ଉଦଳା: ଉଦଳା ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ। ରୋଗୀ ନେଇ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ଆମ୍ବୁଲାନ୍ସରେ ଲାଗିଲା ନିଆଁ। ଏଥିରେ ଆମ୍ବୁଲାନ୍ସଟି ସଂପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ, ଏଥିରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ, ଉଦଳା ଥାନା କୁଣ୍ଡାବାଇ ଅଞ୍ଚଳର ସୁଯୋଶ ବାରିକଙ୍କୁ ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରୁ ଭୁବନେଶ୍ୱର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିଲା । କିନ୍ତୁ ଆମ୍ବୁଲାନ୍ସରେ ଅକ୍ସିଜେନ ଲଗାଇବା ସମୟରେ ହଠାତ୍ ଅକ୍ସିଜେନ ସିଲିଣ୍ଡରରୁ ନିଆଁ ଲାଗିଥିଲା। ଯାହା ପରେ ଅକ୍ସିଜେନ ଟାଙ୍କି ବ୍ଲାଷ୍ଟ ହୋଇଥିଲା । ଏଥିରେ ଆମ୍ବୁଲାନ୍ସର ଛାତ ଉଡ଼ିଯାଇଥିଲା।
Also Read: ରାତିରେ ପେଟ୍ରୋଲ ଢାଳି ଅଟୋ ଜାଳିଦେଲେ, ସକାଳୁ ମିଳିଲା ୪ ଅଫୁଟା ବୋମା
ତେବେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ରୋଗୀଙ୍କୁ ଆମ୍ବୁଲାନ୍ସରୁ ବାହାର କରିପାରିଥିଲେ ବି, ନିଆଁ ଯୋଗୁ ସୁଯୋଶ କିଛି ମାତ୍ରା ପୋଡ଼ିଯାଇଥିଲେ । ଆଉ ପରେ ତାଙ୍କ ମୃତ ଘଟିଥିଲା। ସେପଟେ ଆମ୍ବୁଲାନ୍ସର ଛାତଟି ବିସ୍ଫୋରଣlର ଉଡ଼ି ଅନ୍ୟ ଦୁଇ ରୋଗୀଙ୍କ ଉପରେ ପଡ଼ିବାରୁ ଦୁଇ ଜଣ ଗୁରୁତର ମଧ୍ୟ ହୋଇଛନ୍ତି। ବର୍ତ୍ତମାନ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଛି।
