Voice of Eastern India

ୟୁରୋପରେ ପଶି ମାରିବ ଇରାନ : ଆଉ କିଛି ଦିନରେ ତୃତୀୟ ବିଶ୍ୱଯୁଦ୍ଧ ! ଆକ୍ଟିଭ୍ ହେଲା ନାଟୋ


ନୂଆଦିଲ୍ଲୀ, ୨୦/୦୮ : ୟୁରୋପରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଇରାନ ଆକ୍ରମଣ କରିପାରେ। ଯଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସଂଘର୍ଷ ତୀବ୍ର କରନ୍ତି ତେବେ ଇରାନ ୟୁରୋପରେ ଥିବା ଆମେରିକୀୟ ସେନା ଘାଟିକୁ ଟାର୍ଗେଟ କରିବାକୁ ବିଚାର କରୁଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି।

ଇରାନ ପ୍ରଶାସନିକ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି, ଇରାନର ସେନା ବୁଲଗେରିଆ ଭଳି ଦେଶ ଗୁଡ଼ିକରେ ଗର୍ଗେଟ ଚିହ୍ନଟ କରିଛି। ଏହା ବ୍ୟତୀତ ସାଇପ୍ରସ ମଧ୍ୟ ଅନ୍ୟତମ ସମ୍ଭାବ୍ୟ ଟାର୍ଗେଟ ତାଲିକାରେ ରହିଛି। ଗତ ମାର୍ଚ୍ଚରେ ସେଠାରେ ଥିବା ଏକ ବ୍ରିଟିଶ ଏୟାର ବେସ୍ ଉପରେ ଏକ ଡ୍ରୋନ ଆକ୍ରମଣ ହୋଇଥିଲା। ଯଦି ଯୁଦ୍ଧ ଆଗକୁ ବଢ଼େ ତେବେ ଇରାନ ସେନା ହର୍ମୋଜ ପ୍ରଣାଳୀରେ ଥିବା ସମୁଦ୍ରତଳେ ବିଛାଯାଇଥିବା ଅପ୍ଟିକାଲ ଫାଇବର କେବୁଲ ଉପରେ ଆକ୍ରମଣ କରିବା ଲାଗି ବିଚାର କରୁଛି।

Also Read :- ରୋହିତଙ୍କୁ ଭେଟିବାକୁ ସାଇକେଲରେ ଅନୁଗୋଳରୁ ମୁମ୍ବାଇ : କୁଣ୍ଢାଇ ପକାଇଲେ ହିଟମ୍ୟାନ୍, ମାଗିଲେ ଫୋନ୍ ପେ’ ନମ୍ବର, କିନ୍ତୁ…

ଏଥିରୁ ସ୍ପଷ୍ଟ ହେଉଛି ଯେ, ଇରାନର ଶାସକ ଗୋଷ୍ଠୀ ପୂର୍ଣାଙ୍ଗ ଯୁଦ୍ଧ ନିଶ୍ଚିତ ବୋଲି ମନସ୍ଥ କରିଛନ୍ତି। ହର୍ମୋଜ ପ୍ରଣାଳୀକୁ ନେଇ ଏବେ ଆଲୋଚନା ବନ୍ଦ ରହିଛି ଏବଂ ସର୍ବୋଚ୍ଚ ନେତା ମୋଜତବା ଖାମେନେଇ ନିକଟରେ କଠୋରପନ୍ଥୀମାନଙ୍କୁ ପ୍ରମୁଖ ସୁରକ୍ଷା ଏବଂ ସାମରିକ ପଦବୀରେ ନିଯୁକ୍ତି ଦେଇ ତେହରାନର ଆଭିମୁଖ୍ୟ ଆହୁରି କଠୋର କରିଛନ୍ତି। ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ମଧ୍ୟ ପୂର୍ବରୁ ଚେତାବନୀ ଦେଇଛି ଯେ, ଇରାନର ଭୂଖଣ୍ଡ ଉପରେ ଆକ୍ରମଣ ଲାଗି ବ୍ୟବହୃତ ହେଉଥିବା ଘାଟିକୁ ବୈଧ ଟାର୍ଗେଟ ବିବେଚନା କରାଯିବ ଏବଂ ସେଠାରେ ଆକ୍ରମଣ ହେବ। ଯଦି ଆମେରିକା ସୀମା ଟପେ ତେବେ ଇରାନ ଯେ କୌଣସି ମୂଲ୍ୟ ଦେଇ ନିଜକୁ ରକ୍ଷା କରିବ। ଗତ ଫେବ୍ରୁଆରୀରେ ଭାରତ ମହାସାଗରରେ ଥିବା ଆମେରିକା ଏବଂ ବ୍ରିଟେନର ମିଳିତ ସାମରିକ ଘାଟି ଡିଏଗୋ ଗାର୍ସିଆ ଆଡ଼କୁ ଇରାନ କ୍ଷେପଣାସ୍ତ୍ର ଛାଡ଼ିଥିବା ଆମେରିକା କହିଥିଲା।

ତେବେ ଇରାନର ସମ୍ଭାବ୍ୟ ଆକ୍ରମଣ ଉପରେ ନାଟୋ ପ୍ରତିକ୍ରିୟା ରଖିଛି। ନାଟୋ ପକ୍ଷରୁ କୁହାଯାଇଛି, ‘ଏହି ସାମରିକ ମେଣ୍ଟ ଯେ କୌଣସି ଆକ୍ରମଣର ସାମ୍ନା କରିବାକୁ ଏବଂ ସହଯୋଗୀ ରାଷ୍ଟ୍ରଙ୍କୁ ରକ୍ଷା କରିବାକୁ ପ୍ରସ୍ତୁତ। ନାଟୋ ଏହାର ସମସ୍ତ ସଦସ୍ୟ ରାଷ୍ଟ୍ରଗୁଡ଼ିକର ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବ। ନାଟୋର ପ୍ରତିରକ୍ଷା ଏବଂ ପ୍ରତିରୋଧକ ବ୍ୟବସ୍ଥା ବେଶ୍ ଦୃଢ଼ ଏବଂ ପ୍ରଭାବଶାଳୀ । ଚଳିତ ବର୍ଷ ପ୍ରାରମ୍ଭରେ ଇରାନରୁ ତୁର୍କୀ ଆଡ଼କୁ ଆସୁଥିବା ବାଲିଷ୍ଟିକ ମିସାଇଲଗୁଡ଼ିକୁ ସଫଳତାର ସହ ଆକାଶରେ ନଷ୍ଟ କରାଯାଇଥିଲା ବୋଲି ନାଟୋ ପକ୍ଷରୁ କୁହାଯାଇଛି ।

Source link



Source link

Leave A Reply

Your email address will not be published.