ନୂଆଦିଲ୍ଲୀ, ୨୭/୦୮ :ଭାରତ ଗସ୍ତ କରିବ ଅଷ୍ଟ୍ରେଲିଆର ଅଣ୍ଡର-୧୯ କ୍ରିକେଟ୍ ଟିମ୍ । ଏହାପୂର୍ବରୁ ବିସିସିଆଇ ଭାରତୀୟ ଅଣ୍ଡର-୧୯ ଟିମ୍ ଘୋଷଣା କରିଛି । ତିନୋଟି ଦିନିକିଆ ମୁକାବିଲା ଏବଂ ଦୁଇଟି ମଲ୍ଟି ଡେ ଫିକ୍ସର ପାଇଁ ଭିନ୍ନ ଭିନ୍ନ ଟିମ୍ ଘୋଷଣା କରିଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଭାରତୀୟ ଦଳର ପୂର୍ବତନ ମହାନ ଖେଳାଳି ବିରେନ୍ଦ୍ର ସେହ୍ୱାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ୱାଗ ଏବଂ ରାହୁଲ ଦ୍ରାବିଡଙ୍କ ପୁଅ ଅନଭୟ ଦ୍ରାବିଡଙ୍କୁ ଦିନିକିଆ ଟିମରେ ସ୍ଥାନ ମିଳିଛି ।
ବିସିସିଆଇ ସଚିବ ଦେବଜିତ ସାଇକିୟା ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ସେହ୍ୱାଗ ଏବଂ ଦ୍ରାବିଡଙ୍କ ପୁଅଙ୍କୁ ଦଳରେ ସ୍ଥାନ ମିଳିଛି । ଏହା ଯୁବ ଖେଳାଳିଙ୍କ ପାଇଁ ଉତ୍ସାହର ବିଷୟ ଅଟେ । ଦଳ ଏବେ ଅଷ୍ଟ୍ରେଲିଆର ଅଣ୍ଡର-୧୯ ଦଳ ବିପକ୍ଷରେ ଦମଦାର ପ୍ରଦର୍ଶନ କରିବ ।
ଦିନିକିଆ ମ୍ୟାଚ୍ ପାଇଁ ଲକ୍ଷ୍ୟ ରାୟଚନ୍ଦାନୀଙ୍କୁ ଅଧିନାୟକ ଭାବେ ନିଯୁକ୍ତି ମିଳିଛି । ୟଶବର୍ଧନ ଚୌହାନଙ୍କୁ ଉପ ଅଧିନାୟକ ଦାୟିତ୍ୱ ମିଳିଛି । ମଲ୍ଟି ଡେ ଫିକ୍ସର ପାଇଁ ୟଶବର୍ଧନ ଚୌହାନ ଅଧିନାୟକ ହୋଇଛନ୍ତି । ଏଥିରେ ଲକ୍ଷ୍ୟ ରାୟଚନ୍ଦାନୀଙ୍କୁ ଉପ ଅଧିନାୟକ ପଦବୀ ମିଳିଛି ।
Also Read :- ସଲମାନଙ୍କ ବଢ଼ିଲା ଅଡୁଆ ! ‘ବିଇଂ ହ୍ୟୁମାନ୍’ ଜୁଏଲରୀ ଶୋ’ରୁମ୍ ମାମଲାରେ ଆସିଲା ଚଣ୍ଡିଗଡ଼ କୋର୍ଟର ନୋଟିସ
ସୂଚନାଯୋଗ୍ୟ, ସେହ୍ୱାଗଙ୍କ ପୁତ୍ର ଆର୍ଯ୍ୟବୀର ଦିଲ୍ଲୀ ପ୍ରିମିୟର ଲିଗରେ ଦମଦାର ପ୍ରଦର୍ଶନ କରିଥିଲେ । ସେ ଦିଲ୍ଲୀ ଲାୟନ୍ସ ପକ୍ଷରୁ ଖେଳି ବାପାଙ୍କ ଭଳି ସଟ୍ ଖେଳିଥିଲେ । ସେପଟେ ଦ୍ରାବିଡଙ୍କ ପୁଅ ମଧ୍ୟ ଘରୋଇ ମୁକାବିଲାରେ ଦମଦାର ପ୍ରଦର୍ଶନ କରୁଛନ୍ତି ।
ଦିନିକିଆ ଟିମ୍- ଲକ୍ଷ୍ୟ ରାୟଚନ୍ଦାନୀ, ୟଶବର୍ଧନ ଚୌହାନ, ରଜତ ବଘେଲ, ଆର୍ୟ୍ୟବୀର ସେହ୍ୱାଗ, ବିକେ ବୀନିତ, କୁଶାଗ୍ର ଓଝା, ଅର୍ଜୁନ ରାଜପୁତ, ମନାଲ ଚୌହ୍ୱାନ, ଅନଭୟ ଦ୍ରାବିଡ, ବି ୟଶବୀର, ରୋହିତ ଯାଦବ, ଶାବିନ୍ ବିନୋଦ, ମୋହିତ ଉଲବା, ଚିଗୁରୁପତି ଭେଙ୍କଟା ଏବଂ କାବ୍ୟ ପଟେଲ
