Voice of Eastern India

ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ତ୍ରୁଟି, ଅଁଳା ବେଢ଼ା ପର୍ଯ୍ୟନ୍ତ ଚଢ଼ିଗଲେ ଯୁବକ


ପୁରୀ: ଶ୍ରୀମନ୍ଦିର ଅଁଳା ବେଢ଼ା ପର୍ଯ୍ୟନ୍ତ ଚଢ଼ିଗଲେ ଯୁବକ। ଖାଲି ଚଢ଼ିଲେନି, ସେଠାରେ କିଛି ସମୟ ପୂଜାର୍ଚ୍ଚନା ବି କଲେ। ଆଉ ଏପଟେ ତାଙ୍କୁ ତଳକୁ ଆଣିବା ପାଇଁ ନାକେଦମ ହୋଇଗଲେ ସୁରକ୍ଷା କର୍ମୀ। ସୋମବାର ସନ୍ଧ୍ୟାରେ ଶ୍ରୀମନ୍ଦିର ଅଁଳା ବେଢ଼ାରେ ଜଣେ ଯୁବକ ଚଢ଼ିଯିବା ପରେ ଏଭଳି କିଛି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ମନ୍ଦିର ପରିସରରେ। ତେବେ ଦୀର୍ଘ ସମୟର ଉଦ୍ୟମ ପରେ ଯୁବକକୁ ତଳକୁ ଅଣାଯାଇଥିଲା। ଏପର୍ଯ୍ୟନ୍ତ ପୋଲିସ ଯୁବକର ପରିଚୟ ଦେଇନଥିବା ବେଳେ, ତାଙ୍କୁ ପଚରା ଉଚରା ଜାରି ରହିଛି।

ଏହା ପୂର୍ବରୁ ମଧ୍ୟ ଗତ ବର୍ଷ ଭଦ୍ରକର ଜଣେ ବ୍ୟକ୍ତି ବ୍ୟକ୍ତି ଶ୍ରୀମନ୍ଦିର ଚୂଡ଼ାକୁ ଚଢ଼ିଯାଇଥିଲେ। ତା’ପରେ ଉତ୍ତପ୍ରଦେଶର ଜଣେ ଲୋକ ମଧ୍ୟ ଚଢ଼ିଥିଲେ। ତେବେ ବାରମ୍ବାର ଏଭଳି ଭାବରେ ସୁରକ୍ଷାରେ ତ୍ରୁଟି କିପରି ହେଉଛି ତାକୁ ନେଇ ପ୍ରଶ୍ନ ଉଠିଛି। ପୁଣି ଖସାପଡ଼ା ନୀତି ଚାଲିବା ସମୟରେ ଭକ୍ତ ବିଶେଷ ଭାବରେ ନଥିବା ସମୟରେ କେମିତି ଗଲା ଯୁବକ।

Also Read: ଓଡ଼ିଶା ହାଇକୋର୍ଟରେ ନାହାନ୍ତି ଆବଶ୍ୟକୀୟ ବିଚାରପତି : ମଞ୍ଜୁରୀପ୍ରାପ୍ତ ବିଚାରପତି ସଂଖ୍ୟା ୩୩, ଅଛନ୍ତି ମାତ୍ର ୧୭ ଜଣ

Source link



Source link

Leave A Reply

Your email address will not be published.