Voice of Eastern India

ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧନ କଲେ ରାଷ୍ଟ୍ରପତି, କହିଲେ- ୨୦୪୭ ସୁଦ୍ଧା ପୁରଣ ହେବ ‘ବିକଶିତ ଭାରତ’ ଲକ୍ଷ୍ୟ

<!–

–>

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୮୦ତମ ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ‘ଅପରେସନ ସିନ୍ଦୂର’ ଆତଙ୍କବାଦୀ ନେଟୱାର୍କ ବିରୋଧରେ ସଠିକ ଆକ୍ରମଣ କରିବାରେ ଭାରତୀୟ ସଶସ୍ତ୍ର ବଳର କ୍ଷମତାକୁ ସାବ୍ୟସ୍ତ କରିଛି।

Published By: Biswanath – Prameya-News7 Bureau |
August 14, 2026 07:44 PM

NEWS7

<!–

–>

<!–

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୮୦ତମ ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ ୨୦୪୭ ମସିହା ସୁଦ୍ଧା ଭାରତକୁ ‘ବିକଶିତ ଭାରତ’ ନିର୍ମାଣ ଲକ୍ଷ୍ୟ ସହିତ ଆମେ ଆଗକୁ ବଢୁଛୁ। ଏ କ୍ଷେତ୍ରରେ ଦେଶର ପ୍ରତ୍ୟେକ ନାଗରିକ ରାଷ୍ଟ୍ରନିର୍ମାଣରେ ଯୋଗଦାନ ଦେଉଥିବା ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ‘ଅପରେସନ ସିନ୍ଦୂର’ ଆତଙ୍କବାଦୀ ନେଟୱାର୍କ ବିରୋଧରେ ସଠିକ ଆକ୍ରମଣ କରିବାରେ ଭାରତୀୟ ସଶସ୍ତ୍ର ବଳର କ୍ଷମତାକୁ ସାବ୍ୟସ୍ତ କରିଛି। ସେ କହିଛନ୍ତି ଯେ ଆତଙ୍କବାଦୀଙ୍କ ଶରଣଦାତା ଦେଶ ସହ ସିନ୍ଧୁ ଜଳସନ୍ଧି ନିଲମ୍ବନ କରିବା ଦେଶର ସ୍ୱାର୍ଥ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ,ଖାସ କରି ଦେଶର ଚାଷୀଙ୍କ ଲାଗି ଏହା ଏକ ନିର୍ଣ୍ଣାୟକ ପଦକ୍ଷେପ।

ରାଷ୍ଟ୍ରପତି କହିଛନ୍ତି ଯେ ଦେଶର ନ୍ୟାୟ ପ୍ରଣାଳୀ ସହ ପ୍ରତ୍ୟେକ ବ୍ୟକ୍ତିର ଏହା କର୍ତ୍ତବ୍ୟ ଯେ ସେ ସୁନିଶ୍ଚିତ କରନ୍ତୁ ସଂସାଧନ ଅଭାବ ସତ୍ତ୍ୱେ ଯେପରି କେହି ନ୍ୟାୟରୁ ବଞ୍ଚିତ ନ ହୁଅନ୍ତି।

Source link

Source link

Leave A Reply

Your email address will not be published.