ମୁମ୍ବାଇ: ପୁଣିଥରେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ବଲିଉଡ୍ ବାଦଶାହ ଶାହରୁଖ ଖାନଙ୍କ ପୁଅ ଆରୟନ ଖାନ । ଲଣ୍ଡନରେ ଜଣେ ଯୁବତୀଙ୍କ ସହ ତାଙ୍କର କିଛି ଫଟୋ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଜୋରଦାର ଚର୍ଚ୍ଚା ହେଉଛି । ଶାହରୁଖ ଖାନଙ୍କ ପୁଅ ହୁଅନ୍ତୁ କି ଝିଅ, ଉଭୟେ ପ୍ରାୟତଃ କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏହି ସମୟରେ ଶାହରୁଖଙ୍କ ବଡ଼ ପୁଅ ଆରୟନ ଖାନ ଜଣେ ରହସ୍ୟମୟୀ ଯୁବତୀଙ୍କ ସହ ନଜର ଆସିଛନ୍ତି । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଦୁହିଁଙ୍କ ଡେଟିଂକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।
ମିଷ୍ଟ୍ରି ଗର୍ଲଙ୍କ ସହ ଆରୟନଙ୍କ ଫଟୋ :
ଶାହରୁଖ ଖାନଙ୍କ ବଡ଼ ପୁଅ ଆରୟନ ଖାନ ନିକଟରେ ଲଣ୍ଡନରେ ଜଣେ ଯୁବତୀଙ୍କ ସହ ବୁଲୁଥିବାର ନଜର ଆସିଛନ୍ତି । ଯାହାର ଫୋଟୋ ବେଶ ଭାଇରଲ ହେଉଛି । ଭାଇରାଲ ହେଉଥିବା ଫଟୋଗୁଡ଼ିକରେ ଦୁହିଁଙ୍କୁ ଏକାଠି ସମୟ ବିତାଉଥିବା ଦେଖିବାକୁ ମିଳିଛି। ରିପୋର୍ଟ ଅନୁସାରେ, ସେହି ଯୁବତୀଙ୍କ ନାମ ଭିନି ଟାକେର ବୋଲି କୁହାଯାଉଛି। ସେ ନିଜ ସୋସିଆଲ ମିଡିଆରେ ଏହି ଫଟୋ ସେୟାର କରିବା ପରେ ତାହା ଦ୍ରୁତ ଭାବେ ଭାଇରାଲ ହୋଇଥିଲା।
ଡେଟିଂ ଗୁଜବକୁ ନେଇ ବଢ଼ିଲା ଚର୍ଚ୍ଚା:
ଫଟୋ ଭାଇରାଲ ହେବା ପରେ ଅନେକ ସୋସିଆଲ ମିଡିଆ ୟୁଜର୍ସ ଆରୟନ ଓ ଏହି ଯୁବତୀଙ୍କ ମଧ୍ୟରେ ଡେଟିଂ ଚାଲିଥିବା ନେଇ କଳ୍ପନା କରିବା ଆରମ୍ଭ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ଦୁହେଁଙ୍କ ପକ୍ଷରୁ ଏହି ସମ୍ପର୍କକୁ ନେଇ ସ୍ପଷ୍ଟ କରାଯାଇନାହିଁ। ସେଥିପାଇଁ ବର୍ତ୍ତମାନ ସୁଦ୍ଧା ଏହାକୁ କେବଳ ସୋସିଆଲ ମିଡିଆରେ ଚାଲୁଥିବା ଗୁଜବ ଭାବେ ଦେଖାଯାଉଛି। ଆରୟନ ଖାନ ସାଧାରଣତଃ ନିଜ ବ୍ୟକ୍ତିଗତ ଜୀବନକୁ ଗୋପନ ରଖିବାକୁ ପସନ୍ଦ କରନ୍ତି । ତଥାପି ତାଙ୍କର ସାର୍ବଜନୀନ ଉପସ୍ଥିତି କିମ୍ବା ଭାଇରାଲ ଫଟୋ ପ୍ରାୟତଃ ଖବରର ଶିରୋନାମା ପାଲଟିଯାଏ। ଏଥର ଲଣ୍ଡନରୁ ଆସିଥିବା ଏହି ଫଟୋ ତାଙ୍କୁ ପୁଣିଥରେ ଚର୍ଚ୍ଚାରେ ଆଣିଛି। ତେବେ ଏହି ଫଟୋକୁ ନେଇ ଆରୟନ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
