Voice of Eastern India

ସିନେ ନିର୍ଦ୍ଧେଶକ ସଞ୍ଜୟ ଗୁପ୍ତାଙ୍କ ଅଚାନକ ବିୟୋଗରେ ଶୋକ ବ୍ୟକ୍ତ କଲେ ଅଭିନେତା ସଞ୍ଜୟ ଦତ୍ତ


ବମ୍ବେ ,୩୧ /୧୦-; ବଲିଉଡର ପ୍ରସିଦ୍ଧ ସିନେ ନିର୍ଦ୍ଧେଶକ ସଞ୍ଜୟ ଗୁପ୍ତାଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି ଅଭିନେତା ସଞ୍ଜୟ ଦତ୍ତ l ସଞ୍ଜୟ ଗୁପ୍ତାଙ୍କ ବହୁ ପ୍ରସିଦ୍ଧ ଚଳଚିତ୍ର କାଣ୍ଟେରେ ସଞ୍ଜୟ ଅଭିନୟ କରିଥିବା ବେଳେ ନିକଟ ଅତୀତରେ ସଞ୍ଜୟ ଗୁପ୍ତାଙ୍କ ସହିତ କାଣ୍ଟେର ସିକୁଏଲ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା l ସଞ୍ଜୟ ଭାଵବିହ୍ଵଳ ହୋଇ କହିଛନ୍ତି ବିଶ୍ୱାସ ହେଉନି ଗୁପ୍ତା ଏଇ ଦୁନିଆରେ ଆଉ ନାହାନ୍ତି l କାଣ୍ଟେ ଚଳଚିତ୍ର ସମୟର କିଛି ଫୋଟୋ କୁ ନିଜ ସାମାଜିକ ଗଣମାଧ୍ୟମ ପେଜରେ ପୋଷ୍ଟ କରିଛନ୍ତି ସଞ୍ଜୟ ଦତ୍ତ l ପ୍ରିୟ ନିର୍ଦ୍ଧେଶକଙ୍କ ଅନୁପସ୍ତିତିରେ ବିଗତ ଦିନର କଥାକୁ ଖୁବ ମନ ପକାଉଛନ୍ତି ସଞ୍ଜୟ ଦତ୍ତ l

ସେ ଉଲେଖ କରିଛନ୍ତି ”ଗୁପ୍ତା ମୋ ଭାଇ ଭଳି ଥିଲେ ,ମୁଁ ଏପର୍ଯ୍ୟନ୍ତ ବିଶ୍ୱାସ କରି ପାରୁନାହିଁ ସେ ଆଉ ଏ ଦୁନିଆରେ ନାହାନ୍ତି ବୋଲି l ଆମେ ଅନେକ ଥର ଏକାଠି କାମ କରିଛୁ ,ଅନେକ ସ୍ମୃତି ରହିଛି ଏବଂ ଅନେକ ଦିନର ବନ୍ଧୁତା ଆମ ଭିତରେ ଥିଲା l ସେ ସବୁ ବେଳେ ମୋ ପାଇଁ ପରିବାର ଭଳି ଥିଲେ ଆଉ ତାହା କବେ ବଦଳିବ ନାହିଁ l ମୁଁ ତୁମକୁ ବହୁତ ମନ ପକେଇବି l ଆମେ ଆଲୋଚନା କରିଥିବା କଥା ,ଏକାଠି ବିତାଇଥିବା ସମୟ ସବୁ ମାନେ ରହିବ l ଏଇ ଅଳ୍ପ କିଛି ଦିନ ହେବ ତ ଆମେ କାଣ୍ଟେ- ୨ ବିଷୟରେ କଥା ହେଇଥିଲେ l ମୁଁ କାଣ୍ଟେ- ୨ ର ସ୍ବପ୍ନ ପୁରା କରିବି ,ଯାହା ତୁମର ସ୍ବପ୍ନ ଥିଲା l ଏହି ସ୍ୱପ୍ନକୁ ସାକାର କରିବା ପାଇଁ ମୁଁ ସବୁକିଛି କରିବି, ତୁମେ ସବୁଦିନ ମୋ ହୃଦୟରେ ରହିବ । ତୁମ ବିନା ଜୀବନ ପୂର୍ବପରି ରହିବ ନାହିଁ,ଭାଇ । ଭଗବାନ ତୁମର ଆତ୍ମାକୁ ଆଶୀର୍ବାଦ କରନ୍ତୁ।” l ଏଭଳି କିଛି ଲେଖା ଲେଖି ଗୁପ୍ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ବଲିଉଡର ମୁନାଭାଇ ସଞ୍ଜୟ ଦତ୍ତ l

also read – Sanjay Gupta Death: ୫୭ ବର୍ଷରେ ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତାଙ୍କ ଦେହାନ୍ତ, ବାଥରୁମ୍ରେ ପଡି ଚାଲିଗଲା ଜୀବନ

ସୂଚନା ଅନୁସାରେ, ଗତକାଲି ରାତିରେ ସେ ନିଜ ବାଥରୁମ୍ରେ ପଡ଼ିଯାଇଥିଲେ। କିନ୍ତୁ ଏହି ଘଟଣା ସମ୍ପର୍କରେ କେହି ଜାଣିପାରିନଥିଲେ। ଆଜି ସକାଳେ ତାଙ୍କ ମୃତ୍ୟୁ ବିଷୟରେ ଜଣାପଡ଼ିଥିଲା। ମୁଣ୍ଡରେ ଆଘାତ ଲାଗିବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଜଣାଇଛନ୍ତି।

Source link



Source link

Leave A Reply

Your email address will not be published.