Voice of Eastern India

‘ହକିର ରାଜନୀତିକରଣ କରୁଛି ବିଜେପି, କ୍ରୀଡାପ୍ରେମୀ ନିରାଶ ହୋଇଛନ୍ତି’ : ଜର୍ସିର ରଙ୍ଗ ପରିବର୍ତ୍ତନ ପ୍ରସଙ୍ଗରେ ବର୍ଷିଲେ ନବୀନ


ନୂଆଦିଲ୍ଲୀ, ୩୧। ୦୭ : ଭାରତୀୟ ହକି ଦଳର ଜର୍ସିର ରଙ୍ଗ ପରିବର୍ତ୍ତନ ନେଇ ରାଜନୀତି ଜୋର ଧରିଛି । ପୂର୍ବରୁ ଜର୍ସିର ରଙ୍ଗ ନୀଳ ଥିଲା । ଯାହା ଏବେ ଗେରୁଆ ରଙ୍ଗର ହୋଇଛି । ଅନେକ ପୂର୍ବତନ ଖେଳାଳି ଏବଂ ରାଜନେତା ନୂଆ ଜର୍ସିକୁ ବିରୋଧ କରୁଛନ୍ତି । ଏହାକୁ ନେଇ ଏବେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି ।

ନବୀନ କହିଛନ୍ତି ଯେ, ବିଜେପି ହକି ଭଳି ଜାତୀୟ ଖେଳକୁ ରାଜନୀତିକରଣ କରୁଛି । ଏହାକୁ ସେ ନିନ୍ଦା କରୁଛନ୍ତି । ଦୀର୍ଘବର୍ଷ ଧରି ଭାରତୀୟ ହକି ଦଳର ଜର୍ସିର ରଙ୍ଗ ନୀଳ ଥିଲା । ଏହାକୁ ବିଜେପି ସରକାର ଗେରୁଆ କରିଦେଇଛନ୍ତି । ଏହା ତାଙ୍କୁ ଆଶ୍ଚର୍ଯ୍ୟ କରିଛି । ପୂର୍ବରୁ ଥିବା ନୀଳ ରଙ୍ଗ ଖାଲି ରଙ୍ଗ ନୁହେଁ ଏହା ଦେଶର କ୍ରୀଡା ଏବଂ ସଂସ୍କୃତି ସହ ଜଡିତ ।

ସେ ଆହୁରି କହିଛନ୍ତି ଯେ, ଦଶନ୍ଧୀ ଦଶନ୍ଧୀ ଧରି ନୀଳ ରଙ୍ଗ ବିଶ୍ୱାସ, ଆଶା ଏବଂ ଭରସାର ପ୍ରତୀକ ହୋଇ ରହିଥିଲା । ଏହି ରଙ୍ଗରେ ହକି ଟିମ୍ କାନ୍ଦିଛି, ହସିଛି ଏବଂ ଉତ୍ସବ ମନାଇଛି । ନୀଳ ଜର୍ସି ପିନ୍ଧି ଦଳ ଅଲମ୍ପିକରେ ପଦକ ଜିତିଛି । ଦଳ ଅନ୍ତର୍ଜାତୀୟ ସ୍ତରରେ ଜାତୀୟ ସଙ୍ଗୀତ ଗାନ କରିଛି । ଏହି ନୀଳ ରଙ୍ଗ ଭାରତୀୟ ପତାକାରେ ଥିବା ଅଶୋକ ଚକ୍ରରୁ ଆସିଛି । ଏହା ଦେଶର ଗର୍ବ ଏବଂ ପରିଚୟର ପ୍ରତୀକ ।

ଯେତେବେଳେ ଭାରତୀୟ ହକି ଦଳ ସଙ୍ଘର୍ଷ କରୁଥିଲା ସେତେବେଳେ ଓଡିଶା ସରକାର ଏହାର ସହଯୋଗ ପାଇଁ ହାତ ବଢାଇଥିଲେ । ଓଡିଶା ସରକାର ହକି ଟିମର ସ୍ପନସରସିପ୍ ନେଇଥିଲେ । ଏହାକୁ ନେଇ ବିଶ୍ୱର କୋଣଅନୁକୋଣରେ ରହୁଥିବା ଓଡିଆ ଗର୍ବ କରନ୍ତି । ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ହକି ଟିମ୍ ଅଲମ୍ପିକରେ ପଦକ ଜିତିଥିଲା । କିନ୍ତୁ ଓଡିଶାରେ ସରକାର ପରିବର୍ତ୍ତନ ହେଲା ପରେ ଦଳୀୟ ଜର୍ସିର ରଙ୍ଗରେ ପରିବର୍ଦ୍ଦନ ଗ୍ରହଣୀୟ ନୁହେଁ । ଏହା ହେଉଛି ହୀନ ରାଜନୀତି ।

Also Read :- ଭାରତୀୟ ହକି ଟିମ୍‌ର ନୂଆ ଜର୍ସିକୁ ନେଇ କାହିଁକି ବିବାଦ ? ପୂର୍ବତନ ଅଧିନାୟକ ଉଠାଇଲେ ପ୍ରଶ୍ନ, ହକି ଇଣ୍ଡିଆ ଦେଲା ଜବାବ

ବିଜେଡି ସୁପ୍ରିମୋ ଆହୁରି କହିଛନ୍ତି ଯେ, ଜାତୀୟ ଚିହ୍ନ ଆମକୁ ଏକାଠି ରହିବା ଶିଖାଇଛି ଭାଗ ଭାଗ ହେବା ନୁହେଁ । ଓଡିଶାର ବିଜେପି ସରକାର ଚାପ ପକାଇ ଜର୍ସିର ରଙ୍ଗ ବଦଳାଇଛନ୍ତି । କାରଣ ଗତ ଦୁଇବର୍ଷ ହେଲା ଓଡିଶାବାସୀ ବିଭିନ୍ନ ବିଲ୍ଡିଂ, ପ୍ରତିଷ୍ଠାନର ରଙ୍ଗ ପରିବର୍ତ୍ତନ ଦେଖୁଛନ୍ତି ବୋଲି ନବୀନ ନିଜ ଏକ୍ସ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ।

Source link



Source link

Leave A Reply

Your email address will not be published.