Voice of Eastern India

ସ୍ୱାମୀ ହତ୍ୟାର ଖୋଲିଲା ପୋଲ୍, ୨ ବର୍ଷ ପରେ ଧରାପଡ଼ିଲା ମିଛ!


ନୂଆଦିଲ୍ଲୀ: ପ୍ରେମ, ପ୍ରତାରଣା ଏବଂ ହତ୍ୟା ଷଡ଼ଯନ୍ତ୍ର ଆଉ ଏକ ଭୟଙ୍କର ମାମଲା। ଶୁଣିଲେ ଥରି ଉଠିବ ଛାତି। ପୁଣି ସେହି ପରକୀୟା ପ୍ରୀତି ପାଇଁ ସ୍ବାମୀକୁ ହତ୍ୟା କରିଦେଲା ସ୍ତ୍ରୀ। ଖାଲି ସେତିକି ନୁହେଁ ଦୁଇ ବର୍ଷ ଯାଏଁ ଶ୍ବଶୁର ଘର ଲୋକଙ୍କୁ ଅନ୍ଧାରରେ ରଖିଥିଲେ ମହିଳା । ହେଲେ ଏବେ ସବୁ ସତ ପଦାରେ। ପ୍ରେମିକ ସହ ମିଶି ମହିଳା ନିଜ ସ୍ବାମୀଙ୍କୁ ହତ୍ୟା କରି ପୋତିଦେବାର ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି।

ଗୁଜରାଟ ଜାମନଗରରୁ ଆସିଛି ଏହି ପ୍ରେମ, ପ୍ରତରଣା ଏବଂ ଷଡ଼ଯନ୍ତ୍ରା ବର୍ବରରୋଚିତ ଘଟଣା। ପରକୀୟା ପ୍ରୀତିରେ ବାଧକ ସାଜିଥିବା ସ୍ବାମୀକୁ ହତ୍ୟା କରିବା ପାଇଁ ପ୍ରେମିକ ସହ ମିଶି ଭୟଙ୍କର ଷଡ଼ଯନ୍ତ୍ର ରଚିଛି ପତ୍ନୀ। ସୂଚନା ଅନୁସାରେ, ଅଭିଯୁକ୍ତ ମହିଳାଙ୍କର ନିଲେଶ ମନସୁଖଭାଈ କଚୋଟିଆ ନାମକ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା। କିନ୍ତୁ ଏହି ସଂପର୍କରେ ମହିଳାଙ୍କ ସ୍ବାମୀ ଜିଗନେଶ ବାଧକ ସାଜିଥିଲେ। ତେଣୁ ଜିଗନେଶଙ୍କୁ ରାସ୍ତାରୁ ହଟାଇବାକୁ ମହିଳା ଏବଂ ତାଙ୍କ ପ୍ରେମିକ ରଚିଥିଲେ ଭୟଙ୍କର ଷଡ଼ଯନ୍ତ୍ର।

ଏଥିପାଇଁ ଅଭିଯୁକ୍ତ ମହିଳା ପ୍ରେମିକ ସହ ମିଶି ମଦରେ ସାଇନାଇଡ ମିଶାଇ ସ୍ବାମୀକୁ ପିଇବାକୁ ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଜିଗନେଶଙ୍କର ମୃତ୍ୟୁ ହୋଇଯାଇଥିଲା। ଏହା ପରେ ଦୁହେଁ ଦରେଡ ଅଞ୍ଚଳରେ ଭଡ଼ାରେ ଏକ ଫ୍ୟାକ୍ଟ୍ରି ନେଇ ସେଠାରେ ୧୨ରୁ ୧୫ ଫୁଟ୍ ଗାତ ଖୋଳି ଜିଗନେଶଙ୍କ ମୃତଦେହକୁ ପୋତି ଦେଇଥିଲେ।

Also Read: ଅପହରଣକାରୀଙ୍କୁ ଦିଆସରିଛି ୪୪ କୋଟି ଟଙ୍କା, ହେଲେ ଘରକୁ ଫେରିନାହାନ୍ତି ଅପହୃତ ଭାରତୀୟ ହୀରା ବ୍ୟବସାୟୀ !

ଏଠାରୁ ଆରମ୍ଭ ହୋଇଥିଲା ଷଡ଼ଯନ୍ତ୍ରର ଦ୍ବିତୀୟ ପର୍ଯ୍ୟାୟ। ହତ୍ୟା ପରେ ମହିଳା ଶାଶୁଘର ଲୋକଙ୍କୁ ମିଛ ପରେ ମିଛ କହିଚାଲିଥିଲେ। ସେ ଶ୍ବଶୁର ଘର ଲୋକଙ୍କୁ କହୁଥିଲେ ଯେ, ସ୍ବାମୀ କାମ ପାଇଁ ଅଷ୍ଟ୍ରେଲିଆ ଯାଇଛନ୍ତି। ଏମିତିକି ପରିବାର ଲୋକେ ବାରମ୍ବାର ମହିଳାଙ୍କୁ ଜିଗନେଶଙ୍କ ନମ୍ବର ମାଗୁଥିଲେ ବି ସେ ନଦେଇ ମିଛ କହୁଥିଲେ ଯେ, ଜିଗନେଶ ଯେଉଁ କମ୍ପାନିରେ କାମ କରୁଛନ୍ତି ସେଠାରେ ମୋବାଇଲ ଫୋନରେ କଥା ହେବାକୁ ଅନୁମତି ନାହିଁ। ଆଉ ଏଭଳି ମିଛ କାହାଣୀ କହି ପ୍ରାୟ ୨ ବର୍ଷ ଧରି ମହିଳା ଜଣକ ଜିଗନେଶଙ୍କ ପରିବାର ତଥା ତାଙ୍କ ଶାଶୁ ଘର ଲୋକଙ୍କୁ ଭୂଆଁ ବୁଲାଉଥିଲେ।

ଏହି ଭୟଙ୍କର ଷଡ଼ଯନ୍ତ୍ରର ଖୁଲାସା ସେତେବେଳେ ହୋଇଥିଲା ଯେତେବେଳେ, ମୃତକଙ୍କ ଭାଇ ଅଶୋକ ଅଷ୍ଟ୍ରେଲିଆ ଯିବାକୁ ବାହାରିଥିଲେ। ସେ ମହିଳାଙ୍କୁ ଭାଇର ଠିକଣା ପଚାରିଥିଲେ । କିନ୍ତୁ ଏଥର ମଧ୍ୟ ମହିଳା ଠିକଣା ନଦେଇ ବାହାନା କରିଥିଲେ। ଏମିତିରେ ଅଶୋକଙ୍କ ସନ୍ଦେହ ଦୃଢ଼ ହୋଇଥିଲା। ଆଉ ସେ ମହିଳାଙ୍କ ବିରୋଧରେ ପୋଲିସରେ ଏତଲା ଦେବାକୁ ଯାଉଥିବା କହିଥିଲେ। ପୋଲିସ କଥା ଶୁଣି ମହିଳା ଡରିଯାଇଥିଲେ ଏବଂ ସତ ମାନିଥିଲେ ସେ ଦୁଇ ବର୍ଷ ତଳେ ଜିଗନେଶଙ୍କ ହତ୍ୟା କରିଥିଲେ।

ତେବେ ପୋଲିସ ଅଭିଯୁକ୍ତଙ୍କୁ ହେପାଜତରେ ନେଇ ସେମାନଙ୍କ କହିବା ଅନୁସାରେ ଫ୍ୟାକ୍ଟ୍ରି ଅଞ୍ଚଳରେ ଫରେନସିକ ବିଶେଷଜ୍ଞଙ୍କ ଉପସ୍ଥିତିରେ ଖୋଳି ପ୍ରାୟ ୧୨ରୁ ୧୫ ଫୁଟ ଗଭୀର ଗାତରୁ ଜିଗନେଶ ଅବଶେଷ ଉଦ୍ଧାର କରିଛି। ପୋଲିସ ହତ୍ୟା ଏବଂ ପ୍ରମାଣ ନଷ୍ଟ କରିବା ଧାରାରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

Source link



Source link

Leave A Reply

Your email address will not be published.