Voice of Eastern India

୨୪ ଘଣ୍ଟା ପରେ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ, ଶନିବାରଠୁ ଥିଲେ ନିଖୋଜ


ନୀଳଗିରି ୨୩।୦୮ : ରିଲ୍ସ ନିଶା ହେଲା କାଳ । ବ୍ଲୁଲେକରେ ୨୦୦ ଫୁଟ୍ ପାଣିରେ ବୁଡ଼ିଗଲେ ଦୁଇ ଜଣ ସାଙ୍ଗ । ୨୪ ଘଣ୍ଟା ପରେ ଜଣେ ଛାତ୍ରର ମୃତଦେହ ଠାବ ହୋଇଛି । ଠିକ୍‌ ଏହି ମୃତଦେହ ମିଳିବାରେ କିଛି ସମୟ ପରେ ଆଉ ଜଣଙ୍କର ମୃତଦେହ ମିଳିଛି ।

ଖବର ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ନୀଳଗିରିର ମିତ୍ରପୁର ନିକ ବ୍ଲଲେକରେ ଶନିବାର ପୁଣି ଅଘଟଣ ଘଟିଛି । ତିନି ଜଣ କଲେଜ ଛାତ୍ର ବୁଲିବାକୁ ଆସି ରିଲ୍ସ କରୁଥିଲେ । ଏପିରିକି ଗଛ ଉପରୁ ପାଣିକୁ ଡିଆଁ ମଧ୍ୟ ମାରୁଥିଲେ, ଜାଣିନଥିଲେ ଏହା ଏକ ପରିତ୍ୟକ୍ତ ଖାଦାନ ବୋଲି । ୨୦୦ ଫୁଟ ପାଣି ଥିବା ବେଳେ ତିନି ଜଣ ସାଙ୍ଗ ବେଶ ହସଖୁସିରେ କରୁଥିଲେ । ଜଣେ ସାଙ୍ଗ ଆଗରେ ଆଉ ଦୁଇ ଜଣ ସାଙ୍ଗ ପାଣିରେ ବୁଡ଼ି ଦୁଇ ନିଖୋଜ ହୋଇଛନ୍ତି । ରେମୁଣା କଲେଜରେ ପଢୁଥିବା ଭଦ୍ରକ ଅଞ୍ଚଳର ରୋଶନ ନାୟକ ସୁରକ୍ଷିତ ଥିବା ବେଳେ ନିଖୋଜ ଦୁଇ ଛାତ୍ର ହେଲେ ଜଣେ ଭଦ୍ରକର ଅଂଶୁମାନ ପାତ୍ର ଓ ଆଉ ଜଣେ ବାରିପଦାର ଭବିଷ୍ୟ ପାତ୍ର । ଉଭୟ ଫକୀର ମୋହନ କଲେଜରେ ବାଣିଜ୍ୟର ୨ୟ ବର୍ଷ ଛାତ୍ର ।

Also Read:-Japan Earthquake: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଜାପାନ; ୨୩ରୁ ଅଧିକ ଆହତ, ପୁରା ଟୋକିଓ ବ୍ଲାକଆଉଟ୍

ସେପଟେ ଅଘଟଣ ସଂପର୍କରେ ଖବର ପାଇ ନୀଳଗିରି ପୋଲିସ, ଦମକଳ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ଖୋଜାଖୋଜି ଆରମ୍ଭ କରିଥିଲା । ତାପରେ କି କୌଣସି ସନ୍ଧାନ ମିଳିନାହିଁ । ୨୪ ଘଣ୍ଟାର ସର୍ଚ୍ଚ ପରେ ଭଦ୍ରକର ଛାତ୍ର ଅଂଶୁମାନ ପାତ୍ରଙ୍କ ମୃତଦେହ ମିଳିଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖାଦେଇଛି । ସେହିପରି ବାରିପଦାର ଭବିଷ୍ୟ ପାତ୍ରଙ୍କ ମୃତଦେହ ମଧ୍ୟ ମିଳିଛି । 

Watch Video:-

 

Source link



Source link

Leave A Reply

Your email address will not be published.