Voice of Eastern India

ସଞ୍ଜୁଙ୍କ ପାଇଁ ଦଳରେ ମିଳୁନି ଜାଗା : ସିଲେକ୍ଟରଙ୍କୁ ବଡ଼ ମେସେଜ୍ ଦେଲେ ବୈଭବ ସୂର୍ଯ୍ୟବଂଶୀ


ନୂଆଦିଲ୍ଲୀ, ୦୯/୧୦ : ଦଳରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ବାରମ୍ବାର ସୁଯୋଗ ମିଳୁଛି ।ହେଲେ ଚୂଡାନ୍ତ ଏକାଦଶରୁ ବାଦ୍ ପଡୁଛନ୍ତି । ତାଙ୍କ ଜାଗାରେ ଫର୍ମରେ ନଥିବା ସଞ୍ଜୁ ସାମସନଙ୍କୁ ସୁଯୋଗ ଦିଆଯାଉଛି । ସବୁବେଳେ ଏପରି ଘଟଣା ୧୫ ବର୍ଷୀୟ ବୈଭବଙ୍କ କ୍ୟାରିଅର ଉପରେ ପ୍ରଭାବ ପକାଉଛି । ତେବେ ଏସବକୁ ନେଇ ବଡ଼ ମେସେଜ୍ ଦେଇଛନ୍ତି ସୂର୍ଯ୍ୟବଂଶୀ ।

ଶୁକ୍ରବାର ଭାରତ ଏବଂ ଓ୍ୱେଷ୍ଟ୍ ଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଦିନିକିଆ ରାଞ୍ଚୀରେ ଖେଳାଯିବ । ଏଠାକାର ସ୍ଥାନୀୟ ବାସିନ୍ଦା ହେଉଛନ୍ତି ବୈଭବ ଏବଂ ଇଶାନ କିଷାନ । ତେଣୁ ସେମାନେ ପ୍ରାକ୍ଟିସ୍ କରୁଥିବା ବେଳେ ବି ଫ୍ୟାନ୍ସମାନେ ସେମାନଙ୍କୁ ଦେଖିବାକୁ ଆସିଥିଲେ ।

Also Read :- ଇଣ୍ଡିଆ-ଇଣ୍ଡିଜ୍ ଦ୍ୱିତୀୟ ଟି୨୦ : ସଞ୍ଜୁ ସାମସନଙ୍କ ଉପରେ ନଜର, ପୁଣି ବୈଭବ ବାଦ୍ !

କିଷାନ୍ ରାଞ୍ଚୀ ପିଚକୁ ନେଇ ଆତ୍ମବିଶ୍ୱାସରେ ଭରପୁର ଅଛନ୍ତି । ସେ ଏଠାକାର ପରିସ୍ଥିତିକୁ ଭଲ ଭାବେ ବୁଝିଛନ୍ତି । ଗତବର୍ଷ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଏଠାରେ ଇଶାନ ଦମଦାର ବ୍ୟାଟିଂ କରିଥିଲେ । ଫାଇନାଲରେ ହରିୟାଣା ବିପକ୍ଷରେ ସେ ବିସ୍ଫୋରକ ବ୍ୟାଟିଂ କରିଥିଲେ । ତାଙ୍କ ବ୍ୟାଟରୁ ୪୯ ବଲରୁ ୧୦୧ ରନ୍ ବାହାରିଥିଲା ।

ସେହିପରି ପ୍ରାକ୍ଟିସ୍ ସେସନ ବେଳେ ମୁଖ୍ୟ ଆକର୍ଷଣ ଥିଲେ ବୈଭବ । ସେ ନେଟ୍ସରେ ବ୍ୟାଟିଂ କରୁଥିବା ବେଳେ ପୋଲିସ କର୍ମୀ, ଫ୍ୟାନ୍ସ ଏବଂ ଗଣମାଧ୍ୟମ ପ୍ରତିନିଧି ବ୍ୟାଟିଂ ଦେଖୁଥିଲେ । ୧୫ ବର୍ଷୀୟ ବୈଭବ ସବୁ ଦିଗକୁ ସଟ୍ ଖେଳିଥିଲେ । ଅର୍ଥାତ ଏଥିରୁ ଗୋଟିଏ ସନ୍ଦେଶ ମିଳେ କି ବୈଭବ ହେଲେ କ୍ରାଉଡ୍ ପୁଲର । ସେ ଏବେ ଭାରତୀୟ ଦଳର ମୁଖ୍ୟ ଆକର୍ଷଣ । ତାଙ୍କ ବ୍ୟାଟିଂ ଦେଖିବାକୁ ସବୁଠି ଗହଳି ଲାଗେ ।

ବିହାରର ବୈଭବ ବଡ ବଡ ସଟ୍ ଖେଳିଥାନ୍ତି । ଆଇପିଏଲରେ ସେ ଅରେଞ୍ଜ୍ କ୍ୟାପ୍ ଜିତିଥିଲେ । ମାତ୍ର ୧୫ ବର୍ଷରେ ସେ ବିଶ୍ୱର ଷ୍ଟାର୍ ବୋଲରଙ୍କ ନିଦ ହଜାଇ ଦେଇଛନ୍ତି ।

Source link



Source link

Leave A Reply

Your email address will not be published.