ୬.୫W ରିଭର୍ସ ଚାର୍ଜିଂ ସୁବିଧା ଅଛି।

Also Read- Apple iPhone 18 Pro Leaked: ଟାଟାକୁ ମହଙ୍ଗା ପଡ଼ିବ ଡାଟା ଚୋରି: ଆପଲ୍ iPhone 18 Proର ସପ୍ଲାୟର ଲିଷ୍ଟ, ପାର୍ଟସ୍ ଏବଂ ଫଟୋ ଲିକ୍

ସଫ୍ଟୱେର୍ ଓ ଅନ୍ୟାନ୍ୟ ଫିଚର୍ସ: ଏହା Android 16 ଆଧାରିତ OxygenOS 16 ରେ ଚାଲେ। କମ୍ପାନୀ ଦୁଇଟି ମେଜର OS ଅପଡେଟ୍ ଏବଂ ତିନି ବର୍ଷର ସିକ୍ୟୁରିଟି ଅପଡେଟ୍ ପ୍ରତିଶ୍ରୁତି ଦେଇଛି। ଏହାଛଡ଼ା, ଏଥିରେ IP65 ରେଟିଂ ଏବଂ MIL-STD-810H ମିଲିଟାରୀ-ଗ୍ରେଡ୍ ଡ୍ୟୁରେବିଲିଟି ସାର୍ଟିଫିକେଶନ ଦିଆଯାଇଛି।

Source link



Source link

Leave A Reply

Your email address will not be published.