Voice of Eastern India

ସୁରୁଖୁରୁରେ ଚାଲିଛି ନୀତିକାନ୍ତି, ସନ୍ଧ୍ୟା ୭ଟା ପରେ ଆଡ଼ପ ବିଜେ


ପୁରୀ ୧୮।୭: ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ଠିକ୍ ଠାକ୍ ଚାଲିଛି । ସମସ୍ତ ଶ୍ରୀଜିଉ ରାତିସାରା ଦର୍ଶନ ଦେଇଥିଲେ । ରାତିସାରା ଭକ୍ତଙ୍କ ପାଇଁ ଭଗବାନ ରଥରୁ ଦେଉଛନ୍ତି ଦିବ୍ୟ ଦର୍ଶନ । ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଆଜି ଯେହେତୁ ଆଡ଼ପ ବିଜେ ଅଛି ତେଣୁ ସୁରକ୍ଷା ବ୍ୟବସ୍ଥା ପାଇଁ ଅଧିକ ଗୁରୁତ୍ୱ ଦିଆଯାଇଛି। ଆଉ କିଛି ସମୟ ପରେ ଚାରମାଳ ଖଞ୍ଜା ଯିବ, ଏ ବର୍ଷ ଦୁଇଟି ସେଟ୍ ଚାରମାଳ ପ୍ରସ୍ତୁତ ହୋଇଛି । ଗୋଟିଏ ଶ୍ରୀମନ୍ଦିର ଓ ଅନ୍ୟ ସେଟ୍ ଗୁଣ୍ଡିଚା ମନ୍ଦିରରେ ଅଛି । ସମସ୍ତ ନୀତିକାନ୍ତି ସମାପ୍ତ ହେବା ପରେ ସନ୍ଧ୍ୟା ୭ଟାରୁ ୭ଟା୩୦ ଭିତରେ ଗୋଟି ପହଣ୍ଡି ମାଧ୍ୟମରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୁଣ୍ଡିଚା ମନ୍ଦିରକୁ ବିଜେ କରାଯିବ ।

Source link



Source link

Leave A Reply

Your email address will not be published.